୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ, LIVE - ODISHA BUDGET 2025

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 17, 2025, 4:06 PM IST

Updated : Feb 17, 2025, 6:46 PM IST

ଭୁବନେଶ୍ୱର: ଆସିଲା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୯୦ତମ ବଜେଟ ଉପସ୍ଥାପନ କରୁଛନ୍ତି । ୮ ମାସର ମୋହନ ସରକାର କେଉଁ କ୍ଷେତ୍ରରେ କେତେ ଟଙ୍କା ବ୍ୟୟ ବରାଦ କରୁଛନ୍ତି ଓ କେଉଁ କେଉଁ ନୂଆ ଯୋଜନାମାନ ଆଣୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।ନୂଆ ସରକାର ପୂର୍ବରୁ କହିସାରିଛନ୍ତି କି ସରକାରଙ୍କ ଫୋକସରେ ରହିଛି ସୌରଶକ୍ତି କ୍ଷେତ୍ର । ଅର୍ଥାତ ମୋହନ ମାଝୀ ବଜେଟ ପେଡିରେ ସୌରଶକ୍ତି ନେଇ ବଡ ଘୋଷଣା କରିବା ଆଶା ରହିଛି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା ଯୋଜନା, ଚାଷୀଙ୍କ ପାଇଁ ଇନପୁଟ୍ ସବସିଡ୍, ବୟସ୍କଙ୍କ ପାଇଁ 3000 ମାସିକ ପେନସନ୍ ଏବଂ ଆୟୁଷ୍ମାନ ଯୋଜନା ନେଇ କଣ ଘୋଷଣା ହେବ ତା ଉପରେ ରହିଛି ନଜର । ଏଥର ବଜେଟ ଆକାର ବଢି 2 ଲକ୍ଷ 85 କୋଟି ଛୁଇଁବ ବୋଲି ଆଶା ରହିଛି ।ଇଟିଭି ଭାରତ, ଭୁବନେଶ୍ୱର
Last Updated : Feb 17, 2025, 6:46 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.