ମେଷ: ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ହେବ । ଆପଣଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିମ୍ୱା ଏକ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଏହା ଏକ ଭଲ ଦିନ । ଆର୍ଥିକ କ୍ଷେତ୍ରରେ ଦିନଟି ଅନୂକୁଳ ଅଟେ । ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ । ତଥାପି, ନ ଭାବି ନଚିନ୍ତି କୌଣସି ସିଦ୍ଧାନ୍ତ ନେଇ ଆପଣଙ୍କ ଚିନ୍ତାଧାରାକୁ ଜଟିଳ କରନ୍ତୁ ନାହିଁ । ମୌଳିକକୁ ହିଁ ଅନୁସରଣ କରନ୍ତୁ ଏବଂ ସହଜ ରଖନ୍ତୁ । ଭ୍ରମଣ ଏବଂ ଯାତ୍ରାର ସମ୍ଭାବନା ରହିଛି ।
ବୃଷ: ଆଜି ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହାନ୍ତି । ଆପଣ ସିଦ୍ଧାନ୍ତ ହୁଏତ ଭଲ ନହୋଇପାରେ । ଫଳରେ ଉପଯୋଗୀ ସୁଯୋଗରୁ ଆପଣ ଦୂରେଇ ଯିବାର ସମ୍ଭାବନା ରହିଛି । ଅବଶ୍ୟ, ନିଶ୍ଚିତ କରିବା ଯେ ଆପଣ ଏହି ସୁଯୋଗ ହରାଇବେ ନାହିଁ, ଆପଣ ନିଜର ପ୍ରକ୍ରିୟାରେ ଅପରିବର୍ତ୍ତିତ ଭାବରେ ଧ୍ୟାନ କେନ୍ଦ୍ରିଭୂତ କରନ୍ତୁ । ଆଜି କୌଣସି ନୂଆ କିମ୍ୱା ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ କିମ୍ବା ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ । ଆପଣଙ୍କର ପ୍ରତିଦ୍ୱନ୍ଦ୍ୱୀ ମାନେ ଇର୍ଷାନ୍ୱିତ ହୋଇ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ସେମାନେ ଆପଣଙ୍କୁ ଯୁକ୍ତିତର୍କ ବଳରେ ଅବ୍ୟବସ୍ଥିତ କରିବାକୁ ଚେଷ୍ଟାକରିବେ । ଏଥିପାଇଁ ଆପଣ ସବୁବେଳେ ମାନସିକ ଅଶାନ୍ତି ଭୋଗ କରିବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଅପଦସ୍ତ ହେବା ପରିସ୍ଥିତି ଉପୁଜିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ ।
ମିଥୁନ: ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହିତ ମିଶିବା ଏବଂ ମଜା କୌତୁକ କରିବା ପାଇଁ ଏହା ହେଉଛି ଏକ ଭଲ ଦିନ । ତେଣୁ ଆୟୋଜନ କରନ୍ତୁ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରନ୍ତୁ କିମ୍ବା ତାଙ୍କ ସହିତ ବାହାରକୁ ଯାଆନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ, ଆପଣ ବହୁତ ଲାଭ ପାଇବେ । ଅବଶ୍ୟ, ସେଥିପାଇଁ ଆପଣ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ । ଆପଣଙ୍କ ଖର୍ଚ୍ଚକୁ ସୀମା ଭିତରେ ରଖନ୍ତୁ ଏବଂ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।
କର୍କଟ: ଆଜି ଦିନରେ ଆପଣ ଦ୍ୱନ୍ଦ୍ୱ ଭିତରେ ରହିପାରନ୍ତି । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିବେ । ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ହେବାର ଦେଖାଦେଇପାରେ । ଖର୍ଚ୍ଚ ଅଧିକ ହୋଇପାରେ । ଘରୋଇ ବିଷୟ ପାଇଁ ଆପଣ ଆପଣଙ୍କ ବଜେଟ୍ ବଢାଇପାରନ୍ତି । ଆପଣ ତୁଣ୍ଡରେ ଲଗାମ ରଖନ୍ତୁ ଏବଂ ଅବୁଝାମଣାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜର ପଦୋନ୍ନତି ଲାଭ କରିବେ । ପରିବାରର ସଦସ୍ୟଙ୍କ ସହ ଖୁସିରେ ଦିନଟିକୁ କାଟିବେ ଏବଂ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଚେଷ୍ଟା କରିବେ । କାର୍ଯ୍ୟାଳୟର କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ।
ସିଂହ: ଆପଣଙ୍କ ପାଇଁ ପରିସ୍ଥିତି ଆଜି ଅତ୍ୟନ୍ତ ଅନୁକୂଳ ଅଟେ, କିନ୍ତୁ ଆପଣ ଏହାର ଉତ୍ତମ ବ୍ୟବହାର କରିବାରେ ଆପଣ ବିଫଳ ହୋଇପାରନ୍ତି ଯଦି ଆପଣ ମନର-ସତର୍କତା କରାଇ ବସନ୍ତି କିମ୍ବା ଭୁଲ୍ ବ୍ୟକ୍ତିଙ୍କୁ ଗାଳି ଦିଅନ୍ତି; ଧ୍ୟାନ କେନ୍ଦ୍ରିଭୂତ କରିବା ଆପଣଙ୍କ ମୂଳଲକ୍ଷ୍ୟ ହେବା ଉଚିତ । ନୂଆ ପ୍ରକଳ୍ପ କିମ୍ୱା ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ; ଆଜି ଦିନ ସେଥିପାଇଁ ଅନୁକୂଳ ନୁହେଁ । ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ଆଜି ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟରେ କିଛି ବାଧାବିଘ୍ନ ଆସିପାରେ । ତେଣୁ ଆପଣ ମନଧ୍ୟାନ ଦେଇ କାର୍ଯ୍ୟଟିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ ।
କନ୍ୟା: ଯଦି ଆପଣ ନୂଆ ପ୍ରକଳ୍ପ ହାତକୁ ନେବାପାଇଁ ଯୋଜନା କରୁଛନ୍ତି, ତେବେ ତାହା ଆପଣ ବିଳମ୍ବ ନକରି ହାତକୁ ନେବା ଉଚିତ । କାରଣ ଏହିଦିନ ଆପଣଙ୍କ ପେଶାଦାର ଜୀବନ ପାଇଁ ଶୁଭ ଅଟେ ଏବଂ ଆଉ ଅଧିକ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖନ୍ତୁ । ଆପଣ ନିଶ୍ଚିତ ଭାବରେ ପଦନ୍ନୋତି ପାଇବା ଆଶା କରିବେ ଏବଂ ଅଫିସ୍ରେ ପ୍ରଶଂସାର ପାତ୍ର ହେବେ । ଆପଣ ଅନ୍ୟଲୋକଙ୍କ ପ୍ରତି ଭଲ ସମ୍ପର୍କ ରଖିବେ । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୂର୍ବରୁ ସମାପ୍ତ କରିପାରିବେ । ଆଜି ଦିନଟି ବ୍ୟବସାୟରେ ପ୍ରଚୁର ଅର୍ଥଲାଭ ହୋଇପାରେ । ଆପଣ ନିଜ କାର୍ଯ୍ୟସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ ।
ତୁଳା: ବୁଦ୍ଧିମତ୍ତା କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରିବାର ପ୍ରବଳ ଇଚ୍ଛା ଆପଣଙ୍କୁ ଲେଖା ଏବଂ ଡ୍ରଇଂ ଭଳି ସୁକ୍ଷ୍ମ କଳା ଆଡକୁ ଟାଣିନେବ । ନୂଆ କାର୍ଯ୍ୟ ହାତକୁ ନେବା ପାଇଁ; ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଜି ହେଉଛି ସବୁଠାରୁ ଉତ୍ତମ ଦିନ । ପେଶାଦାର ଦୃଷ୍ଟିକୋଣରୁ ଆପଣ ନିପୁଣ ହେବେ ଏବଂ ସହକର୍ମୀ, ବରିଷ୍ଠଙ୍କ ଠାରୁ ପ୍ରୋତ୍ସାହନ ଏବଂ ସାହାଯ୍ୟ ପ୍ରାପ୍ତ କରି ଆପଣଙ୍କ କାର୍ଯ୍ୟ ଦକ୍ଷତା ଆହୁରି ବୃଦ୍ଧି ପାଇବ । ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବେ ଏବଂ ସେମାନଙ୍କ ସହ ଖୁସିରେ ସମୟ ବିତାଇବେ ।
ବିଛା: ଆଜିର ଦିନ ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଅନୈତିକ କିମ୍ବା ଆଇନ୍ ବିରୁଦ୍ଧ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଆଜି ପାଇଁ, ଅଜଣା ବ୍ୟକ୍ତିଙ୍କ ସହିତ ମିଳାମିଶା କରିବା କିମ୍ୱା ନୂଆ ସଂପର୍କ ବଢାଇବା ଏକ ଭଲ ଚିନ୍ତାଧାରା ପ୍ରମାଣିତ ହୋଇ ନପାରେ । ବୈକଳ୍ପିକ ଭାବରେ, ଆପଣ ବନ୍ଦ କରନ୍ତୁ, ଅଟକନ୍ତୁ, ଭାବନ୍ତୁ ଏବଂ ତାପରେ ଲୋକଙ୍କ ସହିତ ବନ୍ଧୁତ୍ୱ କରନ୍ତୁ । ଆଜିପାଇଁ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ଯୋଗ କିମ୍ୱା ଧ୍ୟାନ କରିବା । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ, ତଥାପି ଆପଣ ଶାନ୍ତ ରୁହନ୍ତୁ ଏବଂ ସଠିକ୍ ରୁହନ୍ତୁ । ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ ।
ଧନୁ: ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ କଟିବ । ଦିନଟିକୁ ଅନେକ ଆମୋଦ ପ୍ରମୋଦ ସହ ମଉଜରେ କାଟିବେ । ସାମାଜିକ ଏକତ୍ରିକରଣ ଏବଂ ଘଟଣାରେ ଆପଣ ବିଭିନ୍ନ ସାଂସ୍କୃତିତ ଲୋକଙ୍କ ସହିତ ମିଶିବା ସୁଯୋଗ ପାଇବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଆମୋଦ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ ।
ମକର: ବ୍ୟବସାୟରେ ବିସ୍ତାରଣ ଆଜି ପାଇଁ ଅତ୍ୟନ୍ତ ଲାଭଜନକ ପ୍ରମାଣିତ ହେବ । ପ୍ରତ୍ୟେକ ଜିନିଷ ଯୋଜନା ମୁତାବକ ହେବାର ଆଶା କରାଯାଏ । ଆର୍ଥିକ କାରବାର ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବିନା ଦ୍ୱିଧାରେ ଆଗକୁ ବଢିବ । ପାର୍ଟ୍ନର୍ ଏବଂ ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଉତ୍ତମ ଶରୀର ସୁନିଶ୍ଚିତ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ୱାରସ୍ଥ ହେବେ । ବୃତ୍ତିଗତ ଜୀବନରେ ବହୁ ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ଉପରିସ୍ଥ ଅଧିକାରୀ ଆପଣଙ୍କର କାର୍ଯ୍ୟକଳାପରେ ସନ୍ତୁଷ୍ଟି ହେବେ । ଦୁର୍ଘଟଣାରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତା ଅବଲମ୍ୱନ କରନ୍ତୁ ।
କୁମ୍ଭ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ୍ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ଆପଣ ବଦହଜମୀ ଉପରେ ପୀଡିତ ହୋଇପାରନ୍ତି ଏବଂ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବେ । ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ । ଆପଣ ଆପଣଙ୍କ ଖର୍ଚ୍ଚ, ରାଗ, ଏବଂ କଥା ଉପରେ ନଜର ରଖନ୍ତୁ ଏବଂ ଭବିଷ୍ୟତର କଳହ ପାଇଁ ପ୍ରସ୍ତୁତ ରୁହନ୍ତୁ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଖର୍ଚ୍ଚାନ୍ତ ହେବେ ।
ମୀନ: ଆଜି ଆପଣଙ୍କଠାରେ ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଆପଣଙ୍କ ପରିବାର ସଦସ୍ୟ ସହ ଦ୍ୱନ୍ଦ୍ୱ ବିବାଦର ଆଶା କରାଯାଇପାରିବ, ଆପଣ କଳହ ଏବଂ ଯୁକ୍ତିତର୍କ ନ କରିବା ପାଇଁ ପରାମର୍ଶ ଦିଆଯାଇଅଛି । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିବେ । ଗ୍ରହମାନଙ୍କ ଶୁଭଦୃଷ୍ଟି ନ ଥିବାରୁ ସରକାରୀ କାର୍ଯ୍ୟ ବା ବ୍ୟବସାୟ ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟକଳାପରେ ଆପଣଙ୍କୁ ସତର୍କତା ଅବଲମ୍ଵନ କରିବାକୁ ପଡିପାରେ ।