ETV Bharat / state

ମୋହନ ସରକାରକୁ ପୂରିବ 100 ଦିନ; ମୋଦିଙ୍କୁ ଡାକି ହାଇଡ୍ରାମା କରୁଛନ୍ତି କହିଲେ ବିରୋଧୀ - Subhadra Yojana politics

author img

By ETV Bharat Odisha Team

Published : Sep 16, 2024, 10:26 PM IST

Updated : Sep 16, 2024, 10:58 PM IST

High voltage politics in odisha: ସାଧାରଣ ନିର୍ବାଚନରେ ଓଡିଶାରେ ହୋଇଥିଲା ସତ୍ତା ପରିବର୍ତ୍ତନ । 24 ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିଥିଲା ବିଜେପି । ଜୁନ 12 ତାରିଖରେ ଶପଥ ନେଇଥିଲେ ମୋହନ ସରକାର । ଆସନ୍ତା 19 ତାରିଖରେ ମୋହନ ସରକାରଙ୍କୁ ପୁରିବାକୁ ଯାଉଛି 100 ଦିନ । 100 ଦିନ ପୂର୍ତ୍ତିର ଦୁଇ ଦିନ ପୂର୍ବରୁ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ମୋହନ ସରକାର ।

Subhadra Yojana politics
Subhadra Yojana politics (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ମୋହନ ସରକାର ଗଠନକୁ ଆଗାମୀ ଦିନରେ ଶହେ ଦିନ ପୁରିବାକୁ ଯାଉଛି । ଆସନ୍ତା 19 ତାରିଖରେ ଏକକ ବିଜେପିର ଶହେ ଦିନ ହେବ । ଓଡିଶା ଶାସନରେ ବିଜେପିର ଶହେ ଦିନ ପୂରଣର ଠିକ ଦୁଇ ଦିନ ପୂର୍ବରୁ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଲାଗି ବଢିବାରେ ଲଗିଛି ରାଜନୈତିକ ପାରା । 100 ଦିନରେ ସରକାର ଲୋକଙ୍କୁ ଠକିଥିବା ବିଜେଡି ଅଭିଯୋଗ କରିଛି । ସେହିପରି ଡ୍ରାମା ଦେଖାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ଆଣିଥିବା ଅଭିଯୋଗ କରିଛି କଂଗ୍ରେସ । ଉଭୟ ବିରୋଧୀଙ୍କ ଜବାବ ରଖିଛି ବିଜେପି । ଅନ୍ୟପକ୍ଷରେ ଲୋକଙ୍କ ନିକଟରେ ଗ୍ରହଣୀୟ ହେଲା ଭଳି ସରକାର କାର୍ଯ୍ୟ କରିପାରିନଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ସାଧାରଣ ନିର୍ବାଚନରେ ଓଡିଶାରେ ହୋଇଥିଲା ସତ୍ତା ପରିବର୍ତ୍ତନ । 24 ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିଥିଲା ବିଜେପି । ଜୁନ 12 ତାରିଖରେ ଶପଥ ନେଇଥିଲେ ମୋହନ ସରକାର । ଆସନ୍ତା 19 ତାରିଖରେ ମୋହନ ସରକାରଙ୍କୁ ପୁରିବାକୁ ଯାଉଛି 100 ଦିନ । 100 ଦିନ ପୂର୍ତ୍ତିର ଦୁଇ ଦିନ ପୂର୍ବରୁ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ମୋହନ ସରକାର । ଓଡିଶା ସରକାରଙ୍କ ବଡ଼ ଯୋଜନା 'ସୁଭଦ୍ରା'ର ହେବ ବର୍ଣ୍ଣାଢ୍ୟ ପରିବେଶରେ ଲଞ୍ଚ । କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ହାତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ।

ଏହା ବି ପଢନ୍ତୁ- କାଲି ଆସିବ ‘ସୁଭଦ୍ରା’ ଟଙ୍କା; ଭାରତରେ କେଉଁ ରାଜ୍ୟରେ ରହିଛି ମହିଳା-କୈନ୍ଦ୍ରିକ ସ୍ପେଶାଲ୍ ସ୍କିମ୍ - women centric schemes

କାର୍ଯ୍ୟକ୍ରମ ଲାଗି ଭୁବନେଶ୍ୱର ଜନତା ମଇଦାନରେ ବଡ଼ ବ୍ୟବସ୍ଥା କରିଛନ୍ତି ଓଡିଶା ସରକାର । କାର୍ଯ୍ୟକ୍ରମରେ ସାମିଲ ହେବେ 3ରୁ ଅଧିକ କେନ୍ଦ୍ରମନ୍ତ୍ରୀ ଓ ଶତାଧିକ ଭିଭିଆଇପି । ଜନତା ମଇଦାନରେ ପ୍ରସ୍ତୁତ ହୋଇଛି ମଞ୍ଚ । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଭୁବନେଶ୍ୱର ଆସିବେ ଲକ୍ଷାଧିକ ମହିଳା ଓ ସାଧାରଣ ଲୋକ । ପ୍ରଧାନମନ୍ତ୍ରୀଙ୍କୁ ଏୟାରପୋର୍ଟରୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ସ୍ୱାଗତ କରାଯିବ । କାର୍ଯ୍ୟକ୍ରମ ସ୍ଥାନରେ 50 ହଜାରରୁ ଅଧିକ ଉପସ୍ଥିତ ରହିବେ । ଏଥିପାଇଁ ଶତାଧିକ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟା ଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଟ୍ରାଫିକ ମୁକ୍ତ କରିବା ଲାଗି ସ୍କୁଲ ଓ କଲେଜ ମଧ୍ୟ ଛୁଟି ଘୋଷଣା କରାଯାଇଛି ।

ଏହା ବି ପଢନ୍ତୁ- ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା - Subhadra Yojana

‘ସୁଭଦ୍ରା ଏକ ଠକାମୀ ଯୋଜନା’ :-
ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, "ବିଜେପି ସରକାର ସାରା ଓଡିଶାବାସିଙ୍କୁ ଠକିଛି । ସେମିତି ସୁଭଦ୍ରା ଯୋଜନା ହେଉଛି ଏକ ଠକାମୀ ଯୋଜନା । ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ସୁଭଦ୍ରା ଯୋଜନା ହୋଇନାହିଁ । ନୂଆ ବ୍ୟବସ୍ଥା ମହିଳାଙ୍କ ଅର୍ଥନୈତିକ ବିକାଶରେ ଏହି ଯୋଜନା ସହାୟକ ହୋଇପାରିବ ନାହିଁ । ଯୋଜନା ନାଁ'ରେ ବିଜେପି ମା'ଙ୍କୁ ଠକିଛି । ସୁଭଦ୍ରା ଯୋଜନା ଆବେଦନକୁ ନେଇ ମା'ଙ୍କ ମଧ୍ୟରେ ଭାଳେଣି ପଡିଛି । ଗ୍ରାମାଞ୍ଚଳରେ ମହିଳା ମାନେ ବିଳମ୍ବିତ ରାତି ଯାଏଁ ଲମ୍ବା ଧାଡିରେ ମୋ ସେବା, ଜନ ସେବା କେନ୍ଦ୍ରରେ ଛିଡା ହେଉଛନ୍ତି । ଏ ଯୋଜନା ବର୍ତ୍ତମାନ ସୁଦ୍ଧା ଫେଲ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଲେ ବି ଯୋଜନା ଫେଲ ହୋଇ ରହିବ । ପାସ ହେବନାହିଁ । ଏହା ଏକ ପ୍ରଚାର ସର୍ବସ୍ୱ ଯୋଜନା ।"

ଏହା ବି ପଢନ୍ତୁ- ଘରେ ଘରେ ବିଜେପି ମିଛକୁ କରନ୍ତୁ ପର୍ଦ୍ଦାଫାଶ କହିଲେ ନବୀନ; କାଉଣ୍ଟର କଲା ବିଜେପି; ‘ସୁଭଦ୍ରା’ ଦେଖି ଭୟଭୀତ ବିଜେଡି - Biju Mahila Janata Dal meeting

ସୁଭଦ୍ରା ନାଁ'ରେ ହେଉଛି ବିଜେପିର ସଦସ୍ୟତା ସଂଗ୍ରହ :-
ସାରଦା ଏହା ମଧ୍ୟ ଅଭିଯୋଗ କରିଛନ୍ତି, "ସୁଭଦ୍ରା ଯୋଜନା ନାଁ'ରେ ବିଜେପିର ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ହେଉଛି । ସୁଭଦ୍ରା ରଥ ଗଲା ବେଳେ ପରିଚୟ ପତ୍ର ଆଣି ଆସିବାକୁ ମହିଳାଙ୍କୁ କୁହାଯାଉଛି । ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଏଭଳି କାର୍ଯ୍ୟକ୍ରମ ଚାଲିଛି । ସମ୍ପୂର୍ଣ୍ଣ ଭାବେ ବିଜେପି ଏକ ପ୍ରଚାର ସର୍ବସ୍ବ ସରକାର । ଭତ୍ତା, ସୁଭଦ୍ରା ଯୋଜନା ଏହାର ପ୍ରମାଣ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ସରକାର ସଫଳ ହୋଇପାରୁନାହାନ୍ତି ।"

‘ପ୍ରଧାନମନ୍ତ୍ରୀଙ୍କୁ ଡାକି ହାଇଡ୍ରାମା କରୁଛନ୍ତି ସରକାର’ :-

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "100 ଦିନରେ ମୋହନ ସରକାର ଲୋକଙ୍କର କିଛି କାମ କରିନାହାନ୍ତି । ଏହା ଲୋକେ ଜାଣିସାରିଲେଣି । ବିଜୁଳି, ନିଯୁକ୍ତି, ବିଭିନ୍ନ ମାମଲାର ସିବିଆଇ ତଦନ୍ତ ନେଇ 100 ଦିନ କଥାରେ ତାହା କରିନାହାନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଡାକି ହାଇଡ୍ରାମା କାର୍ଯ୍ୟକ୍ରମ କରୁଛନ୍ତି । ଶ୍ରୀମନ୍ଦିରର 4 ଦ୍ୱାର ଖୋଲିଲେ, କିନ୍ତୁ ଏବେ ବନ୍ଦ ଅଛି । ଲୋକଙ୍କୁ ଭୁଆଁ ବୁଲେଇବା ଲାଗି ଆସନ୍ତାକାଲିର କାର୍ଯ୍ୟକ୍ରମ ।"

ନବୀନ ସରକାର ଯେମିତି ମୋହନ ସରକାର ସେମିତି :-
ତାରା ଆହୁରି ମଧ୍ୟ କହିଛନ୍ତି, "ଡ୍ରାମା ଦେଖାଇବାକୁ ପ୍ରତ୍ୟେକ ଜିଲ୍ଲାରୁ ଲୋକଙ୍କୁ ଡାକୁଛନ୍ତି । ସରକାରୀ ଅର୍ଥରେ ଏହି କାର୍ଯ୍ୟକ୍ରମ ହେଉଛି । ବସରେ ବୋହି ଲୋକଙ୍କୁ ଅଣାଯାଉଛି । ନବୀନ ସରକାର ଯାହା କରୁଥିଲେ ଅବିକଳ ମୋହନ ସରକାର କରୁଛନ୍ତି । ମୋହନ ସରକାରରେ ନୂତନ୍ବତ ନାହିଁ । ବିଜେଡି ଯାହା କରୁଥିଲା ଏବେ ବିଜେପି ସେଇଆ କରୁଛି । ଲୋକ ବୁଝିଲେଣି, ଠିକ ଜବାବ ଦେବେ । 100 ଦିନରେ କଣ କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଦେଖାଇବାକୁ ଲୋକଙ୍କୁ ଡକେଇଛନ୍ତି । ବିଜେପିର ଡ୍ରାମା ଆଉ ଚଳିବ ନାହିଁ ।"

ଏହା ବି ପଢନ୍ତୁ-SUBHADRA Yojana; ସୁଭଦ୍ରା ଫର୍ମ, ଆଧାର ଅପଡେଟ୍ ପାଇଁ ଅସମ୍ଭାଳ ଭିଡ଼; ଭୁବନେଶ୍ୱରରେ ବିମୁଦ୍ରାକରଣ ଭଳି ସ୍ଥିତି ! ସୋରରେ ଡାକଘର ଆଗରେ ପରିସ୍ଥିତି ଅଣାୟତ - SUBHADRA Yojana Aadhaar card update

ଗ୍ରହଣୀୟ ହେଲା ଭଳି କାର୍ଯ୍ୟ କରିନାହାନ୍ତି ସରକାର :-
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ମୋହନ ମାଝୀ ସରକାରଙ୍କ ପ୍ରଥମ କାର୍ଯ୍ୟକ୍ରମ ଯାହା ସିଧାସଳଖ ଲୋକଙ୍କ ସହିତ ଯୋଡୁଛି ତାହା ହେଉଛି ସୁଭଦ୍ରା । ଏହା ବଡ଼ କାର୍ଯ୍ୟକାରୀ, କିନ୍ତୁ ଯେମିତି କହିଥିଲେ ସେମିତି ହୋଇନପାରେ । କିନ୍ତୁ କୋଟିଏ ଲୋକଙ୍କୁ ଯୋଡିବା କମ କଥା ନୁହେଁ । ନିର୍ବାଚନ ସମୟରେ ମୋଦୀ ଗ୍ୟାରେଣ୍ଟି ଭାବେ ଏହା କୁହାଯାଉଛି । ଆସନ୍ତାକାଲି ମୋଦୀଙ୍କ ଜନ୍ମଦିନ ମଧ୍ୟ । ସିଧାସଳଖ ଭାବେ ମହିଳାଙ୍କ ଲାଗି ଏହି କାର୍ଯ୍ୟକ୍ରମ । ବିଜେପି ସରକାର 100 ଦିନ ପୁରା କରିବାକୁ ଯାଉଛି । ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଥାଇନପାରେ । କିନ୍ତୁ ଲୋକଙ୍କ ନିକଟରେ ଗ୍ରହଣୀୟ ହେଲା ଭଳି ସରକାର କାର୍ଯ୍ୟ ମଧ୍ୟ କରିପାରିନାହାନ୍ତି ।"

ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରୁଥିବା ସ୍ପଷ୍ଟ ବାର୍ତ୍ତା ହେବାକୁ ପଡିବ:-
ସେ ଏହା ମଧ୍ୟ କହିଛନ୍ତି, "ସୁଭଦ୍ରା କାର୍ଯ୍ୟକ୍ରମ ସିଧାସଳଖ ଭାବେ ଲୋକଙ୍କ ସହିତ ସରକାରଙ୍କୁ ଯୋଡିବ । ଯାହାର ଫଳ ପରବର୍ତ୍ତୀ ଅବସ୍ଥାରେ ମିଳିବ । ଓଡ଼ିଶାରେ ଜନମତ ବର୍ତ୍ତମାନ 50:50 ରହିଛି । ଏହା ବଢିବା ବା କମିବା ସରକାରଙ୍କ କାର୍ଯ୍ୟକ୍ରମ ଉପରେ ନିର୍ଭର କରୁଛି । ସେ ଦୃଷ୍ଟିରୁ ସୁଭଦ୍ରା ବଡ଼ କାର୍ଯ୍ୟକ୍ରମ । ଲୋକେ ଓଡିଶା ନେତାଙ୍କ ଚେହେରାକୁ ଦେଖି ଭୋଟ ଦେଇନାହାନ୍ତି । ନରେନ୍ଦ୍ର ମୋଦିଙ୍କୁ ଭରସା କରି ଶେଷ ମୁହୂର୍ତ୍ତରେ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି । 100 ଦିନର ସରକାର ପରେ ମଧ୍ୟ ରାଜ୍ୟରେ ଏକ ଦ୍ବନ୍ଦ୍ୱ ଚାଲିଛି । ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦ୍ରୀୟ ନେତୃତ୍ୱ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି ବୋଲି ଆସନ୍ତାକାଲି ସ୍ପଷ୍ଟ ବାର୍ତ୍ତା ହେବାକୁ ପଡିବ ।"

Last Updated : Sep 16, 2024, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.