ETV Bharat / technology

ଜୀବନ ବଞ୍ଚାଇବ Apple Watch Series 10; ରହିଛି ଅନେକ ହେଲଥ୍‌ ଫିଚର, ଏତିକି ଦାମ - Apple watch 10 series launched

author img

By ETV Bharat Tech Team

Published : Sep 12, 2024, 10:43 AM IST

Apple Watch Series 10 Launched: ଗତ 2ଦିନ ତଳେ ଆପଲ୍‌ ଆଇଫୋନ 16 ସମେତ ଏହାର ଆପଲ୍‌ ୱାଚ ସିରିଜ 10 ମଧ୍ୟ ଲଞ୍ଚ କରିଛି । ଏହି ସ୍ମାର୍ଟୱାଚରେ ଦମଦାର ଫିଚର୍‌ ରହିଛି । ଯାହାକି ଆପଣଙ୍କ ରୋଗ ଚିହ୍ନଟ କରିବା ସହ ଆପଣଙ୍କ ଜୀବନ ବଞ୍ଚାଇପାରିବ । ଅଧିକ ପଢନ୍ତୁ

Apple Watch Series 10
Apple Watch Series 10 (Apple)

ହାଇଦ୍ରାବାଦ: ଆମେରିକୀୟ କମ୍ପାନୀ ଆପଲ୍‌ ପକ୍ଷରୁ ଏହାର ଗ୍ଲୋ ଟାଇମ ଇଭେଣ୍ଟରେ ୱାଚ ସିରିଜ 10 ଲଞ୍ଚ ହୋଇଛି । ସେପ୍ଟେମ୍ବର 10 ତାରିଖରେ ଫ୍ଲାଗସିପ ଆଇଫୋନ 16 ସହିତ ଏହି ସ୍ମାର୍ଟୱାଚ ବଜାର ପ୍ରବେଶ କରିଛି । ଏହି ସ୍ମାର୍ଟୱାଚକୁ ନେଇ ଏବେ ବିଶେଷ ଚର୍ଚ୍ଚା ହେଉଛି । କାରଣ କମ୍ପାନୀ ପକ୍ଷରୁ ଏଥିରେ ଅନେକ ହେଲ୍‌ଥ ଫିଚର ଦିଆଯାଇଛି । ଯାହାକି ଆପଣଙ୍କ ରୋଗକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । କଣ ସେହି ଫିଚର୍‌ ଓ ଭାରତୀୟ ମାର୍କେଟରେ ଏହାର ଦାମ କେତେ ଆସନ୍ତୁ ଜାଣିବା ।

Apple Watch Series 10
Apple Watch Series 10 (Apple)

Apple Watch Series 10 ଫିଚର୍ସ:-

  • ଏହି ସ୍ମାର୍ଟୱାଚରେ କମ୍ପାନୀ 3ଟି ଜବରଦସ୍ତ ଫିଚର୍‌ ପ୍ରଦାନ କରିଛି ।
  • ଆପଲ୍‌ ୱାଚ ସିରିଜ 10ର ଟାଇଟାନିୟମ ଫିନିସ ସହିତ ଉପଲବ୍ଧ ।
  • ୱାଚରେ ଫାଷ୍ଟ ଚାର୍ଜିଂ ସପୋର୍ଟ ପ୍ରଦାନ କରାଯାଇଛି, ଯାହାକି 30 ମିନିଟରେ ସ୍ମାର୍ଟୱାଚକୁ 80%ରୁ ଅଧିକ ଚାର୍ଜ କରିପାରିବ ।
  • ଏଥିରେ ଆଜି ପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ସ୍ମାର୍ଟୱାଚ ମଧ୍ୟରେ ସବୁଠୁ ବଡ଼ ଓ ଉନ୍ନତମାନର ଡିସପ୍ଲେ ରହିଛି । ଯେଉଁଥିରେ ୱାଇଟ-ଆଙ୍ଗଲ OLED ସ୍କ୍ରିନ ରହିଛି । ଏହା ପୂର୍ବ ମଡେଲ ତୁଳନାରେ 30% ଅଧିକ ।
  • ସିରିଜ 10 ଏଯାବତ ସବୁଠୁ ପତଳା ଆପଲ୍‌ ୱାଚ, ଯାହାର ସାଇଜ 9.7 ମିମି । ଏହା ସିରିଜ 9 ତୁଳନାରେ 10 ପ୍ରତିଶତ ପତଳା ।
  • ଘଣ୍ଟାଟି ନୂଆ ଫିନିସ ସହିତ ଉପଲବ୍ଧ । ଏଥିରେ ପଲିସ ଆଲୁମିନିୟମ ଓ ଟାଇଟାନିୟମ ଅପସନ ସାମିଲ ।
  • ୱାଚରେ S10 ଚିପ୍‌ ରହିଛି । ଏହାସହ device Siri, ୱାର୍କଆଉଟ୍‌ ଡିଟେକ୍ସନ, କ୍ରାସ ଡିଟେକ୍ସନ ଓ ଫଲ୍‌ ଡିଟେକ୍ସନ ଦଆଯାଇଛି ।
  • ଏହି ସ୍ମାର୍ଟୱାଚଟି watchOS 11 ସହ ଆସିଛି, ଯାହାକି ନ୍ୟୁ ୱାଚ୍‌ ଫେସେସ୍‌ ଅଫର କରୁଛି ।
  • ଆପଣ ଏହି ସ୍ମାର୍ଟୱାଚକୁ ପିନ୍ଧି ପହଁରି ପାରିବେ (Swim Proof) ।
    Apple Watch Series 10
    Apple Watch Series 10 (Apple)

ଏହା ବି ପଢନ୍ତୁ- ପାକିସ୍ତାନରେ ସବୁଠୁ ମହଙ୍ଗା iPhone 16 ସିରିଜ; ଜାଣନ୍ତୁ ଭାରତ ତୁଳନାରେ କେଉଁ ଦେଶରେ ଶସ୍ତା

Apple Watch Series 10
Apple Watch Series 10 (Apple)

କଣ ରହିଛି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଫିଚର୍‌ (Health Features):-

  • ୱାଚର ସବୁଠୁ ଗୁରୁତ୍ବପୂର୍ଣ୍ଣ ଫିଚର ହେଉଛି ଏହା ସ୍ଲିପ୍‌ ଆପନିଅ (sleep apnea) ରୋଗର ଲକ୍ଷଣକୁ ଚିହ୍ନଟ କରିବ ।
  • ସ୍ଲିପ ଆପନିଅ ହେଉଛି ଏମିତି ଏକ ମାରାତ୍ମକ ରୋଗ ଯାହାକି ଆପଣ ଶୋଇବା ସମୟରେ ଆପଣଙ୍କ ଶ୍ବାସକ୍ରିୟା କିଛି ସମୟ ପାଇଁ ବନ୍ଦ ହୋଇଯାଏ ।
  • ଏହି ରୋଗର ଲକ୍ଷଣକୁ ଚିହ୍ନଟ କରିବା ୱାଚରେ ଫିଚର ରହିଛି । ସ୍ଲିପ ଆପନିଅ ରୋଗର ଲକ୍ଷଣ ବାରମ୍ବାର ଦେଖାଗଲେ, ଏ ନେଇ ୟୁଜର୍‌ଙ୍କୁ ୱାଚ ଅବଗତ କରାଇଥାଏ ।
  • ଏହାସହ ୱାଚରେ ଅନ୍ୟ ହେଲ୍‌ଥ ଫିଚର ମଧ୍ୟରେ ହାର୍ଟ ରେଟିଂ ମନିଟରିଂ, ଶ୍ବାସକ୍ରିୟାକୁ ଟ୍ରାକ୍‌ କରିବା ଓ ରିଷ୍ଟ ଟେମ୍ପେରେଚର ସେନ୍ସିଂ ଫିଚର ରହିଛି ।

ଦାମ କେତେ ଓ କେଉଁଠୁ କିଣିବେ ?

  • ଆପଲ୍‌ ୱାଚ ସିରିଜ 10ର ଦାମ ଭାରତୀୟ ମାର୍କେଟରେ Rs 46,900 ରହିଛି ।
  • ସେପ୍ଟେମ୍ବର 10 ତାରିଖଠାରୁ ଏହାର ପ୍ରି-ଅର୍ଡର ଆରମ୍ଭ ହୋଇଛି ।
  • ସେପ୍ଟେମ୍ବର 20 ତାରିଖଠାରୁ ଏହା ଆପଲ୍‌ ଷ୍ଟୋରରେ ଉପଲବ୍ଧ ହେବ ।
  • ଆପଲ୍‌ ଅନ୍ୟ ଏକ ସ୍ମାର୍ଟୱାଚ Apple Watch SE ମଧ୍ୟ ଲଞ୍ଚ କରିଛି । ଯାହାର ଦାମ Rs 24,900 ରହିଛି । ଏଥିରେ ମଧ୍ୟ ହେଲ୍‌ଥ ଫିଚର, ବଡ଼ ଡିସପ୍ଲେ, ପତଳା ଡିଜାଇନ ରହିଛି ।

ଏହା ବି ପଢନ୍ତୁ- ଗୁଗଲ ପିକ୍ସେଲ 9 ବନାମ ଆଇଫୋନ 16; କେଉଁଟା ଭଲ ? - iPhone 16 VS Google Pixel 9

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.