ETV Bharat / health

ଆପଣଙ୍କୁ ଡାଇବେଟିସ କି ? ସତର୍କ ହୁଅନ୍ତୁ, କ୍ୟାନ୍ସର ଆଶଙ୍କା ଅଧିକ - Higher Cancer Risk In Diabetes

author img

By ETV Bharat Health Team

Published : Sep 11, 2024, 11:16 AM IST

Updated : Sep 11, 2024, 11:57 AM IST

Risk of cancer is higher in diabetes Patient: ଡାଇବେଟିସ୍ ରୋଗୀଙ୍କୁ ମାରାତ୍ମକ କ୍ୟାନ୍ସର ହେବା ଆଶଙ୍କା ଅଧିକ । ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି ।

Risk of cancer is higher in diabetes Patient
Risk of cancer is higher in diabetes Patient (ETV Bharat Getty Image)

ହାଇଦ୍ରାବାଦ: ଡାଇବେଟିସ୍ ରୋଗୀଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଡାଇବେଟିସ୍ ପୀଡିତ ବ୍ୟକ୍ତିଙ୍କୁ କୋଲୋନ କ୍ୟାନ୍ସର ହେବାର ଆଶଙ୍କା ଅଧିକ । ସାଧାରଣ ଲୋକଙ୍କ ତୁଳନାରେ ସେମାନଙ୍କଠାରେ ଏହି କ୍ୟାନ୍ସର ହେବାର 47% ଅଧିକ ସମ୍ଭାବନା ରହିଛି JAMA Network Open ପକ୍ଷରୁ 2023 ନଭେମ୍ବରରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଦର୍ଶାଯାଇଛି । କହିରଖୁଛୁ କି, 'କୋଲୋନ' ବୃହଦନ୍ତ୍ରର ନିମ୍ନ ଭାଗରେ ସୃଷ୍ଟି ହେଉଥିବା ଏକ କର୍କଟ ରୋଗ । କଲୋନ କ୍ୟାନ୍ସରକୁ ବୃହଦନ୍ତ୍ର ମଳାଶୟ କର୍କଟ ବା ରେକ୍ଟମ କର୍କଟ ବି କୁହାଯାଏ । ତେବେ ନିୟମିତ କୋଲୋନୋସ୍କୋପି ସ୍କ୍ରିନିଂ ଜରିଆରେ ଏହି ମାରାତ୍ମକ ରୋଗକୁ ରୋକାଯାଇ ପାରିବ । ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି କ୍ୟାନ୍ସର ହେବାର ଅଧିକ ଆଶଙ୍କା ରହୁଥିବାରୁ ସେମାନଙ୍କୁ ନିୟମିତ କୋଲୋନୋସ୍କୋପି ସ୍କ୍ରିନିଂ କରିବାକୁ ପରାମର୍ଶ ଦିଆଯାଏ ।

Risk of cancer is higher in diabetes Patient
Risk of cancer is higher in diabetes Patient (ETV Bharat)

JAMA Network Open ପକ୍ଷରୁ ଦକ୍ଷିଣ-ପୂର୍ବ ରାଜ୍ୟର ପ୍ରାୟ 55 ହଜାର ଲୋକଙ୍କୁ (ବୟସ ହାରାହାରି 51 ବର୍ଷ) ନେଇ ଏହି ଅଧ୍ୟୟନ କରାଯାଇଥିଲା । ସେହି ଲୋକମାନଙ୍କ 2002ରୁ 2009 ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ବିଶ୍ଲେଷଣ କରାଯାଇଥିଲା ଓ ସେମାନଙ୍କୁ ଡାଇବେଟିସ୍ ଅଛି କି ନାହିଁ ସୂଚନା ସଂଗ୍ରହ ହୋଇଥିଲା । 2018 ପର୍ଯ୍ୟନ୍ତ ଅଂଶଗ୍ରହଣକାରୀ ଲୋକଙ୍କୁ ଟ୍ରାକ କରାଯିବା ପରେ ଜଣାପଡିଥିଲା ଯେ, କୋଲୋନୋସ୍କୋପି ପରୀକ୍ଷା କରିନଥିବା ଲୋକଙ୍କ ତୁଳନାରେ ଡାଇବେଟିସ୍ ପୀଡିତ ଲୋକମାନଙ୍କୁ କୋଲୋନ କ୍ୟାନ୍ସର ହେବାର ଦୁଇଗୁଣା ଅଧିକ ସମ୍ଭାବନା ରହିଛି । ସେମାନେ ଧୂମ୍ରପାନ କରୁଥିଲେ ଏହି ବିପଦ ଅଧିକ ବଢିଯାଏ । ତେଣୁ ଡାଇବେଟିସ୍ ରୋଗୀ ନିୟମିତ କୋଲୋନୋସ୍କୋପି ସ୍କ୍ରିନିଂ କରିବା ନିହାତି ଜରୁରୀ । ସେହିପରି ଗତ 5 ବର୍ଷ ମଧ୍ୟରେ ଡାଇବେଟିସ୍ ରୋଗୀଙ୍କ ମଧ୍ୟରେ କୋଲୋନ କ୍ୟାନ୍ସର ବିପଦ ଅଧିକ ଥିବା ଅଧ୍ୟୟନରୁ ଜଣାପଡିଛି ।

ବର୍ତ୍ତମାନର ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ଯେ, ଡାଇବେଟିସ୍ ପୀଡିତ ଥିବା ଲୋକମାନେ କୋଲୋନ କ୍ୟାନ୍ସରରୁ ବର୍ତ୍ତିବାକୁ ହେଲେ 45 ବର୍ଷ ବୟସରୁ ନିୟମିତ କୋଲୋନୋସ୍କୋପି ସ୍କ୍ରିନିଂ ଆରମ୍ଭ କରିବା ଉଚିତ୍ । Ref- https://www.health.harvard.edu/diseases-and-conditions/colon-cancer-risks-higher-in-people-with-diabetes

ଏହା ମଧ୍ୟ ପଢନ୍ତୁ: କ'ଣ ଆପଣ ଛୋଟ ଛୋଟ କଥା ଭୁଲି ଯାଉଛନ୍ତି ? ସାବଧାନ ! ହୋଇପାରେ ଏହି ମାରାତ୍ମକ ରୋଗ - What cause Alzheimers

ଏହା ମଧ୍ୟ ପଢନ୍ତୁ: ବିନା ଔଷଧ ବି ଭଲ ହୋଇଯିବ ସିଆଟିକା ଯନ୍ତ୍ରଣା; ଘରେ ଏମିତି କରନ୍ତୁ ଉପଚାର - Sciatica Pain

ଏହା ମଧ୍ୟ ପଢନ୍ତୁ: ଏସବୁ ଚର୍ବି ଜାତୀୟ ଖାଦ୍ୟ ଡାଇବେଟିସ୍-କୋଲେଷ୍ଟ୍ରୋଲ କାରଣ, ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ - Tips to Stay Healthy

Disclamer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : Sep 11, 2024, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.