ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଯାପନୀ, ଦେଖନ୍ତୁ LIVE - PRAVASI BHARATIYA DIVAS
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/10-01-2025/640-480-23296938-thumbnail-16x9-president.jpeg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 10, 2025, 3:53 PM IST
|Updated : Jan 10, 2025, 4:07 PM IST
ଭୁବନେଶ୍ବର: ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆଜି ଅନ୍ତିମ ଦିନ । ଏହି ତ୍ରିଦିବସୀୟ ସର୍ବଭାରତୀୟ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରବାସୀ ଭାରତୀୟ ଅତିଥିମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମାନର ପୁରସ୍କାରରେ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି । 3 ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀର ଆଜି ଅନ୍ତିମ ଦିନ । ଗତ 8 ତାରିଖରୁ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ଯୋଗ ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଦ୍ବିତୀୟ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଆଜି ଅନ୍ତିମ ଦିନରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି । ଓଡ଼ିଶାରେ ପ୍ରବାସୀଙ୍କ ଭିଡ । ରାଜ୍ୟର କଳା ସଂସ୍କୃତି ଦେଖି ଆନନ୍ଦିତ ପ୍ରବାସୀ । ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି ।
Last Updated : Jan 10, 2025, 4:07 PM IST