ହାଇଦ୍ରାବାଦ: ଭାରତୀୟ ମୋବାଇଲ ମାର୍କେଟରେ ବର୍ଷ 2025ର ପ୍ରଥମ ମାସ ଜାନୁଆରୀରେ ପ୍ରାୟ ଦେଢ ଡର୍ଜନରୁ ଅଧିକ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହାର ଦାମ 10ହଜାର ଟଙ୍କା ତଳେ ଥିବାବେଳେ 1ଲକ୍ଷ ଟଙ୍କାରୁ ଅଧିକ ରହିଛି । ଏବେ ଫେବୃଆରୀରେ ମଧ୍ୟ ଅନେକ ଖାସ୍ ଫୋନ ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ ଉନ୍ନତମାନର କ୍ୟାମେରା, ବଡ଼ ବ୍ୟାଟେରୀ ଓ ଗେମିଂ ସ୍ମାର୍ଟଫୋନ ଲଞ୍ଚ ହୋଇପାରେ । ଯଦି ଆପଣ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ ଫେବୃଆରୀରେ କେଉଁ ବ୍ରାଣ୍ଡ କିପରି ଫୋନ ଲଞ୍ଚ କରିବ ।
ଫେବୃଆରୀରେ ଲଞ୍ଚ ହେବାକୁ ଥିବା ସ୍ମାର୍ଟଫୋନ
Rewrite the rules of style and power with the #iQOONeo10R. A masterpiece of precision and performance, designed to turn heads and break limits. This isn’t just innovation—it’s the future, redefined.
— iQOO India (@IqooInd) February 3, 2025
Launching soon, exclusively on @amazonIN and https://t.co/bXttwlZo3N!… pic.twitter.com/DOdHzAn2px
- iQOO Neo 10R
ଆଇକୁ ଏହାର ମିଡ-ରେଞ୍ଜ ସ୍ମାର୍ଟଫୋନ iQOO Neo 10Rର ଟିଜର ଜାରି କରିଛି, ଯେଉଁଥିରେ ଲଞ୍ଚ ତାରିଖ ସମ୍ପର୍କରେ ଖୁଲାସା ହୋଇନାହିଁ । କିନ୍ତୁ ଏହା ଫେବୃଆରୀରେ ଲଞ୍ଚ ହୋଇପାରେ । ଟିପଷ୍ଟର ଅଭିଷେକ ଯାଦବଙ୍କ ଏକ ପୋଷ୍ଟ ଅନୁସାରେ, ଏହା ବଡ଼ ବ୍ୟାଟେରୀ ଥିବା ଫୋନ ହେବ ଯେଉଁଥିରେ 6,400mAh ବ୍ୟାଟେରୀ ରହିପାରେ । ଏହି ବ୍ୟାଟେରୀକୁ ଚାର୍ଜ କରିବା ଲାଗି 80W ଫାଷ୍ଟ ଚାର୍ଜିଂ ମିଳିପାରେ । ସ୍ମାର୍ଟଫୋନରେ Snapdragon 8s Gen 3 ପ୍ରୋସେସର ରହିପାରେ ଯେଉଁଥିରେ 12GB RAM ମିଳିବ ବୋଲି ଆଶା କରାଯାଉଛି । ମୋବାଇଲଟି 6.8 ଇଞ୍ଚର 144Hz AMOLED ସ୍କ୍ରିନ ସହ ଆସିପାରେ । ଫଟୋଗ୍ରାଫି ଲାଗି ଏଥିରେ 50MP ଡୁଆଲ ରିଅର କ୍ୟାମେରା ଓ 16MP ଫ୍ରଣ୍ଟ କ୍ୟାମେରା ମିଳିପାରେ । କିନ୍ତୁ ଏହା ବିକ୍ରି ଲାଗି ଆମାଜନରେ ଉପଲବ୍ଧ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।
- Vivo V50 Series
ଭାରତୀୟ ବଜାରରେ ଭିଭୋ ଏହାର Vivo V50 ସିରିଜକୁ ଲଞ୍ଚ କରିପାରେ । ଏଥିରେ ଦୁଇଟି ଫୋନ Vivo V50 ଓ Vivo V50 Pro ଲଞ୍ଚ ହେବ । ଏଥିରେ 50MP କ୍ୟାମେରା ଓ ବଡ଼ 6000mAh ବ୍ୟାଟେରୀ ମିଳିପାରେ । ଚାଇନିଜ କମ୍ପାନୀ ଭିଭୋ ଚୀନରେ Vivo S20 ମଡେଲକୁ ଗତବର୍ଷ ନଭେମ୍ବରରେ ଲଞ୍ଚ କରିଥିଲା । ଏହାକୁ କମ୍ପାନୀ ରିବ୍ରାଣ୍ଡିଂ କରି Vivo V50 ନାଁରେ ଭାରତରେ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି । ଚୀନରେ Vivo S20 ସ୍ମାର୍ଟଫୋନ CNY 2299 (ପାଖାପାଖି 27,000 ଟଙ୍କା)ରେ ଲଞ୍ଚ ହୋଇଛି । ତେବେ ଏହାକୁ ଯଦି ଦେଖିବା Vivo V50 ଭାରତରେ 30,000 ଟଙ୍କାରେ ଲଞ୍ଚ ହୋଇପାରେ ।
- Xiaomi 15 series
ଅନ୍ୟ ଏକ ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ ମଧ୍ୟରେ Xiaomi 15 ସିରିଜ ମଧ୍ୟ ସାମିଲ । ଏଥିରେ ଷ୍ଟାଣ୍ଡାର୍ଡ ମଡେଲ ସାଙ୍ଗକୁ Xiaomi 15 Pro ସ୍ମାର୍ଟଫୋନ ଲଞ୍ଚ ହୋଇପାରେ । ଏହି ଫ୍ଲାଗସିପ୍ ସିରିଜ Snapdragon 8 ଏଲିଟ୍ ଚିପସେଟ୍ ସହ ଆସିପାରେ । ଏହାର ଅନ୍ୟ ଫିଚର ଓ ଲଞ୍ଚ ତାରିଖ ସମ୍ପର୍କରେ ଅଫିସିଆଲ ଭାବେ ଜଣାପଡ଼ିନଥିବା ବେଳେ ଏହା ଫେବୃଆରୀରେ ଲଞ୍ଚ ହେବାର ସମ୍ଭାବନା ରହିଛି ।
Samsung Galaxy A56 SM-A5660 appears on TENAA certification.
— Abhishek Yadav (@yabhishekhd) January 9, 2025
Specifications
📱 FHD+ AMOLED display
120Hz refresh rate
🔳 Exynos 1580 chipset
📸 50MP+12MP+5MP rear camera
🍭 Android 15
🔋 5000mAh battery
⚡ 45 watt charging
🔩 Metal frame#SamsungGalaxyA56 pic.twitter.com/Ifi7kJNYw2
- Samsung Galaxy A56 5G
ଗାଲାକ୍ସି S25 ଲାଇନଅପ୍ ଲଞ୍ଚ ପରେ ସାମସଙ୍ଗ ଏହାର A ସିରିଜ ଉପରେ ଫୋକସ କରିପାରେ । ଏଥିରେ ମୁଖ୍ୟ ହେଉଛି Galaxy A56 5ଜି ସ୍ମାର୍ଟଫୋନ, ଯାହାକି Vivo V50କୁ ଟକ୍କର ଦେଇପାରେ । ଟିପଷ୍ଟର ଅଭିଷେକ ଯାଦବଙ୍କ ଦ୍ବାରା ଲିକ୍ ହୋଇଥିବା ତଥ୍ୟ ଅନୁସାରେ ଏଥିରେ Exynos 1580 ପ୍ରୋସେସର ସହ ଲଞ୍ଚ କରାଯାଇପାରେ । ଫୋନରେ 50MP ଟ୍ରିପଲ ରିଅର କ୍ୟାମେରା, 45W ଫାଷ୍ଟ ଚାର୍ଜିଂ, 5000mAh ବ୍ୟାଟେରୀ ଓ FHD+ 120Hz Dynamic AMOLED ଡିସପ୍ଲେ ସହ ଆସିପାରେ । ଏହା ଆଲୁମିନିୟମ ଫ୍ରେମ ଓ ଗ୍ଲାସ ବ୍ୟାକ୍ ଡିଜାଇନ ସହ ଆସିପାରେ । ଏହାର ଦାମ 39ହଜାର ଟଙ୍କା ପାଖାପାଖି ରହିପାରେ ବୋଲି ଆଶା କରାଯାଉଛି ।
- Samsung Galaxy A36 5G
ଗାଲାକ୍ସି A56 ସହ କମ୍ପାନୀ ଗାଲାକ୍ସି A36 5ଜି ଫୋନକୁ ଫେବୃଆରୀରେ ଲଞ୍ଚ କରିପାରେ । ଏହି ମୋବାଇଲରେ କ୍ବାଲକମ୍ର Snapdragon 6 Gen 3 ପ୍ରୋସେସର ମିଳିପାରେ । ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ 15 ସହିତ OneUI 7 ଦିଆଯାଇପାରେ । ଫଟୋଗ୍ରାଫି ଲାଗି ଏହି ଫୋନର 50MP ଟ୍ରିପଲ ରିଅର କ୍ୟାମେରା ସେଟଅପ୍, ସେଲ୍ଫି ଓ ଭିଡିଓ ଲାଗି 12MPର ଫ୍ରଣ୍ଟ କ୍ୟାମେରା ମିଳିପାରେ । ଆଶା କରାଯାଉଛି ଭାରତୀୟ ବଜାରରେ ଏହି ଫୋନ 6GB, 8GB ଓ 12GB RAM ସହ ଆସିପାରେ । ଏହାର ଦାମ 25ହଜାରରୁ 30ହଜାର ଟଙ୍କା ଭିତରେ ରହିପାରେ ବୋଲି ଆଶା କରାଯାଉଛି ।