ETV Bharat / snippets

କଂସେଇ ସାଜିଲା ଅଜଣା ଗାଡ଼ି; ନେଲା ୧୨ ଗାଈଙ୍କ ଜୀବନ, ୪ଆହତ

author img

By ETV Bharat Odisha Team

Published : Aug 29, 2024, 5:52 PM IST

UNKNOWN VEHICLE HITS COW
UNKNOWN VEHICLE HITS COW (ETV Bharat Odisha)

ଢେଙ୍କାନାଳ: ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥ ବାରିହାପୁର ଛକ ନିକଟରେ ଅଜଣା ଗାଡି ଧକ୍କାରେ ୧୨ ଗାଈଙ୍କ ମୃତ୍ୟୁ ହେଇଥିବା ବେଳେ ୪ ଗାଈ ଗୁରୁତର ଆହତ । ଗତ ବିଳମ୍ବିତ ରାତିରେ ରାସ୍ତା ଉପରେ ଶୋଇଥିବା ବେଳେ ଅଜଣା ଗାଡ଼ି ଚଢ଼ି ୧୨ଟି ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ଟି ଗାଈ ଗୁରୁତର ଆହତ ହୋଇ ରାସ୍ତାରେ ଛଟପଟ ହେଉଥିଲେ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ, ଗାଈ ମାଲିକମାନେ ଗାଈ ଗୁଡିକ ରାତିରେ ବାନ୍ଧୁ ନାହାନ୍ତି । ଯାହାଫଳରେ ଗାଈ ଗୁଡିକ ଜାତୀୟ ରାଜପଥ ଉପରେ ରାତି ତମାମ ରହୁଛନ୍ତି । ତେଣୁ ଏଭଳି ଦୁର୍ଘଟଣାର ଶିକାର ହେଉଛନ୍ତି ନିରୀହ ପଶୁ । ଏଭଳି ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ଏହି ଛକରେ ଗାଈ ନଛାଡିବା ପାଇଁ ବୋର୍ଡ ଲଗାଇଦେଇ କାମ ସାରିଦେଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.