ETV Bharat / state

କାହିଁକି ନବଜାତକୁ ଦେଇଦେଲା ମା' ? ଶିଶୁ ବିକ୍ରି ସନ୍ଦେହରେ ତଦନ୍ତ ଜୋରଦାର - MOTHER GIVE AWAY NEWBORN

କାହିଁକି ଓ କାହାକୁ ନବଜାତକକୁ ଦେଇଦେଲା ମା'? ଏହି ପ୍ରଶ୍ନକୁ ନେଇ ବଢିଛି ଶିଶୁ ବିକ୍ରି ସନ୍ଦେହ । CWCର ମାମଲା ଆଧାରରେ ଖପ୍ରାଖୋଲ ପୋଲିସର ତଦନ୍ତ ।

Mother Give Away Newborn
Mother Give Away Newborn (ETV Bharat Odisha)
author img

By ETV Bharat Odisha Team

Published : Nov 17, 2024, 10:08 PM IST

ବଲାଙ୍ଗୀର: ନବଜାତ ଶିଶୁକୁ ଅନ୍ୟ ଜଣକୁ ଦେବା ଘଟଣାରେ ଟ୍ବିଷ୍ଟ । ଶିଶୁ ବିକ୍ରି ନେଇ ବଢିଲା ସନ୍ଦେହ । ଥାନାରେ ଶିଶୁ ମଙ୍ଗଳ ସମିତିର ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ପୋଲିସ ।

କ'ଣ ଥିଲା ପୂରା ଘଟଣା ?

Mother Give Away Newborn (ETV Bharat Odisha)

ବଲାଙ୍ଗୀର ଖପ୍ରାଖୋଲ ଅଞ୍ଚଳରେ ଗତ 2 ତାରିଖରେ ମହିଳା ଜଣକ ନିଜ ଜନ୍ମିତ ଶିଶୁକୁ ଅନ୍ୟ ଜଣଙ୍କ ହାତକୁ ଟେକିଦେଇଥିଲେ । ଏହାକୁ ନେଇ ସାଧାରଣରେ ଶିଶୁ ବିକ୍ରି ସନ୍ଦେହ ସୃଷ୍ଟି ହୋଇଥିବାବେଳେ ପ୍ରାଥମିକ ତଦନ୍ତ ପରେ ବଲାଙ୍ଗୀର ଶିଶୁ ମଙ୍ଗଳ ସମିତି ଲିଖିତ ଅଭିଯୋଗ କରିଛି । ସେପଟେ ଖପ୍ରାଖୋଲ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଆଶାକର୍ମୀ ଶିଶୁଟି ମା' ପାଖରେ ନାଥିବା ଅଭିଯୋଗ ଆଣିବା ପରେ ଘଟଣା ସାମନାକୁ ଆସିଥିଲା । ଯାହାର ତଦନ୍ତ ଚାଇଲଡ ଲାଇନ କରିଥିଲା । ହେଲେ ଟଙ୍କା ନେଣଦେଣ ସମ୍ପର୍କରେ କିଛି ଜଣାପଡିନଥିଲା । ଯାହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ଏହାର ତଦନ୍ତ ପାଇଁ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଛି ଶିଶୁ ମଙ୍ଗଳ ସମିତି । ସେହିପରି ସଂପୃକ୍ତ ଶିଶୁ ଏବେ ଛତିଶଗଡ଼ ରାୟପୁର ସ୍ଥିତ ଏକ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଥିବା CWC କହିଛି । ତେବେ ପୋଲିସ ମଧ୍ୟ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ମୁମ୍ବାଇରେ ଶିଶୁ ଚାଲାଣ ରାକେଟର ପର୍ଦ୍ଦାଫାସ, ୬ ମହିଳା ଗିରଫ - child trafficking

ଛତିଶଗଡକୁ କେମିତି ଗଲା ନବଜାତ?

CWC ସଦସ୍ୟ ଲତାଶ୍ରୀ କହିଛନ୍ତି, "ଆମେ ଏହି ଘଟଣା ବିଷୟରେ ଖବର ପାଇଥିଲୁ। ଆମେ ଦୁଇ ଜଣ ସଦସ୍ୟ ସଂପୃକ୍ତ ଗାଁକୁ ଯାଇ ଶିଶୁର ମା ଓ ତାଙ୍କ ପରିବାର ସହିତ ଆଲୋଚନା କରିବା ସହ ତଦନ୍ତ କରିଥିଲୁ । ହେଲେ ମହିଳା ଜଣଙ୍କ ଶିଶୁଟିକୁ ଜଣେ ପରିଚିତକୁ ଦେଇ ଦେଇଥିବାର କହିଥିଲେ । ହେଲେ ସେ ତାଙ୍କ ନା ଠିକଣା ଦେଇ ପାରୁନାହାନ୍ତି। ସେହିପରି ପ୍ରସବ ଦିନ ହିଁ ଶିଶୁକୁ ଅନ୍ୟ ଜଣେ ନେବା ଅନେକ ସନ୍ଦେହ ସୃଷ୍ଟି କରିଛି । ଅନ୍ୟପଟେ ଶିଶୁଟି ଗୁରୁତର ଅବସ୍ଥାରେ ଛତିଶଗଡ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ଥିବାର ଜଣାପଡ଼ିଛି। ତେବେ ଶିଶୁଟି ସେଠାକୁ କେମିତି ଗଲା ତାହା ତଦନ୍ତର ବିଷୟ । ତେଣୁ ଆମେ ଖପ୍ରାଖୋଲ ଥାନାରେ ଏହାକୁ ନେଇ ଲିଖିତ ଅଭିଯୋଗ କରିଛୁ।" ସେପଟେ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଜାରୀ କହିଛନ୍ତି,"CWC ର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ଖପ୍ରାଖୋଲ ଥାନାରେ 249 କେସ ନମ୍ୱରରେ ଏହାର ତଦନ୍ତ ଏକ ସ୍ଵତନ୍ତ୍ର ପୋଲିସ୍ ଟିମ ଆରମ୍ଭ କରିଛନ୍ତି ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.