ବସ୍ତି ବାସିନ୍ଦାଙ୍କୁ ଆବାସ ଭେଟି, ପ୍ରଧାନମନ୍ତ୍ରୀଙ୍କ ପାଇଁ ସଜେଇ ହୋଇ ପଡ଼ିଛି ଝୋଟି - Modi To Visit Sabar Sahi

By ETV Bharat Odisha Team

Published : Sep 16, 2024, 10:10 PM IST

thumbnail
MODI TO VISIT SABAR SAHI (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସୁଥିବା ବେଳେ ଗାଡ଼କଣ ସ୍ଥିତ ଶବର ସାହିରର ୨୦ ଜଣ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ସହ କଥା ହେବେ । ପାଖାପାଖି ୩୦ ମିନିଟ ଧରି ୨୦ ଜଣ ପିଏମ ଆବାସ ହିତାଧିକାରୀଙ୍କ ସହ ପିଏମ ଯୋଜନାର ଉପଲବ୍ଧି ସମ୍ବନ୍ଧରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଶାସନ, ଭୁବନେଶ୍ୱର ପ୍ରଶାସନ ଯାଇ ଶବର ସାହିର ସ୍ଥିତିର ତଦାରଖ କରିଥିବା ବେଳେ ଏସପିଜି ଯବାନମାନେ ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରିଛନ୍ତି । ସାହିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଶବର ସାହିବାସିନ୍ଦା ।


ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବଦଳିଛି ଭୁବନେଶ୍ଵର ଗାଡକଣ ସ୍ଥିତ ଶବର ସାହିର ରୂପରେଖ । ଛଣ ଛପର ଘର କୋଠାରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଏମସି କମିଶନର ଘନଘନ ଗସ୍ତ କରି ସମସ୍ତ ବ୍ୟବସ୍ଥାକୁ ତନତନ କରି ଦେଖିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସଜେଇ ହୋଇଛି ଗାଡକଣ ସ୍ଥିତ ଶବର ସାହି । କେଉଁ ଘରେ ଝୋଟି ପଡ଼ୁଛି ତ ଆଉ କେଉଁ ଘରକୁ ସଜା ଯାଉଛି । ସେସବୁର ତଦାରଖ କରୁଛନ୍ତି ଗୃହ ନିର୍ମାଣ ଓ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧.୦୫ରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଗାଡକଣ ସ୍ଥିତ ଶବର ସାହିକୁ ଆସିବେ । ୧୧.୧୫ ସମୟରେ ପିଏମ ଆବାସ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଆବାସ ଗୃହ ଉଦ୍‌ଘାଟନ କରିବା ସହ ପାଖାପାଖି ୩୦ ମିନିଟ ଧରି ୨୦ ଜଣ ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଗାଡକଣ ଶବର ସାହିର ୧୨୦ ଜଣ ପରିବାର ମଧ୍ୟରୁ ପିଏମ ଆବାସ ହିତାଧିକାରୀ ଭାବରେ ୩୬ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମୋଦିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ଜନତା ମଇଦାନକୁ ଜଗିବେ ଲେଡି ଅଫିସର - Security Arrangement for Modi Visit

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.