ETV Bharat / state

ନିଶାସକ୍ତ ଅବସ୍ଥାରେ ଡ୍ରେସିଂ ମେଡିକାଲ କର୍ମଚାରୀ, ବିପଦପୂର୍ଣ୍ଣ ଅବସ୍ଥାରେ ଚିକିତ୍ସା - NAYAGARH HOSPITAL

ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପଦପୂର୍ଣ୍ଣ ଚିକିତ୍ସା । ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ ଡ୍ରେସିଂ ରୁମ କର୍ମଚାରୀ ଡ୍ରେସିଂ କରୁଥିବା ଅଭିଯୋଗ । CDMO କହିଲେ କାର୍ଯ୍ୟାନୁଷ୍ଠାନ ହେବ ।

DRUNK DRESSING ROOM
DRUNK DRESSING ROOM (ETV BHARAT ODISHA)
author img

By ETV Bharat Odisha Team

Published : Feb 21, 2025, 5:36 PM IST

ନୟାଗଡ: ରାତି ଅଧରେ ଜରୁରୀ ଚିକିତ୍ସା ପାଇଁ ଛଟପଟ ରୋଗୀ । ଡ୍ରେସିଂ ରୁମ୍‌ରେ ନିଶାସକ୍ତ ଅବସ୍ଥାରେ ଦୁଇ କର୍ମଚାରୀ । ଜଣେ ନିଶା ଖାଇ ଡ୍ରେସିଂ କରାଉଛନ୍ତି, ଅନ୍ୟ ଜଣେ ନିଘୋଡ ନିଦ୍ରାରେ ଶୋଇଛନ୍ତି । ରୋଗୀ ନେଇ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଡ୍ରେସିଂ ଆଶାଳୀନ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ନୟାଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳରେ ଚିକିତ୍ସା ଏମିତି ଚାଲିଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇବା ପରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ନିଶାସକ୍ତ ଅବସ୍ଥାରେ ଡ୍ରେସିଂ ରୁମ୍‌ କର୍ମଚାରୀ:

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ରାତି 11 ସମୟରେ ରବୀନ୍ଦ୍ର କୁମାର ରାଉତ ତାଙ୍କ ସମ୍ପର୍କୀୟଙ୍କୁ ନେଇ ହସ୍ପିଟାଲକୁ ଆସିଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ଡ୍ରେସିଂ ରୁମକୁ ନେଇଥିଲେ । ସେଠାରେ ଜଣେ କର୍ମଚାରୀ ନିଶାରେ ଥାଇ ଜଣେ ରୋଗୀଙ୍କ ଡ୍ରେସିଂ କରାଉଥିବା ବେଳେ ଅନ୍ଯ ଜଣେ ନିଶାସକ୍ତ ଅବସ୍ଥାରେ ଶୋଇଥିଲେ । ଏନେଇ ରବୀନ୍ଦ୍ର କୁମାର କର୍ମଚାରୀଙ୍କୁ ଜଣେ କେବଳ ଡ୍ରେସିଂ ପାଇଁ ଅଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାପରେ ସେ ସିଡିଓମଓଙ୍କୁ ଏନେଇ ଜଣାଇବା ପରେ ଏଡିଏମଓ ଘଟଣାସ୍ଥଳରେ ପହଞ୍ଚିଥିଲେ । କର୍ମଚାରୀଙ୍କ ଅବହେଳାକୁ ସେ ମାନିଛନ୍ତି ।

DRUNK DRESSING ROOM (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ମହଙ୍ଗା ପଡ଼ିଲା ମଦ୍ୟପାନ, ଟ୍ରାଫିକ ACPଙ୍କୁ ଗିରଫ କଲା ପୋଲିସ - SIDDIPET ACP CAUGHT DRUNK AND DRIVE

ଏହା ମଧ୍ୟ ପଢନ୍ତୁ-ପୁରୀରେ ବିଶୃଙ୍ଖଳା ସୃଷ୍ଟି କରିଥିବା ବିଦେଶୀକୁ ଏମ୍ସ ପଠାଇଲା ପୋଲିସ୍ - Foreign tourist Admitted in AIIMS - FOREIGN TOURIST ADMITTED IN AIIMS

ଡ୍ରେସିଂ ରୁମରେ ଭଙ୍ଗା ରୁଜା:

ସେପଟେ ମେଡିକାଲରେ ଅବ୍ୟବସ୍ଥା ନେଇ କିଛି ଯୁବକ ଡ୍ରେସିଂ ରୁମରେ ପଶି ଭଙ୍ଗା ରୁଜା କରିଥିଲେ । ଡାକ୍ତର ରୋଗୀ ଦେଖୁଥିବା ବେଳେ ଏଭଳି ଘଟଣା ମେଡିକାଲରେ ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଧରି ଥାନାରେ ଅଟକ ରଖିଛି । ସେପଟେ ମଦ ପିଇ ନିଶାସକ୍ତ ଅବସ୍ଥାରେ ବିନା ୟୁନିଫର୍ମ ଡ୍ରେସିଂ ରୁମରେ ଡିଉଟି କରୁଥିବା କର୍ମଚାରୀ ହେଉଛନ୍ତି ରାଜ କିଶୋର ପରିଡା ଓ ଶ୍ରୀକାନ୍ତ ଦଳେଇ । ଉଭୟଙ୍କୁ ସୋ କଜ୍ ନୋଟିସ ଜାରି କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ନିଶାରେ ଚୁର୍‌ ଡ୍ରେସିଂ ରୁମ କର୍ମଚାରୀ: ଅଭିଯୋଗକାରୀ

ଅଭିଯୋଗକାରୀ ରବୀନ୍ଦ୍ର କୁମାର ରାଉତ କହିଛନ୍ତି, ''ମୁଁ ମୋ ସମ୍ପର୍କୀୟଙ୍କୁ ନେଇ ମେଡିକାଲକୁ ଆସିଥିଲି । ଡାକ୍ତରଙ୍କୁ ଦେଖାଇବା ପରେ ଡ୍ରେସିଂ ରୁମକୁ ଯାଇଥିଲି । ସେଠାରେ ଜଣେ ବ୍ୟକ୍ତି ସିଲେଇ କରୁଥିବା ବେଳେ ଅନ୍ୟ ଜଣେ ଶୋଇଥିଲେ । ଏହାପରେ ମୁଁ ପ୍ରଶ୍ନ କରିଥିଲି ଏଠାରେ କଣେ ଜଣେ ଡ୍ରେସିଂ କରିବାକୁ ଅଛନ୍ତି ? ସେ କହିଲେ ଆଉ କେହି ନାହାନ୍ତି ଜଣେ ଅଛନ୍ତି । ପାଖରେ ଜଣେ ଶୋଇଥିଲେ, ମୁଁ ପଚାରିବାରୁ ସେ କହିଲେ ସେ ତାଙ୍କ ସମ୍ପର୍କୀୟ । ଉଭୟ ନିଶା ଖାଇଥିଲେ । ମୋତେ ଆଶାଳୀନ ବ୍ୟବହାର କରିଛନ୍ତି । ପରେ ମୁଁ ଜାଣିଲି ଶୋଇଥିବା ବ୍ୟକ୍ତି ଡ୍ରେସିଂ ରୁମ କର୍ମଚାରୀ । ''

ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ:

CDMO ସୁଶାନ୍ତ କୁମାର ଦାଶ କହିଛନ୍ତି, ''ରାତି 12ଟାରେ ଏଡିଏମଓଙ୍କୁ ମୁଁ ହସ୍ପିଟାଲକୁ ପଠାଇଥିଲି । ସେ ମଧ୍ୟ କହିଥିଲେ ହସ୍ପିଟାଲରେ ଏମିତି ହୋଇଛି । ଏନେଇ ତଦନ୍ତ କରିବାକୁ ମୁଁ କହିବି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମଦ ପିଇ କାମକୁ ଆସିବା ଉଚିତ ନୁହଁ । ''

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.