ETV Bharat / state

ମାସକୁ ୮୩୩ ଟଙ୍କାରେ କିଭଳି ସ୍ୱାବଲମ୍ବୀ ହେବେ ମହିଳା ପଚାରିଲା କଂଗ୍ରେସ, ଜବାବ ରଖିଲା ବିଜେପି - Subhadra Yojana politics - SUBHADRA YOJANA POLITICS

Subhadra Yojana politics; ‘ମାସକୁ ୮୩୩ ଟଙ୍କାରେ କିଭଳି ସ୍ୱାବଲମ୍ବୀ ହେବେ ମହିଳା’ ବୋଲି ସାମ୍ବାଦିକ ସମ୍ମିଳନୀ କରି ପଚାଲିଲା ରାଜ୍ୟ କଂଗ୍ରେସ । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପୂର୍ବରୁ ବିଜେପିକୁ କଂଗ୍ରେସର କଟାକ୍ଷ । ଏପଟେ ଜବାବ ରଖିଲା ବିଜେପି । ଅଧିକ ପଢନ୍ତୁ

Subhadra Yojana politics
Subhadra Yojana politics (ETV Bharat Odisha)
author img

By ETV Bharat Odisha Team

Published : Sep 16, 2024, 10:59 PM IST

ଭୁବନେଶ୍ବର: ଓଡିଶାକୁ ଲୁଟିବା ପାଇଁ ଷଡଯନ୍ତ୍ର କରୁଛି ବିଜେପି । ଆଦାନୀ କାହିଁକି ଧାମରା ବନ୍ଦର ଦିଆଯିବ । ଏହା କଣ ଓଡିଆ ଅସ୍ମିତା । ଆଗକୁ ଭୁବନେଶ୍ବର ବିମାନ ବନ୍ଦର ଦିଆଯିବ । ପୁରା ଓଡ଼ିଶାକୁ ଗୁଜୁରାଟ ମଡେଲ କରିବାକୁ ଦିଆ ଯାଇଛି । ଓମ୍ ଫେଡ ବି ଦଖଲ କରିବାକୁ ଷଡଯନ୍ତ୍ର କରିଛି ବିଜେପି । ଓଡ଼ିଶାକୁ ଲୁଟ କରିବାକୁ ଷଡଯନ୍ତ୍ର କରିଛନ୍ତି । ରାଜ୍ୟରେ ମୋହନ ମାଝୀ ସରକାର ନୁହେଁ, ମୋଦାନି ସରକାର ଚାଲିଛି । ଗୋପାଳପୁର ଓ ଧାମରା ବନ୍ଦର ନାମ ପରିବର୍ତ୍ତନ କରି ଆଦାନି ପୋର୍ଟ କରାଗଲେ ବିରୋଧ ହେବ । ଏହାକୁ ଓଡିଶାବାସୀ ଗ୍ରହଣ କରିବେନି । ଓଡିଆ ଅସ୍ମିତା ପାଇଁ କଂଗ୍ରେସ ଲଢେଇ କରିବ । ଚିଟଫଣ୍ଡ ଟଙ୍କା କେବେ ଫେରାଇବେ । ଏ କଣ ଓଡିଆ ଅସ୍ମିତା ନା ଗୁଜୁରାଟ ମଡେଲ l ମୋହନ ମାଝୀ ସରକାରଙ୍କ ସମୟରେ ମହିଳା ଅତ୍ୟାଚାର ବଢ଼ିଛି । ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଏଭଳି ବର୍ଷିଛି ଏହା ସହିତ ଦଳ କହିଛି, ଶ୍ୱେତ୍ରପତ୍ର ଜାରି କରନ୍ତୁ ରାଜ୍ୟ ସରକାର କଂଗ୍ରେସ । ମୋଦୀଙ୍କ ଭୁବନେଶ୍ୱର ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ‘ସୁଭଦ୍ରା’ ପ୍ରସଙ୍ଗରେ ମଧ୍ୟ ୩ ପ୍ରଶ୍ନ କଲା ପ୍ରଦେଶ କଂଗ୍ରେସ....

Subhadra Yojana politics (ETV Bharat Odisha)

1- ସବୁ ମହିଳାଙ୍କୁ କାହିଁକି ସାମିଲ କରାଗଲା ନାହିଁ ?
2- ମାସକୁ 833 ଟଙ୍କାରେ ଜଣେ ମହିଳା କିଭଳି ଉଦ୍ୟୋଗପତି ହେବ।
3- ପଞ୍ଜିକରଣ କରିଛନ୍ତି 60 ଲକ୍ଷ ରୁ ଅଧିକ, ଜିଲାୱାରି ପ୍ରକୃତ ହିତାଧିକାରୀ କେତେ ?

‘ସୁଭଦ୍ର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଠକିଛନ୍ତି ମୋହନ ସରକାର’-

"ସୁଭଦ୍ରା ଯୋଜନାରେ ରାଜ୍ୟ ସରକାର ମାସକୁ 833 ଟଙ୍କା ମହିଳାଙ୍କୁ ଦେବେ l ରାଜ୍ୟ ରାଜକୋଷରେ ପ୍ରଚାର ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରାଯିବ l ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ କରିଛନ୍ତି l କହିଥିଲେ ସମସ୍ତ ମହିଳାଙ୍କୁ ସାମିଲ କରିବେ l 833 ଟଙ୍କାରେ ମହିଳା କିପରି ଉଦ୍ଯୋଗି ହେବେ l କେତେ ମହିଳା ସାମିଲ ହେବେ l ଏନେଇ ଶ୍ୱେତପତ୍ର ଦିଅନ୍ତୁ ପ୍ରଧାନମନ୍ତ୍ରୀ l ଏବେ କାହିଁକି ଏଥିରେ ପଛଘୁଞ୍ଚା l ୩ଟି ପ୍ରଶ୍ନ ଉତ୍ତର ରଖନ୍ତୁ । ଆଉ ମାତ୍ର ଦିନ କେଇଟାରେ ମୋହନ ସରକାରଙ୍କୁ ଶହେ ଦିନ ପୂରିବ । ଯଦି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଆସୁଛନ୍ତି। ସେ ଏ ବାବଦରେ ଉତ୍ତର ରଖିବେ କି," ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ବିଶ୍ଵ ରଞ୍ଜନ ମହାନ୍ତି ।

ଏହା ବି ପଢନ୍ତୁ-ମୋହନ ସରକାରକୁ ପୂରିବ 100 ଦିନ; ‘ସୁଭଦ୍ରା’ ପାଇଁ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ, ମୋଦିଙ୍କୁ ଡାକି ହାଇଡ୍ରାମା କରୁଛନ୍ତି କହିଲେ ବିରୋଧୀ - Subhadra Yojana politics

ସୁଭଦ୍ରା ପ୍ରଚାର ପ୍ରସାର ପାଇଁ କେତେ ତାଙ୍କ ଖର୍ଚ୍ଚ କରିଛନ୍ତି ତାର ହିସାବ ରାଜ୍ୟ ସରକାର ଦେବେକି ? ସେହିପରି ରାଜ୍ୟରେ ଏକ କୋଟି 40 ଲକ୍ଷ ମହିଳା ଥିବାବେଳେ ସେମାନଙ୍କ ପଞ୍ଜିକରଣ କେମିତି ହେବ । କାରଣ ସବୁ ବ୍ଲକ ଓ ପଞ୍ଚାୟତରେ ଡିଜିଟାଲ ଫେସିଲିଟି ନାହିଁ । ସେଠାରେ ମହିଳାମାନେ କେମିତି ପଞ୍ଜିକରଣ କରିବେ । ଯେଉଁ ଫିଗର୍ ଦେଉଛନ୍ତି ତାହାର ସତ୍ୟତା ନେଇ ବି ପ୍ରଶ୍ନ ଉଠାଇଛି କଂଗ୍ରେସ ।

‘ସୁଭଦ୍ରା ଯୋଜନା ବର୍ତ୍ତମାନ ସୁଦ୍ଧା ଫେଲ ’ :-
ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, "ବିଜେପି ସରକାର ସାରା ଓଡିଶାବାସିଙ୍କୁ ଠକିଛି । ସେମିତି ସୁଭଦ୍ରା ଯୋଜନା ହେଉଛି ଏକ ଠକାମୀ ଯୋଜନା । ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ସୁଭଦ୍ରା ଯୋଜନା ହୋଇନାହିଁ । ନୂଆ ବ୍ୟବସ୍ଥା ମହିଳାଙ୍କ ଅର୍ଥନୈତିକ ବିକାଶରେ ଏହି ଯୋଜନା ସହାୟକ ହୋଇପାରିବ ନାହିଁ । ଯୋଜନା ନାଁ'ରେ ବିଜେପି ମା'ଙ୍କୁ ଠକିଛି । ସୁଭଦ୍ରା ଯୋଜନା ଆବେଦନକୁ ନେଇ ମା'ଙ୍କ ମଧ୍ୟରେ ଭାଳେଣି ପଡିଛି । ଗ୍ରାମାଞ୍ଚଳରେ ମହିଳା ମାନେ ବିଳମ୍ବିତ ରାତି ଯାଏଁ ଲମ୍ବା ଧାଡିରେ ମୋ ସେବା, ଜନ ସେବା କେନ୍ଦ୍ରରେ ଛିଡା ହେଉଛନ୍ତି । ଏ ଯୋଜନା ବର୍ତ୍ତମାନ ସୁଦ୍ଧା ଫେଲ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଲେ ବି ଯୋଜନା ଫେଲ ହୋଇ ରହିବ । ପାସ ହେବନାହିଁ । ଏହା ଏକ ପ୍ରଚାର ସର୍ବସ୍ୱ ଯୋଜନା ।"

ଏହା ବି ପଢନ୍ତୁ-କାଲି ଆସିବ ‘ସୁଭଦ୍ରା’ ଟଙ୍କା; ଭାରତରେ କେଉଁ ରାଜ୍ୟରେ ରହିଛି ମହିଳା-କୈନ୍ଦ୍ରିକ ସ୍ପେଶାଲ୍ ସ୍କିମ୍ - women centric schemes

‘ବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ’-

ବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ। ସେମାନେ ସରକାର ବେଳେ ମହିଳାଙ୍କୁ ଛଳ କରିଛନ୍ତି । ତାଙ୍କର ଶାସନକୁ ପ୍ରତ୍ୟାଖନ କରି ଆମକୁ ସମର୍ଥନ କରିଛନ୍ତି । ଆସନ୍ତାକାଲି ସୁଭଦ୍ରା ଯୋଜନା ଶୁଭାରମ୍ଭ ପାଇଁ ଓଡ଼ିଶାରେ ପହଞ୍ଚିବା ବେଳେ ଏହା କହିଛନ୍ତି ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି । ଜନ୍ମ ଦିନରେ ଓଡ଼ିଶାର ମହିଳା ମାନଙ୍କୁ ବଡ଼ ଉପହାର ଦେବା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କୁ ଭେଟି ଦେବେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା । ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍ । ଆଉ ମାତ୍ର କିଛି ଘଣ୍ଟା ବାକି ଅଛି।

ଏହା ବି ପଢନ୍ତୁ-ସୁଭଦ୍ରା ଯୋଜନା: ମାତିଲେ ସାଇବର ଠକ, ଏମିତି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ - Subhadra Yojana Cyber Fraud

ଆସନ୍ତାକାଲି 10 ଟା 50ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ସିଧାସଳଖ ଗାଢ଼କଣ ଯାଇ ସେଠାରେ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ସହ କରିବେ ଆଲୋଚନା । ପାଖାପାଖି 30 ମିନିଟ ଧରି ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସେଠାରୁ 11 ଟା 45ରେ ବାହାରି 12ଟାରେ ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ଯେଉଁଥିରେ ରହିଛି 2800 କୋଟିର ରେଳ ପ୍ରକଳ୍ପ ଏବଂ 1000 କୋଟିର ଜାତୀୟ ରାଜପଥ ପ୍ରକଳ୍ପ ଏବଂ ତାସହ ସ୍ପୋର୍ଟସ ଭେଲିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସେହିପରି 10 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବା ସହ 26 ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ । ଜନତା ମଇଦାନ କାର୍ଯ୍ୟକ୍ରମରେ ପାଖାପାଖି ଘଣ୍ଟାଏ ରହିବା ପରେ 1.20ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରି ଯିବେ ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ-ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା କନେକ୍ସନ,ଓଡିଆ ଅସ୍ମିତାରୁ ସରକାର ଗଠନ, ଜନ୍ମଦିନରେ 'ସୁଭଦ୍ରା' ଭେଟି - PM Modi odisha connection

ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ଆସନ୍ତା କାଲି କାଯ୍ୟକ୍ରମ ପାଇଁ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ କହିଛନ୍ତି , "ବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ। ସେମାନେ ସରକାର ବେଳେ ମହିଳାଙ୍କୁ ଛଳ କରିଛନ୍ତି । ତାଙ୍କର ଶାସନକୁ ପ୍ରତ୍ୟାଖନ କରି ଆମକୁ ସମର୍ଥନ କରିଛନ୍ତି।" ସେ ପୁଣି କହିଛନ୍ତି, ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି । ଓଡିଶାର ଭଉଣୀ ମାନେ ପୁରା ଉତ୍ସାହିତ ଅଛନ୍ତି। ଏବେ ଵି ପଞ୍ଜିକରଣ ଚାଲିଛି। ଯେତିକି ହିତାଧିକାରୀ କହିଥିଲୁ ସେତିକି ହିତାଧିକାରୀଙ୍କୁ ନିଶ୍ଚିତ ଭାବେ ସାମିଲ କରାଯି ବ। ଆସନ୍ତାକାଲି କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀୟ ନେତୃତ୍ୱ ଉପସ୍ଥିତ ରହିବେ। ଜନ୍ମଦିନରେ ଓଡିଶାର ମା’ ଭଉଣୀଙ୍କ ଆଶୀର୍ବାଦ ନେବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। ପାର୍ଟି ମଧ୍ୟ ସରକାରଙ୍କୁ ସହଯୋଗ କରୁଛି ଯୋଜନାର ସଫଳ ପାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.