ETV Bharat / politics

ଡେଡଲାଇନ ପାର ଛିଣ୍ଡୁନି ରାଜ୍ୟ BJP ସଭାପତି ଅଙ୍କ, ବିନା ମୁଖିଆରେ ଚାଲିଛି ନିଗମ ଓ ପରିଷଦ - BJP STATE PRESIDENT ELECTION

କିଏ ହେବେ ରାଜ୍ୟ ବିଜେପି ସଭାପତି ? ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିକ୍ରିୟା,' ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ନିଷ୍ପତ୍ତି’

BJP State president election
BJP State president election (ETV Bharat Odisha)
author img

By ETV Bharat Odisha Team

Published : Feb 17, 2025, 10:30 PM IST

ଭୁବନେଶ୍ୱର: କିଏ ହେବେ ରାଜ୍ୟ ବିଜେପି ସଭାପତି ? ଚୟନ ପ୍ରକ୍ରିୟା ଡେଡଲାଇନ ପାର ହୋଇସାରିଥିଲେ ସୁଦ୍ଧା ଏଯାଏଁ ଛିଣ୍ଡୁନି ସଭାପତି ଅଙ୍କ । ଏହାରି ଭିତରେ 37 ଟି ସାଂଗଠନିକ ଜିଲ୍ଲା ସଭାପତିରୁ 36ଟି ଘୋଷଣା ହୋଇସାରିଛି । ଏବେବି ସମ୍ୱଲପୁର ଜିଲ୍ଲା ସଭାପତି ପଦ ଖାଲି ପଡିଛି । ସେପଟେ ବିଜେପି ସରକାରକୁ 8 ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିନା ମୁଖିଆରେ ଚାଲିଛି ନିଗମ ଓ ପରିଷଦ ।

BJP State president election (ETV Bharat Odisha)

କିଏ ହେବେ ରାଜ୍ୟ ବିଜେପି ସଭାପତି ?

ରାଜ୍ୟରେ ବିଜେପି ସରକାରକୁ ୮ ମାସ ପୂରିବାକୁ ବସିଲାଣି । ଚୟନ ପ୍ରକ୍ରିୟା ଡେଡଲାଇନ ପାର ହୋଇଯାଇଥିଲେ ସୁଦ୍ଧା ଏଯାଏ ନୂଆ ରାଜ୍ୟ ସଭାପତିଙ୍କୁ ବାଛି ପାରିନି ବିଜେପି । ଏହି ରେସରେ ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ସେ ନିଜେ ବ୍ରେକ ଲଗାଇଛନ୍ତି । ଦଳର ନିୟମ ଅନୁଯାୟୀ ଜଣେ ଲଗାତର ୨ ଥର ଏହି ପଦବୀରେ ବସିପାରିବେ ଏହାପରେ ବ୍ରେକ ନେଇ ଆଉ ଥରେ ହୋଇପାରିବେ ବୋଲି ମନମୋହନ ସାମଲ ସ୍ପଷ୍ଟ କରିଥିଲେ । ତେବେ ଗୋଲଖ ମହାପାତ୍ର ମଧ୍ୟ ଏହି ରେସରେ ଥିବା ବେଳେ କାହାକୁ ସଭାପତି ଭାବେ ଚୟନ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ।

ଛିଣ୍ଡୁନି ସମ୍ବଲପୁର ଜିଲ୍ଲା ସଭାପତି ଅଙ୍କ:

ଅନ୍ୟପଟେ ୨ଟି ପର୍ଯ୍ୟାୟରେ ବିଜେପି ନିଜର 37ଟି ସାଂଗଠନିକ ଜିଲ୍ଲା ସଭାପତିରୁ 36ଟି ଘୋଷଣା ହୋଇସାରିଛି । ହେଲେ ସମ୍ବଲପୁର ଅଙ୍କ ଏଯାଏଁ ଛିଣ୍ଡିନି । ସମ୍ବଲପୁର ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ହେବା ପରେ ସମ୍ବଲପୁର ଜିଲ୍ଲା ପ୍ରତି ସାରା ରାଜ୍ୟ ବିଜେପି ନେତୃତ୍ୱର ନଜର ରହି ଆସୁଥିବା ବେଳେ ଏହି ଜିଲ୍ଲାର ସଭାପତି ପଦର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହୁଛି l କିନ୍ତୁ ସମ୍ବଲପୁର ଜିଲ୍ଲା ସଭାପତି କିଏ ହେବ ସେନେଇ ଏବେବି ଚର୍ଚ୍ଚା ଜାରି ରହିଛି ।

ସମ୍ବଲପୁର ବିଜେପିର ସାଙ୍ଗଠନିକ ଜିଲ୍ଲା ସଭାପତି ଚୟନ ପ୍ରସଙ୍ଗରେ ରବି ନାୟକ କହିଛନ୍ତି, "କିଏ ହେବ ଜିଲ୍ଲା ସଭାପତି ତାକୁ ନେଇ କୋର କମିଟି ନିଷ୍ପତ୍ତି ନେଇଥାଏ । ବୋଧହୁଏ ଜିଲ୍ଲା ସଭାପତି ନେଇ ସବୁ ନେତାଙ୍କ ସହ ଠିକ ସେ ଯୋଗାଯୋଗ ହେଇପାରି ନାହିଁ । ନିର୍ବାଚନର ପ୍ରକ୍ରିୟା ଭିତରେ ଆଲୋଚନା ସମୟରେ ବୋଧହୁଏ ସମସ୍ତଙ୍କ ମତାମତ ନିଆଯାଇ ପାରିନାହିଁ । ତେଣୁ ସଭାପତି ଚୟନରେ ବିଲମ୍ୱ ହେଉଛି ।"

ବିନା ମୁଖିଆରେ ଚାଲିଛି ନିଗମ ଓ ପରିଷଦ:

ଅନ୍ୟପଟେ ସରକାରକୁ 8 ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିଗମ ଅଧ୍ୟକ୍ଷ ଗୁଡିକ ଖାଲି ପଡିଛି । ବିନା ମୁଖିଆରେ ଚାଲିଛି ନିଗମ ଓ ପରିଷଦ। ଦୁଇ ଦିନ ତଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ଚୟନ ପରେ ନିଗମ ନିଯୁକ୍ତି ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି ।

ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ପ୍ରତିକ୍ରିୟାରେ କହିଛନ୍ତି, "ନିଗମ, ବୋର୍ଡ, କମିଶନ ଅଧ୍ୟକ୍ଷ ପଦ ଚୟନ ନେଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ନିଗମ ନିଷ୍ପତ୍ତି ନିଆଯିବ। ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ନିଗମ, ବୋର୍ଡ କମିଶନ ନିଯୁକ୍ତି ନେଇ ନିଷ୍ପତ୍ତି ହେବ। ଯେତେ ପଦବୀ ଖାଲି ଅଛି ଫେବୃଆରୀ ମାସ ଶେଷ ସୁଦ୍ଧା ପୂରଣ ହୋଇପାରେ । ନିଯୁକ୍ତି ନେଇ ବିଜେପିର କୌଣସି ଲବି କାମ ଦେବ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦଳର ବରିଷ୍ଠ ନେତା ଏନେଇ ଆଲୋଚନା କରିବେ । ଦଳର କୋର କମିଟିରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଦଳୀୟ କାର୍ଯ୍ୟକର୍ତ୍ତା ହିସାବରେ ସମସ୍ତେ ପଦପଦବୀ ପାଇଁ ଆଶା ରହିବା ସ୍ଵାଭାବିକ । ସକ୍ଷମ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ।"

ଏହାମଧ୍ୟ ପଢନ୍ତୁ...

ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପି ସଭାପତି ଚୟନ, ରିପିଟ୍‌ ହେବେ କି ମୋହନ ?

ବିଜେପିର ଦିଲ୍ଲୀ ଦଖଲରେ ଅଛି କି ଓଡିଆ ନେତାଙ୍କ ପ୍ରଭାବ ? ମନମୋହନଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ କହିଲେ...

ସେପଟେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା କହିଛନ୍ତି, "ଫେବୃଆରୀ ଶେଷ ସୁଦ୍ଧା ବିଜେପି ସଭାପତି ପାଇବ । ଯିଏ ସମସ୍ତଙ୍କୁ ନେଇ ଚାଲିପାରିବ ସେଭଳି ଜଣେ ନେତା ସଭାପତି ହେବେ । ଆଗେ ସଭାପତି ପରେ ନିଗମ ଏଵଂ ଅନ୍ୟାନ୍ୟ ପଦ ପଦବୀ ପୂରଣ ହେବ । ବିଜେପି ହେଉଛି ଏକ ଗଣତାନ୍ତ୍ରିକ ଦଳ । ତେଣୁ ଯାହା ହେବ ଗଣତାନ୍ତ୍ରିକ ପଦ୍ଧତିରେ ହେବ । ଏହିମାସ ଶେଷ ସୁଦ୍ଧା ସଭାପତି ଚୟନ ଶେଷ ହେବ । କୋର କମିଟି ବୈଠକରେ ଏସବୁ ନେଇ ଆଲୋଚନା ହୋଇଛି । ସେମାନେ ସ୍ଥିର କରନ୍ତି ଜିଲ୍ଲା ସଭାପତି ଏଵଂ ରାଜ୍ୟ ସଭାପତି କିଏ ହେବ ? ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଆସିବା ପରେ ନିଷ୍ପତ୍ତି ହେବ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.