ଭୁବନେଶ୍ବର: ଗୋଟିଏ ଗରିବ ପରିବାରରେ ଝିଅ ବିବାହ କରିବା କାଠିକର ପାଠ । ଦିନ ମଜୁରିଆ ଭାବେ କାମ କରୁଥିବା ବାପା କେମିତି ତାର ଝିଅକୁ ବିବାହ ଦେବ ସେନେଇ ଝିଅ ଜନ୍ମ ହେବା ପରଠାରୁ ମୁଣ୍ଡରେ ଚିନ୍ତା ରହିଥାଏ । ଏବେ କିନ୍ତୁ ଏହି ସମସ୍ୟା ଦୂର ହେବାକୁ ଯାଉଛି । କାହିଁକିନା ରାଜ୍ୟ ସରକାର ଗରିବ ଝିଅ ମାନଙ୍କୁ ବାହାଘର କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବ ଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଗରିବ ଘରର ଝିଅଙ୍କୁ ସାମୁହିକ ବିବାହ ଆୟୋଜନ କରାଇବେ ।
ଗରିବ ଝିଅ ମାନଙ୍କୁ ବିବାହ କରାଇବେ ରାଜ୍ୟ ସରକାର:
ଆଜି ବିଧାନସଭାରେ ଆର୍ଥିକ ବର୍ଷ 2025-26 ପାଇଁ ବଜେଟ ଉପସ୍ଥାପନ କରିଥିଲେ ରାଜ୍ୟ ସରକାର । ବଜେଟରେ ମହିଳା ଶସକ୍ତିକରଣକୁ ଗୁରୁତ୍ବ ଦିଆଯାଇଛି । ନୂଆ ଯୋଜନା 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ରାଜ୍ୟ ସରକାର ସାମୁହିକ ବିବାହ ଆୟୋଜନ କରାଇବେ । ଏଥିପାଇଁ 12 କୋଟିର ବ୍ୟୟବରାଦ ହୋଇଛି । ଫଳରେ ଯେଉଁ ଗରିବ ଘରର ଝିଅ ମାନଙ୍କ ବିବାହ ବିନା ସମସ୍ୟାରେ ହୋଇପାରିବ । ସରକାର ବିବାହ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ।
ଏହା ମଧ୍ୟ ପଢନ୍ତୁ-ରିଭର୍ସ ଗିୟରରେ ଡବଲ ଇଞ୍ଜିନ ସରକାର: ନବୀନ ପଟ୍ଟନାୟକ - NAVEEN PATNAIK REACTION ON BUDGET
ବ୍ୟାପକ ହେବ ସୁଭଦ୍ରା ଯୋଜନା:
2025-26 ରାଜ୍ୟ ବଜେଟରେ ନାରୀ ଶକ୍ତିକୁ ଗୁରୁତ୍ୱ ଦିଆୟାଇଛି । ବ୍ୟାପକ ହେବ ସୁଭଦ୍ରା ଯୋଜନା । ସୁଭଦ୍ରା ପ୍ଲସ୍ ଯୋଜନା ପାଇଁ 10,145 କୋଟି ବ୍ୟୟ ବରାଦ ହୋଇଛି । ସେହିପରି ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ 153 କୋଟି ବ୍ୟୟ ବରାଦ ହୋଇଛି । ଆଗକୁ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ, ସୁଭଦ୍ରା କଲ ସେଣ୍ଟର, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ, ସୁଯୋଗ୍ୟ ସୁଭଦ୍ରା ଭଳି କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ବଜେଟରେ ଘୋଷଣା ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର