ETV Bharat / state

ବାଲିଯାତ୍ରାରେ ଆକର୍ଷଣ ସାଜିଛି କମଳା ମାଉସୀଙ୍କ ଷ୍ଟଲ, ଦିନେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ - KAMALA MAHARANA STALL

ବାଲିଯାତ୍ରାରେ କମଳାଙ୍କ ଷ୍ଟଲରେ ଗ୍ରାହକଙ୍କ ଭିଡ଼ । ଅଦରକାରୀ ସାମଗ୍ରୀରୁ ପ୍ରସ୍ତୁତ ସାମଗ୍ରୀର ବଢିଛି ଚାହିଦା ।

Kamala Maharana Stall
Kamala Maharana Stall (ETV Bharat Odisha)
author img

By ETV Bharat Odisha Team

Published : Nov 17, 2024, 10:00 PM IST

କଟକ: ଅଦରକାରୀ ଜରି ବା ପଲିଥିନରୁ ତିଆରି ହେଉଛି ବିଭିନ୍ନ ଦରକାରୀ ସାମଗ୍ରୀ । ଅଟା ପ୍ୟାକେଟ, ବିଭିନ୍ନ ଚିପ୍ସ ପ୍ୟାକେଟ, ସର୍ପ ଜରି, ଲୁଣ ଜରି ଓ ତେଲ ଜରି ଆଦିକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଆସିଛନ୍ତି କେନ୍ଦ୍ରାପଡ଼ାର କମଳା ମହାରଣା । ଏପରିକି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ' କାର୍ଯ୍ୟକ୍ରମରେ ମଧ୍ୟ ସେ ପ୍ରଶଂସିତ ହୋଇଛନ୍ତି । ତେବେ ବାଲିଯାତ୍ରାରେ କମଳା ନିଜର ଷ୍ଟଲ ଖୋଲି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି ।

୫୦ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ:

Kamala Maharana Stall (ETV Bharat Odisha)

କମଳା ମହାରଣାଙ୍କ ଷ୍ଟଲରେ ଥିବା ସାମଗ୍ରୀ ଗୁଡିକର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାର ଭଲ ଚାହିଦା ମଧ୍ୟ ରହିଛି । କମଳାଙ୍କ ଷ୍ଟଲ ଆଗରେ ଦର୍ଶକଙ୍କ ଭିଡ଼ ବି ଜମୁଛି । ପ୍ରାୟ ୮ ରୁ ୧୦ ପ୍ରକାର ଆଇଟମ ସେ ବାଲିଯାତ୍ରାକୁ ଆଣିଛନ୍ତି । ପେଡ଼ି, ପାଚିଆ, ଡାଲା, ବିଛଣା, ବଡ଼ି ଓ ପାମ୍ପଡ଼ ଶୁଖାଇବା ପାଇଁ ଝାମ୍ପି, ମନିପର୍ସ, ପାପୋଛ ଏବଂ ବିଭିନ୍ନ ଘର ସଜା ସାମଗ୍ରୀ ରହିଛି। ଏହି ସାମଗ୍ରୀଗୁଡିକୁ ପ୍ରଥମ ଥର ଲାଗି ବାଲିଯାତ୍ରାକୁ ଆଣିଛନ୍ତି କମଳା ମହାରଣା । ତଳ ପଡିଆର ଓରମାସରେ ରହିଛି କମଳା ମହାରଣାଙ୍କ ଷ୍ଟଲ ।

ଏହା ବି ପଢନ୍ତୁ....କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି - Kamala send Rakhi to Modi

ଏହା ବି ପଢନ୍ତୁ....ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Kamala Maharana Stall
Kamala Maharana Stall (ETV Bharat Odisha)

କମଳା ମହାରଣା କିଏ?

କେନ୍ଦ୍ରାପଡ଼ା ଗୁଲନଗର ଖଇରାବାଦର ବସିନ୍ଦା କମଳା ମହାରଣା । ବୟସ ୬୦ବର୍ଷରୁ ଊର୍ଦ୍ଧ୍ବ ହେବ । କମଳାଙ୍କ କହିବା ମୁତାବକ, ସେ ତାଙ୍କର ଦୁଇଟି ଗାଈକୁ ବିକିବା ପରେ ବିଭିନ୍ନ ପ୍ରକାର ଅଦରକାରୀ ଜରିରୁ କିଛି କିଛି ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ବାହାରେ କିମ୍ବା ଅଳିଆ ଗଦାରେ ପଡିଥିବା ଜରି ଆଣି ସେସବୁକୁ ଭଲରେ ଧୋଇ ଘରକରଣା ସାମଗ୍ରୀ ତିଆରି କରିଲେ । ପରେ ତାଙ୍କ ଯା'ଙ୍କୁ ମଧ୍ୟ ଏହି କାର୍ଯ୍ୟରେ ଲଗାଇଦେଲେ । ଉଭୟ ମିଶି ଅନେକ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରିଲେ । ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ । ଏହି ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ତାଙ୍କ ବନ୍ଧୁବାନ୍ଧବ ମଧ୍ୟ ଅଦରକାରୀ ଜରି ଦେଉଥିଲେ । ଏହାପରେ ନିଜ ଗ୍ରାମର ପ୍ରାୟ ୨୩ ଜଣ ମହିଳାଙ୍କୁ ନେଇ କମଳା ଏକ ଗ୍ରୁପ ବି ପ୍ରସ୍ତୁତ କରିଥିଲେ । ବଡ଼କଥା ହେଉଛି କି ଏହି ସାମଗ୍ରୀକୁ ଚଳିତବର୍ଷ ବାଲିଯାତ୍ରାରେ ବିକ୍ରୟ ପାଇଁ ତାଙ୍କୁ ଓରମାସ ପକ୍ଷରୁ ଷ୍ଟଲ ଯୋଗାଇ ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.