ହାଇଦ୍ରାବାଦ: ୨୦୧୯ ଫେବୃଆରୀ ୨୬ ତାରିଖ । ଭାରତ-ପାକିସ୍ତାନ ସୀମା ପାର କରି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ବିଜୟର ବାନା ଉଡାଇଥିଲେ ଭାରତୀୟ ବାୟୁ ସେନା । ଶତ୍ରୁ ଘରେ ଶତ୍ରୁଙ୍କ କରିଥିଲେ ବିନାଶ । ଘଟଣାକୁ ଏହାମଧ୍ୟରେ ୬ ମଧ୍ୟ ପୂରିଥିଲେ ମଧ୍ୟ ଆଜିବି ବାଲାକୋଟ ଏୟାରଷ୍ଟ୍ରାଇକ ପ୍ରତ୍ୟେକ ଭାରତୀୟଙ୍କ ମନରେ ଉଜ୍ଜିବୀତ । ପୁଲଓ୍ବାମା ଆକ୍ରମଣ ପ୍ରତିଶୋଧର ଭାରତୀୟ ବାୟୁସେନା (IAF) ବୀରତ୍ୱର ଗାଥା ହେଉଛି ବାଲାକୋଟ ଏୟାରଷ୍ଟ୍ରାଇକ ।

ବାଲାକୋଟ ଏୟାରଷ୍ଟ୍ରାଇକ:
ଭାରତକୁ ଗୁଇନ୍ଦା ସୁତ୍ରରୁ ସୂଚନା ମିଳିଥିଲା ଯେ ଜୈଶ-ଏ-ମହମ୍ମଦର ତାଲିମପ୍ରାପ୍ତ ଆତଙ୍କବାଦୀ ଏବଂ ସେମାନଙ୍କର ପ୍ରଶିକ୍ଷକମାନେ ବାଲାକୋଟ ସହରରୁ ପ୍ରାୟ 20 କିଲୋମିଟର ଦୂରରେ ଅବସ୍ଥିତ ଏକ ଶିବିରରେ ଅଛନ୍ତି । ଘନ ଜଙ୍ଗଲ ମଧ୍ୟରେ ଏକ ପାହାଡ଼ ଉପରେ ଅବସ୍ଥିତ, ଏକ ପଞ୍ଚତାରକା ରିସର୍ଟ ଭଳି ଏକ ଶିବିରରେ ସେମାନେ ରହୁଛନ୍ତି । ଏହି ଖବର ପାଇବା ମାତ୍ରେ ଶତ୍ରୁକୁ ଦମନ କରିବାକୁ ପ୍ରସ୍ତୁତ ହୋଇଯାଇଥିଲା ଭାରତୀୟ ସେନା । ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ବିମାନଗୁଡ଼ିକ ବିଭିନ୍ନ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଥିଲେ । ୨୦୧୯ ଫେବୃଆରୀ ୨୬ ତାରିଖରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାରଷ୍ଟ୍ରାଇକ୍ । ଏହି ଅପରେସନ ଭୋର ୩.୪୫ରୁ ୪.୦୫ ପର୍ଯ୍ୟନ୍ତ ୨୦ ମିନିଟ୍ ଧରି ଚାଲିଥିଲା ।

ଭାରତୀୟ ବାୟୁସେନା 1971 ଇଣ୍ଡୋ-ପାକ୍ ଯୁଦ୍ଧ ପର ଠାରୁ ପ୍ରଥମ ଥର ପାଇଁ LOC ଅତିକ୍ରମ କରିଥିଲା ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଭିତରେ ବାଲାକୋଟରେ ଜୈଶ-ଇ-ମହମ୍ମଦ ତାଲିମ ଶିବିରକୁ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା । ବାୟୁସେନା ଆକାଶ ମାର୍ଗରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରବେଶ କରିଥିବା ବେଳେ ସିଆରପିଏଫ ଯବାନ ସ୍ଥଳ ମାର୍ଗରୁ ପ୍ରବେଶ କରିଥିଲେ । ଯୋଜନାବଦ୍ଧ ଭାବେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଧ୍ବଂସ କରି ଦେଇ ଏହି ଦିନ ବିଜୟର ବାନା ଉଡାଇଥିଲେ ।

ଅପରେସନ 'ବନ୍ଦର ମାରା ଗୟା' (ମାଙ୍କଡ ମରାଗଲା):
ଏହି ଏୟାରଷ୍ଟ୍ରାଇକ ପୂର୍ବରୁ ଫେବୃଆରୀ ୧୪ ତାରିଖରେ ପୁଲଓ୍ବାମାରେ ସେନା ଗାଡି ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୪୦ ଜଣ ସେନା ଶହୀଦ ହୋଇଥିଲେ । ଏହି ଘଟଣାର ବଦଲା ନେଇଥିଲା ଭାରତୀୟ ସେନା । ୧୨ ଦିନରେ ଶତ୍ରୁ ଦେଶରେ ପଶି ଶତ୍ରୁକୁ ବିନାଶ କରିଥିଲା । ଏହାଥିଲା ଏକ ଯୋଜନାବଦ୍ଧ ଅଭିଯାନ ଯାହା ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଭାରତର ନୂଆ ରୂପକୁ ଦେଖାଇଥିଲା । ଏହି ମିଶନର ସଫଳତାର କୋର୍ଡ ଓ୍ବାର୍ଡ ଥିଲା 'ବନ୍ଦର ମାରା ଗୟା' (ମାଙ୍କଡ ମରାଗଲା) । ମାଙ୍କଡ ଅର୍ଥାତ୍ ପାକିସ୍ତାନରେ ଥିବା ଆତଙ୍କବାଦୀ ।


ପୁଲଓ୍ବାମା ଆକ୍ରମଣ:
ଫେବୃଆରୀ ୧୪, ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ବାମାରେ ସେନା ଗାଡି ଉପରେ ଆତଙ୍କବାଦୀ ହମଲା ହୋଇଥିଲା । ଜୈଶ-ଇ- ମହମ୍ମଦ ଆତଙ୍କୀ ସଂଗଠନର ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ । ଏଥିରେ ୪୦ ଜଣ ସେନା ଶଦୀହ ହୋଇଯାଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ବାଲାକୋଟରେ ହୋଇଥିଲା ଏୟାରଷ୍ଟ୍ରାଇକ୍ । ତେବେ ଆଜି ଏହି ଦିବସକୁ ୬ ବର୍ଷ ପୂରିଥିବା ବେଳେ ଦେଶବାସୀ ଯବାନଙ୍କ ଏହି ବୀରତ୍ବ ଓ ନିର୍ଭୀକତାକୁ ପ୍ରଶଂସା କରିବା ସହିତ ଭାରତୀୟ ଭାବେ ଗର୍ବ ଅନୁଭବ କରିଛନ୍ତି ।