ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ, ଗାନ୍ଧୀ ମାର୍ଗରୁ LIVE - 76TH REPUBLIC DAY
🎬 Watch Now: Feature Video
Published : Jan 26, 2025, 8:17 AM IST
|Updated : Jan 26, 2025, 9:19 AM IST
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଆରମ୍ଭ ହୋଇଯାଇଛି । ସଜେଇ ହୋଇଛି ଗାନ୍ଧୀ ମାର୍ଗ । ରାଜ୍ୟପାଳ ହରି ବାବୁ କମ୍ଭମପତି ପତାକା ଉତ୍ତୋଳନ କରୁଛନ୍ତି । ଜାତୀୟ ସଙ୍ଗୀତ 'ଜନ ଗଣ ମନ ଅଧି..' ଗୁଞ୍ଜରିତ ହୋଇଉଠିଛି ଗାନ୍ଧୀ ମାର୍ଗ । ପତାକା ଉତ୍ତୋଳନ ପରେ ଅଭିଭାବନ ଗ୍ରହଣ କରିବେ ରାଜ୍ୟପାଳ । ପରେଡରେ ଏଥର ମୁଖ୍ୟ ଆକର୍ଷଣ ଢେମସା ବାଦ୍ୟ, ଶିବ ତାଣ୍ଡବ ଏବଂ ଓଡ଼ିଶା-ଝାଡ଼ଖଣ୍ଡ ପୋଲିସର ଚିତ୍ତାକର୍ଷକ ପରେଡ୍ ।ଚଳିତ ବର୍ଷ ପରେଡରେ 43ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି । ପ୍ରତ୍ୟେକ ବର୍ଷ ପରି ପଡୋଶୀ ରାଜ୍ୟର ଝାଡଖଣ୍ଡ ପୋଲିସ ଅତିଥି ଭାବେ ପରେଡରେ ସାମିଲ ହୋଇଛନ୍ତି । ସେହିପରି କେନ୍ଦ୍ରୀୟ ଫୋର୍ସ 120 ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ସହ ରାଜ୍ୟର ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏପି , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଅନେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ମହର୍ଷି ଡେୟାର ଡେଭିଲସର ସ୍ବତନ୍ତ୍ର ଟିମ ମଧ୍ୟ ଭାଗ ନେଇଛନ୍ତି । ଚଳିତବର୍ଷ ଯୁବ IPS ଭୋସଲେ ଶୁଭମ ସଞ୍ଜୟଙ୍କ ନେତୃତ୍ୱରେ ପରେଡ ଅନୁଷ୍ଠିତ ହେବ । ଏହି ଯୁବ ଆଇପିଏସଙ୍କ କମାଣ୍ଡରେ ପରିଚାଳିତ ହେବ ପରେଡ । ସମ୍ବଲପୁର ଅତିରିକ୍ତ ଏସପି ଭାବେ ଏବେ ଟ୍ରେନିଂରେ ଅଛନ୍ତି ।ସେହିପରି ବିଭିନ୍ନ ବିଭାଗର ୧୨ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବା ସହ ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ନୃତ୍ୟ ପ୍ରଦର୍ଶନ ହେବ । ଓଡିଶା ସେକଟିଂ ଏକାଡେମୀ ଦେଶାତ୍ମକ ସଙ୍ଗୀତରେ କୁନିକୁନି ପିଲାଙ୍କ ନୃତ୍ୟ, ଆରୀୟନ ରୋୟାଲ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ଶିବ ତାଣ୍ଡବ ନାଚ, ରାୟଗଡାର ଢେମସା ସହ କେନ୍ଦୁଝରର ଆଦିବାସୀ ନୃତ୍ୟ ଏବଂ ଘୋଡ଼ନାଚ ମଧ୍ୟ ପ୍ରଦର୍ଶନ ହେବ । ଇଟିଭି ଭାରତ, ଭୁବନେଶ୍ୱର
Last Updated : Jan 26, 2025, 9:19 AM IST