ETV Bharat / state

କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ ଗିରଫ, ମହିଳା ହୋମଗାର୍ଡଙ୍କ ପାଇଁ ନିଲମ୍ବିତ କରିଥିଲେ ଡିଜି - INSPECTOR ARRESTED

ଗିରଫ ହେଲେ ଜଗତସିଂହପୁର କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ। ବିବାହର ପ୍ରତିଶୃତି ଦେଇ ଆଇଆଇସି ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ।

ପୂର୍ବତନ ଆଇଆଇସି ତପନ ନାହାକ ଗିରଫ
ପୂର୍ବତନ ଆଇଆଇସି ତପନ ନାହାକ ଗିରଫ (ETV Bharat)
author img

By ETV Bharat Odisha Team

Published : Feb 26, 2025, 6:21 PM IST

ଭୁବନେଶ୍ବର: ମହଙ୍ଗା ପଡ଼ିଲା ମହିଳା ହୋମଗାର୍ଡଙ୍କ ସହ ପ୍ରେମ ସମ୍ପର୍କ। ଗିରଫ ହେଲେ ଜଗତସିଂହପୁର କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ। ବିବାହର ପ୍ରତିଶୃତି ଦେଇ ପୂର୍ବତନ ଆଇଆଇସି ଶାରିରିକ ସମ୍ପର୍କ ରଖିଥିବା ଅଭିଯୋଗ। ଘଟଣା ପ୍ରଘଟ ପରେ ନିଲମ୍ବିତ ହୋଇଥିଲେ ଜଗତସିଂହପୁର କୁଜଙ୍ଗ ଥାନା ଆଇଆଇସି ତପନ ନାହାକ। ଏନେଇ‌ ପୋଲିସ ମୁଖ୍ୟାଳୟକୁ ଏଭଳି ଏକ ନିର୍ଦ୍ଦେଶାନାମା ଜାରି କରିଥିଲେ ପୋଲିସ ଡିଜି।

କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ ଗିରଫ (ETV Bharat)

ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଥିଲା ଯେ ପୂର୍ବତନ କୁଜଙ୍ଗ ଆଇଆଇସି ନିଜ ପଦ ଓ କର୍ତ୍ତବ୍ୟରେ ଅବହେଳା କରିଛନ୍ତି। ଅଫିସିଆଲ୍ ପଦବୀର ଅପବ୍ୟବହାର କରି ଜଣେ ମହିଳାଙ୍କ ସହ ଶୋଷଣ କରିଛନ୍ତି। ଏନେଇ ପବ୍ଲିକ ରୁଲସର ୧୯୪୦ ର ଧାରା ୮୪୦ଆଧାରରେ ତପନ ନାହାକଙ୍କୁ ନିଲମ୍ବିତ କରାଯାଇଛି । ପ୍ରଶାସନିକ ନିୟମ ଧାରା ୯୦ରେ ସେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ତତ୍ବାବଧାନରେ ଶୃଙ୍ଖଳାଗତ ନିରିକ୍ଷଣରେ ରହିବେ ।

  • ମହିଳା ହୋମଗାର୍ଡଙ୍କ ସହ ପ୍ରତାରଣା

ପୂର୍ବତନ କୁଜଙ୍ଗ ଆଇଆଇସି ଯେତେବେଳେ ଜଗତସିଂହପୁର ଥାନାରେ ଅତିରିକ୍ତ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ ସେହି ସମୟରେ ମହିଳା ହୋମଗାର୍ଡଙ୍କ ସହ ଶାରିରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲେ ମହିଳା ହୋମଗାର୍ଡ। ଏନେଇ ଥାନାରେ ଏତଲା ପରେ ଏହି ଘଟଣାକୁ ନେଇ ହଟଚମଟ ଦେଖା ଦେଇଥିଲା । ଘଟଣା ସାମନାକୁ ଆସିବା ପରେ ପୂର୍ବତନ କୁଜଙ୍ଗ ଆଇଆଇସି ଫେରାର ହୋଇଯାଇଥିଲେ। ପରେ ଜଗତସିଂହପୁର ସଦର ଥାନାର ଥାନାଧିକାରିଙ୍କ ନେତୃତ୍ବରେ ଏକ ଟିମ୍ ଏହାର ଛାନଭିନ୍‌ କରିଥଲା‌। ଏନେଇ ଖୋର୍ଦ୍ଧାରେ ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇ ଜେରା କରିଥିଲା । ତେବେ ୯ ଜଣିଆ ଟିମ୍ ତାଙ୍କୁ ଏସପି ଅଫିସରେ ପଚରା ଉଚରା କରୁଛନ୍ତି।

ପୋଲିସ ମୁଖ୍ୟାଳୟ ଚିଠି
ପୋଲିସ ମୁଖ୍ୟାଳୟ ଚିଠି (ETV Bharat)

ପୋଲିସ ବିଭାଗର ଜଣେ ମହିଳା କର୍ମଚାରୀ କର୍ମକ୍ଷେତ୍ରରେ କିଭଳି ଅତ୍ୟାଚାର ବା ଶୋଷଣ ହୋଇଛନ୍ତି ସେନେଇ ଘଟଣାକୁ ଗମ୍ଭୀରତାର ସହ ନେଇଥିଲା ପୋଲିସ ବିଭାଗ। ଏପରିକି ଏହି ଘଟଣାରେ ତପନ କୁମାର ନାହାକଙ୍କୁ ମଧ୍ୟ ଏସପି ଅଫିସକୁ ବଦଳି କରାଯାଇଥିଲା। ଯେହେତୁ ସେ ସେହି ଥାନା ଦାୟିତ୍ବରେ ଥିଲେ ନିଜ ପ୍ରଭାବରେ କେସ କୁ ପ୍ରଭାବିତ କରିଥାନ୍ତେ ଆଶଙ୍କା କରି ତାଙ୍କୁ ବଦଳି କରାଯାଇଥିଲା । ଶୃଙ୍ଖଳାଗତ ଭାବେ ଓ ନିୟମ ଦୃଷ୍ଟିରୁ ବରିଷ୍ଠ ଅଧିକାରୀ ପ୍ରଥମେ ତାଙ୍କୁ ଥାନାରୁ ଏସପି ଅଫିସ ବଦଳି କରିଥିଲେ । ନିଲମ୍ବନ ପରେ ଏବେ ସେ ଗିରଫ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା: ମାଟ୍ରନ, ଏଏନଏମ ଏବଂ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏହା ମଧ୍ୟ ପଢନ୍ତୁ ଖାକିରେ ଦାଗ: ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ASI ଗିରଫ

  • ନୟାପଲ୍ଲୀ ଥାନା ଏଏସଆଇ ଗିରଫ

ତେବେ ଖାକିର ଅପବ୍ୟବହାର କଥା ନୁଆ ନୁହେଁ ।ଏଇ କିଛି ଦିନ ତଳେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଅଡୁଆରେ ପଡିଥିଲେ କମିଶନରେଟ ପୋଲିସର ଅଫିସର। ଗୁରୁବାର କମିସନରେଟ ପୋଲିସର ମହିଳା ଥାନା ପକ୍ଷରୁ କମିସନରେଟ ପୋଲିସରେ ନୟାପଲ୍ଲୀ ଥାନାରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ ସବ୍ ଇନସ୍ପେକ୍ଟରକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଯାହାଙ୍କ ନାଁରେ ବନ୍ଧୁକ ମୁନରେ ମହିଳାଙ୍କୁ ଦିର୍ଘ ଦିନ ଧରି ନିଜର ପଦ ଓ ପ୍ରଭାବରେ ଭୟ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଥିଲା। ଏନେଇ ଅଫିସରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମହିଳା ଥାନାରେ ଜଣେ ବିଧବା ମହିଳାଙ୍କ ଅଭିଯୋଗ ଆଧାରରେ କେସ ନମ୍ବର ୩୯/୨୫ଆଧାରରେ କେସ ରୁଜୁ କରି ଅଭିଯୁକ୍ତ ତଥା ASI ରଞ୍ଜିତ ଦାସଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୬୪(୨)(m),361(2),27ଆର୍ମସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।ତାଙ୍କ ବିରୋଧରେ ମହିଳା ଜଣଙ୍କ କିଛି ଆପତ୍ତି ଜନକ ଭିଡିଓ ଓ ଫଟୋ ଆଣି ତାଙ୍କୁ ଶୋଷଣ ଅଭିଯୋଗ ଆଣିଥିଲେ।ଏପରିକି ସେ ଥାନାକୁ ଆସିଥିବା ସମୟରେ ସେବେଠୁ ତାଙ୍କର ପଦର ଅପବ୍ୟବହାର କରା୍ଇ ଏଭଳି ସେ ଅଭାଯୋଗକାରିଣିଙ୍କୁ ଶୋଷଣ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.