ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗରେ ଆଜି (ସୋମବାର) ମାର୍ଗଦର୍ଶୀ ଚିଟଫଣ୍ଡର ନୂତନ ଶାଖାର ଉଦଘାଟନ ହୋଇଛି । ମାର୍ଗଦର୍ଶୀ ଚିଟଫଣ୍ଡର ମ୍ୟାନେଜିଙ୍ଗ ଡାଇରେକ୍ଟର ଶୈଳଜା କିରଣ ଏହି ୧୨୨ତମ ଶାଖାର ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ସମସ୍ତ ଲୋକେ ଏନେଇ ଶୁଭକାମନା ଜଣାଇଛନ୍ତି ।
ମାର୍ଗଦର୍ଶୀ ଚିଟଫଣ୍ଡର ୧୨୨ତମ ଶାଖା ଉଦଘାଟିତ:
ଉଦଘାଟନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏମଡି ଶୈଳଜା କିରଣ କହିଛନ୍ତି, "ମାର୍ଗଦର୍ଶୀ ଚିଟ୍ ଫଣ୍ଡ ୧୯୬୨ ମସିହାରେ ଆମର ପ୍ରତିଷ୍ଠାତା ଅଧ୍ୟକ୍ଷ ରାମୋଜୀ ରାଓଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଆଜି ଆମେ ଚାରୋଟି ରାଜ୍ୟରେ କାର୍ଯ୍ୟ କରୁଛୁ।"

୪ଟି ରାଜ୍ୟରେ ମାର୍ଗଦର୍ଶୀ ଚିଟଫଣ୍ଡ:
ସେ ଆଉ ମଧ୍ୟ କହିଛନ୍ତି,"ମାର୍ଗଦର୍ଶୀ ଚିଟଫଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁରେ କାର୍ଯ୍ୟ କରୁଛି ଏବଂ ଏହାର ୧୨୧ଟି ଶାଖା ସଫଳତାର ସହିତ ଚାଲୁଛି । କର୍ଣ୍ଣାଟକର ଚିତ୍ରଦୁର୍ଗରେ ଖୋଲାଯାଇଥିବା ନୂତନ ଶାଖା ହେଉଛି କର୍ଣ୍ଣାଟକରେ ଥିବା କମ୍ପାନୀର ୨୬ତମ ଶାଖା ଏବଂ ଚାରୋଟି ରାଜ୍ୟରେ ଥିବା ଶାଖା ମଧ୍ୟରୁ ଏହା ୧୨୨ତମ ଶାଖା ।"

୨.୫ ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ମାର୍ଗଦର୍ଶୀ ଚିଟଫଣ୍ଡ୍:
ଆଉ ମଧ୍ୟ ଚଳିତ ବର୍ଷ ମଧ୍ୟରେ ରାଜ୍ୟରେ ଆଉ ପାଞ୍ଚରୁ ଛଅଟି ଶାଖା ଖୋଲିବାର ଲକ୍ଷ୍ୟ ରହିଥିବା ନେଇ ସେ କହିଛନ୍ତି । କମ୍ପାନୀର ଆର୍ଥିକ ପ୍ରଦର୍ଶନ ବିଷୟରେ ଏମଡି ଶୈଳଜା କିରଣ କହିଛନ୍ତି," ମାର୍ଗଦର୍ଶୀ ଚିଟଫଣ୍ଡ ଚଳିତ ଆର୍ଥିକ ବର୍ଷରେ ୧୦,୦୦୦ କୋଟି ଟଙ୍କାର ବ୍ୟବସାୟ କରିଛି । କମ୍ପାନୀ ଆଗାମୀ ଆର୍ଥିକ ବର୍ଷ ପାଇଁ ୧୩,୦୦୦ କୋଟି ଟଙ୍କାର ଲକ୍ଷ୍ୟ ରଖିଛି । କମ୍ପାନୀ ୨.୫ ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ସହ ୨.୫ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଯୋଜନା ପ୍ରଦାନ କରେ ।"

ସେ ଆଉମଧ୍ୟ କହିଛନ୍ତି, "ମାର୍ଗଦର୍ଶୀ ଚିଟଫଣ୍ଡ୍ କୃଷକ, ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ବ୍ୟବସାୟୀ, ଉଦ୍ୟୋଗପତି ଓ ଆଇଟି ଭଳି ବିଭିନ୍ନ କ୍ଷେତ୍ରର ଲୋକମାନଙ୍କର ଭରସାଯୋଗ୍ୟ ଆର୍ଥିକ ସହଯୋଗୀ ପାଲଟିଛି ।"

ଚିଟଫଣ୍ଡ ବ୍ୟବସ୍ଥାର ସୁବିଧା ଉପରେ ଆଲୋକପାତ କରି ଏମଡି ଶୈଳଜା କିରଣ କହିଛନ୍ତି,"ଗ୍ରାହକମାନେ ସେମାନଙ୍କର ଜମା ରାଶିରୁ ଜମି କିଣିବା, ଘର ନିର୍ମାଣ କରିବା, ବ୍ୟବସାୟ ଆରମ୍ଭ କରିବା, ଶିକ୍ଷା ପାଇଁ ପାଣ୍ଠି ଏବଂ ବିବାହ ଆୟୋଜନ କରିବା ଇତ୍ୟାଦି ବିଭିନ୍ନ ଆବଶ୍ୟକତା ପାଇଁ ବ୍ୟବହାର କରନ୍ତି ।"

ଚିତ୍ରଦୁର୍ଗରେ ଶାଖାର ଉଦଘାଟନକୁ ନେଇ ଗ୍ରାହକଙ୍କ ଖୁସି ପ୍ରକଟ:
ଚିତ୍ରଦୁର୍ଗରେ ମାର୍ଗଦର୍ଶୀ ଚିଟ୍ ଫଣ୍ଡ ଶାଖାର ଉଦଘାଟନକୁ ନେଇ ଗ୍ରାହକମାନେ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ଅନେକ ଗ୍ରାହକମାନେ କହିଛନ୍ତି,"ମାର୍ଗଦର୍ଶୀ ଚିଟ୍ ଫଣ୍ଡରୁ ସେମାନେ ବହୁତ ଲାଭ ପାଇଛନ୍ତି ଏବଂ ମାର୍ଗଦର୍ଶୀ ସେମାନଙ୍କର ସମସ୍ତ ଆର୍ଥିକ ଆବଶ୍ୟକତା ପାଇଁ ସେମାନଙ୍କର ମାର୍ଗଦର୍ଶକ ହୋଇପାରିଛି ।"

କମ୍ପାନୀର ଜଣେ ଗ୍ରାହକ ପ୍ରଶାନ୍ତ ଏନେଇ କହିଛନ୍ତି, "ମାର୍ଗଦର୍ଶୀ ଚିଟଫଣ୍ଡ୍ ୧୮ ହେଲା ମୋତେ ସାହାଯ୍ୟ କରିଆସୁଛି । ଜଣେ କୃଷକ ଭାବେ ଏହା ମୋ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି । ମୋତେ ଠିକ ସମୟରେ ଟଙ୍କା ମିଳେ । ଯେଉଁଥି ପାଇଁ କମ୍ପାନୀ ଉପରେ ମୋର ବହୁତ ଭରସା ରହିଛି । କମ୍ପାନୀର କର୍ମଚାରୀମାନେ ମଧ୍ୟ ଗ୍ରାହକମାନଙ୍କ ସହ ଉତ୍ତମ ବ୍ୟବହାର କରିଥାନ୍ତି ।"

ଆଉଜଣେ ଉପଭୋକ୍ତା ସୈୟଦ ଅହମ୍ମଦ କହିଛନ୍ତି, "ମୋର ଜଣେ ବନ୍ଧୁ ମୋତେ ମାର୍ଗଦର୍ଶୀ ଚିଟଫଣ୍ଡ୍ ବିଷୟରେ କହିଥିଲେ ।ମୁଁ ଗତ ୧୫ ବର୍ଷ ହେଲା ଏହି କମ୍ପାନୀର ଗ୍ରାହକ ରହିଆସିଛି । ଆମ ପାଇଁ ମାର୍ଗଦର୍ଶୀର ଅର୍ଥ ହେଲା ଶତ ପ୍ରତିଶତ ଭରସା । ମୁଁ ଜଣେ ଆଇଆଇଟି କଲେଜର ପ୍ରିନ୍ସପାଲ । ମୋ କଲେଜର ବିକାଶ ପାଇଁ ଚିଟ ଫଣ୍ଡ କମ୍ପାନୀ ସାହାଯ୍ୟ କରିଛି । ଏହାଦ୍ୱାରା ମୋ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ସାହାଯ୍ୟ ମିଳିଛି ।ଏବେ ଆମେ ବହୁତ ଖୁସି ଯେ ଆମ ଜିଲ୍ଲାରେ ଏହାର ଶାଖା ଉଦଘାଟନ ହୋଇଛି ।"
ଏହାମଧ୍ୟ ପଢନ୍ତୁ... ଗଚ୍ଚିୱୋଲିରେ ଖୋଲିଲା ୧୨୧ ତମ ବ୍ରାଞ୍ଚ, MD କହିଲେ 'ସଠିକ ମାର୍ଗ ଦେଖାଏ ମାର୍ଗଦର୍ଶୀ' |
ଏହି ନୂତନ ଶାଖାର ଉଦଘାଟନ ସମୟରେ, କର୍ଣ୍ଣାଟକର ମାର୍ଗଦର୍ଶୀ ଚିଟ୍ ଫଣ୍ଡ ନିର୍ଦ୍ଦେଶକ ଲକ୍ଷ୍ମଣ ରାଓ, ମାର୍ଗଦର୍ଶୀ ଚିଟ୍ ଫଣ୍ଡର ଉପାଧ୍ୟକ୍ଷ ବଳରାମ କୃଷ୍ଣ, ଜେନେରାଲ ମ୍ୟାନେଜର ନଞ୍ଜୁଦୟା ଏ ଚନ୍ଦ୍ରୈୟା, ବରିଷ୍ଠ ଅଧିକାରୀ ବିଶ୍ୱନାଥ ରାଓ, କର୍ଣ୍ଣାଟକର ମାର୍ଗଦର୍ଶୀର ବିଭିନ୍ନ ଶାଖାର ପରିଚାଳକ ବିଜୟକୁମାର, ଚିତ୍ରଦୁର୍ଗ ଶାଖା ପରିଚାଳକ ପ୍ରବୀଣ ବିଏ ଏବଂ ଗ୍ରାହକମାନେ ଉପସ୍ଥିତ ଥିଲେ ।