Union Budget 2025 LIVE: ସଂସଦରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ - UNION BUDGET 2025

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 1, 2025, 11:02 AM IST

Updated : Feb 1, 2025, 12:43 PM IST

ନୂଆଦିଲ୍ଲୀ: ଆର୍ଥିକବର୍ଷ 2025-26 ପାଇଁ ସଂସଦରେ ସାଧାରଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୋକସଭାରେ ବଜେଟ୍‌ ଉପସ୍ଥାପିତ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ଓ ତାଙ୍କ ଟିମ୍‌ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ । ସେଠାରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ବଜେଟ୍‌କୁ ଅନୁମୋଦନ ଦେବା ପାଇଁ ଅନୁମତି ମାଗିଥିଲେ । ରାଷ୍ଟ୍ରପତି ଅର୍ଥମନ୍ତ୍ରୀଙ୍କୁ ଦହି ଖୁଆଇଥଲେ । ପରେ ନିର୍ମଳା ରାଷ୍ଟ୍ରପତି ଭବନରୁ ବାହାରି ସଂସଦରେ ପହଞ୍ଚିଥିଲେ । ତେବେ ଚଳିତବର୍ଷର ଏହି ବଜେଟରେ ନିର୍ମଳା କ’ଣ ନୂଆ ଭେଟି ଦେବେ, କେଉଁ କ୍ଷେତ୍ରକୁ ଅଧିକ ବ୍ୟୟବରାଦ ଦେବେ ଓ ଟ୍ୟାକ୍ସ ସ୍ଲାବରେ କ’ଣ ପରିବର୍ତ୍ତନ କରିବେ, ତାହା ଉପରେ ସମଗ୍ର ଦେଶର ନଜର ରହିଛି । ଗତକାଲି ସଂସଦ ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ମିଳିତ ଗୃହକୁ ସମ୍ବୋଧନ ସହ ‘ଇକୋନୋମିକ୍ସ ସର୍ଭେ ରିପୋର୍ଟ୍‌’ ମଧ୍ୟ ଗୃହରେ ଆଗତ ହୋଇଛି । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ଚଳିତଥର କ୍ରମାଗତ 8ଥର ସାଧରଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଦେଖନ୍ତୁ ସଂସଦରୁ ସିଧା ପ୍ରସାରଣ...
Last Updated : Feb 1, 2025, 12:43 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.