ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ, ଦେଖନ୍ତୁ LIVE - 78th independence day

By ETV Bharat Odisha Team

Published : Aug 15, 2024, 9:05 AM IST

Updated : Aug 15, 2024, 10:03 AM IST

thumbnail
ଭୁବନେଶ୍ବର: ଆଜି ଦେଶ ପାଳୁଛି 78ତମ ସ୍ବାଧୀନତା ଦିବସ । ଭୁବନେଶ୍ବରର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଉଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ ପତାକା ଉତ୍ତୋଳନ କରିଛନ୍ତି । ରାଜ୍ୟରେ ବିଜେପି ସରକାରର ପ୍ରଥମ ସ୍ବାଧୀନତା ଦିବସ ।  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ତାରଜନ ପରେଡ । ଏଥିରେ ଭାଗ ନେଇଥିଲେ 9ଟି ଉଦୀୟମାନ ଘୋଡ଼ା । ଓୟୁଏଟି ଘୋଡ଼ାଶାଳରୁ ଘୋଡ଼ା ସହ ଘୋଡ଼ା ଚଢିବା ତାଲିମ ନେଇଥିବା ବିସ୍ମୟ ଘୋଡ଼ା ଚାଳକ ପୁରୁଷ ଓ ମହିଳା ପରେଡ ପ୍ରଦର୍ଶନ କରିଥିଲେ । 1947 ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ସେହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ  ଅଗଷ୍ଟ 15କୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଉଛି । ଭାରତର ସ୍ବାଧୀନତା ସଂଗ୍ରାମରେ ଶହ ଶହ ସ୍ବାଧୀନତା ସଂଗ୍ରାମୀଙ୍କ ସାହାସ  ତ୍ୟାଗ, ସଂଘର୍ଷ ଓ ବୀରତ୍ବ ବଳରେ ଦେଶ ଇଂରେଜ ମୁକ୍ତ ହୋଇଥଲା । 
Last Updated : Aug 15, 2024, 10:03 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.