ETV Bharat / state

ଉତ୍ସବମୁଖର ଲୋକନାଥ ପୀଠ, ରାତି 3ଟାରେ ଉଠିବ ମହାଦୀପ - MAHASHIVRATRI 2025

ପବିତ୍ର ମହାଶିବ ରାତ୍ରୀ ପାଇଁ ଚଳଚଞ୍ଚଳ ପୁରୀର ପ୍ରଭୁ ଲୋକନାଥ ମନ୍ଦିର । ଶାନ୍ତି ଶୃଙ୍ଖଳାରେ ଚାଲିଛି ଦର୍ଶନ । ରାତ୍ର 3ଟାରେ ଉଠିବ ମହାଦୀପ ।

JAGAR JATRA IN LOKANATH TEMPLE
JAGAR JATRA IN LOKANATH TEMPLE (ETV Bharat Odisha)
author img

By ETV Bharat Odisha Team

Published : Feb 26, 2025, 4:48 PM IST

ପୁରୀ: ଆଜି ପବିତ୍ର ମହାଶିବରାତ୍ରୀ ତଥା ଜାଗର । ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ନିଷ୍ଠାର ସହ ଜାଗର ଦୀପ ଜାଳି ଆରାଧନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ଅବସରରେ ପୁରୀର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଲୋକନାଥଙ୍କ ମନ୍ଦିରରେ ଭକ୍ତଙ୍କ ବେଶ୍ ଭିଡ ଲାଗିଛି । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ଶାନ୍ତି ଶୃଙ୍ଖଳାରେ ଦର୍ଶନ ଚାଲିଥିବା ବେଳେ ରାତି 3 ଟାରେ ଉଠିବ ମହାଦୀପ । ସେପଟେ ଶାନ୍ତି ଶୃଙ୍ଖଳାରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ପୁରୀ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।

JAGAR JATRA IN LOKANATH TEMPLE (ETV Bharat Odisha)
  • ରାତି ୩ଟାରେ ଉଠିବ ମହାଦୀପ:

ଏନେଇ ଲୋକନାଥ ମନ୍ଦିରର ସଦସ୍ଯ ତଥା ମ୍ୟାନେଜର ଅପୋଚ କୁମାର ପରିଡ଼ା କହିଛନ୍ତି," ରାତ୍ର 12ଟା ପରେ ଦ୍ଵାର ଫିଟା ନୀତି ପରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ, ଅବକାଶ ନୀତି, ସକାଳ ଧୂପ ନୀତି ହୋଇଥିଲା । ରାତି 2ଟାରୁ ଭକ୍ତମାନେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରୁଛନ୍ତି । ଏହା ଆଜି ରାତି 11 ଟା ଯାଏ ଚାଲିବ । ରାତି 2ଟାରୁ 3ଟା ଭିତରେ ହରିହର ଭେଟ ଏବଂ 3ଟା ପରେ ମହାଦୀପ ଉଠିବା ପାଇଁ ସ୍ଥିର ହୋଇଛି ।"

JAGAR JATRA IN LOKANATH TEMPLE
JAGAR JATRA IN LOKANATH TEMPLE (ETV Bharat Odisha)
  • ଆଜି ରାତ୍ର 12ଟା ପରେ ଦ୍ଵାର ଫିଟା ନୀତି ହୋଇଛି
  • ଲୋକନାଥଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
  • 11ଟା ଯାଏ ଚାଲିବ ଦର୍ଶନ
  • ରାତି 2ଟାରୁ 3ଟା ହରିହର ଭେଟ
  • 3ଟାରେ ଉଠିବ ମହାଦୀପ

  • 'ପ୍ରଭୁ ଲୋକନାଥ ସବୁ ମନସ୍କାମନା ପୂରଣ କରନ୍ତି':

ପ୍ରଭୁ ଲୋକନାଥଙ୍କୁ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତ ଗୋପବନ୍ଧୁ ମିଶ୍ର କହିଛନ୍ତି, "ପବିତ୍ର ମହାଶିବ ରାତ୍ରୀରେ ନିଷ୍ଠାର ସହ ପ୍ରଭୁ ଲୋକନାଥଙ୍କୁ ଆରାଧନା ଓ ପୂଜା କଲେ ମନରେ ଯାହା ଥାଏ, ତାହା ପୂରଣ ହୋଇଥାଏ । ପ୍ରଭୁଙ୍କ ଉପରେ ମୋର ଅଖଣ୍ଡ ବିଶ୍ୱାସ ରହିଛି । ଯେତେବେଳେ ମୋର କିଛି ଅସୁବିଧା ହୋଇଛି । ପ୍ରଭୁ ଲୋକନାଥ କୃପାରୁ ତାହା ପୂରଣ ହୋଇଛି । ଆଜି ଭକ୍ତମାନେ ରାତିରେ ଉଜାଗର ହୋଇ ଜାଗର ଦୀପ ଜାଳନ୍ତି । ମହାଦୀପ ଦର୍ଶନ ପରେ ଜାଗର ବ୍ରତ ସମାପନ କରନ୍ତି । ପ୍ରଭୁ ଲୋକନାଥଙ୍କ ମନ୍ଦିର ପବିତ୍ର ଜାଗରରେ ରାଜ୍ୟ ଏବଂ ରାଜ୍ୟ ବାହାରରୁ ବହୁ ଭକ୍ତ ଆସିଥାନ୍ତି । ପ୍ରତ୍ୟେକ ଭକ୍ତ ଏହି ମହାଶିବରାତ୍ରୀକୁ ପାଳନ ପାଇଁ ଅପେକ୍ଷାରେ ଥାଆନ୍ତି ।"

  • ଏମିତି କହିଲେ ଜଣେ ମହିଳା ଶ୍ରଦ୍ଧାଳୁ:
    ଜଣେ ମହିଳା ଭକ୍ତ ରଶ୍ମିତା ମିଶ୍ର କହିଛନ୍ତି," ଆଜି ନିଷ୍ଠାର ସହ ଉପବାସ ରହି ଭକ୍ତି ସହକାରେ ପ୍ରଭୁଙ୍କୁ ସ୍ମରଣ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ । ଆଜି ସକାଳେ ଆସି ପ୍ରଭୁ ଲୋକନାଥଙ୍କୁ ଦର୍ଶନ କଲୁ । ଆଜି ଆମେ ଉପବାସରେ ପ୍ରଭୁଙ୍କୁ ଆରାଧନା କରୁ । ରାତିରେ ମନ୍ଦିର ପରିସରରେ ଜାଗର ଦୀପ ଜାଳିବୁ । ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି । ଯାହାକି ବେଶ୍ ଆମକୁ ଆନନ୍ଦିତ କରୁଛି । ତେବେ ପ୍ରଭୁଙ୍କୁ ଭକ୍ତି ଓ ନିଷ୍ଠାର ସହ ଡାକିଲେ ନିଶ୍ଚିତ ସେ ମନସ୍କାମନା ପୂର୍ଣ୍ଣ କରନ୍ତି ।"
  • ପ୍ରଭୁ ଲୋକନାଥ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:

ଭକ୍ତମାନେ ଧାଡ଼ିରେ ଶୃଙ୍ଖଳିତ ଭାବେ ମନ୍ଦିରକୁ ପ୍ରବେଶ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଛି ହୋଇଛି । ସେହିପରି ପ୍ରଭୁ ଲୋକନାଥଙ୍କୁ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ଟିକେଟ ବ୍ୟବସ୍ଥା କରାଯାଇଛି । ଯେଉଁ ଭକ୍ତ ଚାହିଁବେ 100 ଟଙ୍କା ଟିକେଟ କରି ସ୍ବତନ୍ତ୍ର ଲାଇନରେ ମନ୍ଦିରକୁ ପ୍ରବେଶ କରି ପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ । ମହିଳା ଭକ୍ତଙ୍କ ସୁରକ୍ଷା ପାଇଁ ମହିଳା ପୋଲିସ ମୁତୟନ କରାଯାଇଛି । ଚୋରି, ଛିନତାଇ ରୋକିବାକୁ ସାଧା ପୋଷାକରେ ପୋଲିସ କର୍ମଚାରୀଙ୍କୁ ଲୋକନାଥ ମନ୍ଦିର ଭିତରେ ମୁତୟନ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା ହୋଇଛି ।

  • ଲାଗିଲା 'ଚୁଡା ଘଷା' ଭୋଗ:

ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ସହଦେବ ଦାଶ କହିଛନ୍ତି,"ପବିତ୍ର ଜାଗର ଅବସରରେ ଆମେ ପ୍ରଭୁ ଲୋକନାଥଙ୍କ ନିକଟକୁ ଆସିଥିଲୁ ।ପରମ୍ପରା ଅନୁସାରେ ଆଜି ପ୍ରଭୁ ଲୋକନାଥଙ୍କ ପ୍ରିୟ ଚୁଡା ଘସା, କଦଳୀ ଭୋଗ କଲୁ । ଆମ ପୂର୍ବ ପୁରୁଷମାନେ ଏହା କରୁୁଥିଲେ । ପ୍ରଭୁଙ୍କ ଉପରେ ଆମର ଅଖଣ୍ଡ ବିଶ୍ୱାସ ରହିଛି । ନିଷ୍ଠାର ସହ ପୂଜା କଲେ ଆମର ସବୁ ମନସ୍କାମନା ପୂର୍ଣ୍ଣ ହୁଏ ।"

  • 'ପ୍ରଭୁ ଲୋକନାଥ ଶ୍ରୀରାମଙ୍କୁ ଦର୍ଶନ ଦେଇଥିଲେ':

ପ୍ରଭୁ ଲୋକନାଥଙ୍କ ସେବକ ରବି ନାରାୟଣ ପଣ୍ଡା କହିଛନ୍ତି,"ପ୍ରଭୁ ଶ୍ରୀରାମ ବନବାସ ସମୟରେ ଜମ୍ବୁ ଦୀପକୁ ପରିକ୍ରମା କରିଥିଲେ । ପୂର୍ବରୁ ଭାରତ ଜମ୍ବୁ ଦ୍ଵିପ ନାମରେ ନାମିତ ଥିଲା । ଯେତେବେଳେ ପ୍ରଭୁ ଶ୍ରୀରାମ ଶଙ୍ଖନାଭି ମଣ୍ଡଳରେ ପ୍ରଭୁ ପହଞ୍ଚିଛନ୍ତି । ସେହି ଶଙ୍ଖର ଅଗ୍ରଭାଗରେ ପ୍ରଭୁ ଲୋକନାଥଙ୍କ ମନ୍ଦିର ଅବସ୍ଥିତ । ପୂର୍ବରୁ ଏହା ବାଲିସ୍ତୁପ ଥିଲା ସମୁଦ୍ର ଭିତରେ ଥିଲା । ତେବେ ପ୍ରଭୁ ରାମଚନ୍ଦ୍ର ସକାଳୁ ପ୍ରଭୁ ଶିବଙ୍କୁ ପୂଜନ କରିଥାନ୍ତି । ତେବେ କୌଣସି ଶିବ ଲିଙ୍ଗ ପ୍ରଭୁ ରାମଚନ୍ଦ୍ର ନ ପାଇବାରୁ ଶିବଙ୍କୁ ଆରାଧନା କରିଥିଲେ । ପ୍ରଭୁ ଲୋକନାଥ ରାମଙ୍କୁ ଜ୍ୟୋର୍ତି ରୂପରେ ଦର୍ଶନ ଦେଇଥିଲେ । ପ୍ରଭୁ ରାମଚନ୍ଦ୍ର ଲୋକନାଥଙ୍କୁ ପୂଜା କରିଥଲେ । ଏଥିସହ ଏଠାରୁ ଜଳ ହଟିଯିବା ସହ ଭକ୍ତମାନେ ଯେଭଳି ଲୋକନାଥଙ୍କୁ ପୂଜା ଓ ଦର୍ଶନ କରିପାରିବେ, ସେନେଇ ପ୍ରାର୍ଥନା କରିଥିଲେ । ସେହି ଦିନଠାରୁ ପ୍ରଭୁ ଲୋକନାଥଙ୍କୁ ଭକ୍ତଙ୍କୁ ପୂଜା କରିଆସୁଛନ୍ତି ।"

ଏହା ମଧ୍ୟ ପଢନ୍ତୁ... ମହାଶିବରାତ୍ରିରେ ଚଳଚଞ୍ଚଳ ଶୈବପୀଠ, ଲିଙ୍ଗରାଜଙ୍କ ଦର୍ଶନ କରି ସାରିଲେଣି ୫୦ ହଜାର ଭକ୍ତ - MAHASHIVRATRI 2025
ଏହା ମଧ୍ୟ ପଢନ୍ତୁ... କାହିଁକି ପାଳନ ହୁଏ ମହାଶିବରାତ୍ରି ? ଜାଣନ୍ତୁ ମହାଦୀପର ବିଶେଷତ୍ବ - MAHASHIVRATRI 2025
ଏହା ମଧ୍ୟ ପଢନ୍ତୁ... ଏମିତି ଶୈବପୀଠ ଯେଉଁଠି ଲିଙ୍ଗ ଭିତରେ ଫୁଟୁଛି ପାଣି, ମନ ଜାଣି ବର ଦିଅନ୍ତି ମହାଦେବ - MAHASHIVRATRI 2025

  • 'ସୁରକ୍ଷା ଦାୟିତ୍ବରେ ରହିଛନ୍ତି 15 ପ୍ଲାଟୁନ୍ ପୋଲିସ':

ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି," ଆଜି ପବିତ୍ର ଶିବ ରାତ୍ରି ଅବସରରେ ପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ଉପରେ ସ୍ବତନ୍ତ୍ର ବ୍ୟବସ୍ଥା ଅଛି । 15 ପ୍ଲାଟୁନ୍ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ଚାଲିଛି । ଭକ୍ତମାନେ କିଭଳି ଅଧିକ ସମୟ ଦର୍ଶନ ପାଇଁ ଅପେକ୍ଷା କରିବେନି, ସେନେଇ ନୀତି ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ନଜର ରଖାଯାଇଛି । ତେବେ ଭିଡରେ ଲୁଟେରାଙ୍କ ପ୍ରାଦୁର୍ଭାବ ଆଶଙ୍କା ଥିବାରୁ ତାହା ଉପରେ ମଧ୍ୟ କଡା ନଜର ରଖାଯାଇଛି ।"

ଇଟିଭି ଭାରତ , ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.