ନୂଆଦିଲ୍ଲୀ: ଲଗାତାର ଦ୍ବିତୀୟ ଥର ବିଶ୍ବ ବିଜେତା ଅଣ୍ଡର 19 ଭାରତୀୟ ମହିଳା ଟି20 ଟିମକୁ ପୁରସ୍କାର ଦେଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ଭାରତୀୟ ଟିମକୁ 5 କୋଟି ଟଙ୍କା ନଗଦ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ ।
ଅଧିନାୟକ ନିକି ପ୍ରସାଦଙ୍କ ନେତୃତ୍ବରେ ଭାରତୀୟ ଟିମ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିବା ସହ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତୀୟ ମହିଳା ଟିମ ଟୁର୍ଣ୍ଣାମେଣ୍ଟରେ ଦମ୍ଭର ସହ ପ୍ରଦର୍ଶନ କରି ଏକତରଫା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 9 ୱିକେଟରେ ହରାଇ ବିଶ୍ବବିଜୟୀ ଟାଇଟଲ ହାସଲ କରିଛି।
- 5 କୋଟି ଟଙ୍କା ନଗଦ ପୁରସ୍କାର
ବିସିସିଆଇ 5 କୋଟି ଟଙ୍କା ନଗଦ ପୁରସ୍କାର ରାଶି ଘୋଷଣା କରି କହିଛି ‘‘ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମାଲେସିଆରେ ଆଇସିସି ଅଣ୍ଡର 19 ମହିଳା ଟି20 ବିଶ୍ବକପ 2025 ଟ୍ରଫିକୁ ସଫଳତାପୂର୍ବକ ପୁଣି ଥରେ ହାସଲ କରିଥିବାରୁ ଭାରତର ଅଣ୍ଡର 19 ଟିମକୁ ହାର୍ଦ୍ଦିକ ଶୁଭକାମନା’’ । ଏହି ଉଲ୍ଲେଖନୀୟ ଉପଲବ୍ଧିକୁ ସମ୍ମାନ ଜମାଇ ବିସିସିଆଇ ମୁଖ୍ୟ କୋଚ ନୁସିନ ଅଲ ଖାଦିରଙ୍କ ନେତୃତ୍ବ ବିଜୟୀ ଟିମ ଓ ସହଯୋଗୀ ଷ୍ଟାଫଙ୍କ ପାଇଁ ନଗଦ 5 କୋଟି ଟଙ୍କାର ପୁରସ୍କାର ରାଶି ଘୋଷମା କରିଛି ।
BCCI Congratulates #TeamIndia Women’s U19 Team for Back-to-Back T20 World Cup Triumphs, announces a cash reward of INR 5 Crore for the victorious squad and support staff, led by Head Coach Nooshin Al Khadeer.#U19WorldCup
— BCCI (@BCCI) February 2, 2025
Details 🔽
- ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଦେଲେ ଶୁଭକାମନା
ଅଧ୍ୟକ୍ଷ ରୋଜର ବିନ୍ନି ନିଜ ଖୁସି ଜାହିର କରି କହିଛନ୍ତି ‘‘ଅଣ୍ଡର 19 ମହିଳା ବିଶ୍ବକପ ଟ୍ରଫିକୁ ପୁଣି ହାତେଇ ଥିବାରୁ ଆମ ଝିଅମାନଙ୍କୁ ଶୁଭେଚ୍ଛା । ଏହି ଟ୍ରଫି ଭାରତରେ ମହିଳା କ୍ରିକେଟର ବିକାଶକୁ ଦର୍ଶାଉଛି । ମୁଁ ପ୍ରତି ସଦସ୍ୟଙ୍କୁ ଚମକୁ ଥିବା ଦେଖି ବହୁତ ଖୁସି ଅଛି’’ ।
𝗖. 𝗛. 𝗔. 𝗠. 𝗣. 𝗜. 𝗢. 𝗡. 𝗦! 🏆#TeamIndia 🇮🇳 are the ICC U19 Women’s T20 World Cup 2025 Champions 👏 👏
— BCCI Women (@BCCIWomen) February 2, 2025
Scorecard ▶️ https://t.co/hkhiLzuLwj #SAvIND | #U19WorldCup pic.twitter.com/MuOEENNjx8
- ନାରୀ ଶକ୍ତି ଉପରେ ଗର୍ବିତ
ପିଏମ ମୋଦି ଏହା ପୂର୍ବରୁ ଭାରତର ଯୁବ ମହିଳା ଟିମକୁ ବିଶ୍ବ ଚାମ୍ପିଆନ ହେବା ପରେ ଶୁଭେଚ୍ଛା ଦେଇଥିଲେ । ପିଏମ ମୋଦି ଏକ୍ସରେ ପୋଷ୍ଟ କରିଥିଲେ ଯେ ‘‘ଆମ ନାରୀ ଶକ୍ତି ଉପରେ ବହୁତ ଗର୍ବିତ ! ଆଇସିସି ଅଣ୍ଡର 19 ମହିଳା ଟି 20 ବିଶ୍ବକପ 2025ରେ ବିଜୟୀ ହେବା ପାଇଁ ଭାରତୀୟ ଟିମକୁ ଶୁଭେଚ୍ଛା’’ ।
Immensely proud of our Nari Shakti! Congratulations to the Indian team for emerging victorious in the ICC U19 Women’s T20 World Cup 2025. This victory is the result of our excellent teamwork as well as determination and grit. It will inspire several upcoming athletes. My best… pic.twitter.com/Z2nbGaolSg
— Narendra Modi (@narendramodi) February 2, 2025
ସେ କହିଛନ୍ତି ଏହି ବିଜୟ ଆମର ଉତ୍ତମ ଟିମ ୱାର୍କ ସହ ଦୃଢ ସଂକଳ୍ପ ଓ ଧୈର୍ଯ୍ୟର ପରିଣାମ ଅଟେ । ଅନେକ ଉଦୀୟମାନ ଖେଳାଳୀଙ୍କୁ ଏହା ପ୍ରେରଣା ଯୋଗାଇବ । ଟିମକୁ ତାଙ୍କ ଭବିଷ୍ୟତ ପାଇଁ ପ୍ରୟାସ କରୁଥିବାରୁ ଶୁଭକାମନା ।
ଏହା ମଧ୍ୟ ପଢନ୍ତୁ ଚାମ୍ପିଅନ୍ସ ଟ୍ରଫି: ସର୍ବାଧିକ କ୍ୟାଚ୍ ନେଇଥିବା ୧୦ ଜଣଙ୍କ ମଧ୍ୟରେ ୩ ଭାରତୀୟ
ଏହା ମଧ୍ୟ ପଢନ୍ତୁ ରାଜନୀତିରେ ଏଣ୍ଟ୍ରି ମାରିବେ ଧୋନି ! ଚର୍ଚ୍ଚା ବଢାଇଲା ରାଜୀବ ଶୁକ୍ଳାଙ୍କ ମନ୍ତବ୍ୟ
📸 📸
— BCCI Women (@BCCIWomen) February 2, 2025
𝗠. 𝗢. 𝗢. 𝗗 straight after a memorable title triumph! ☺️ 🏆#TeamIndia 🇮🇳 | #U19WorldCup pic.twitter.com/nJOELSNO1f
- ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଲା ଭାରତ
ଭାରତ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବୋଲିଂ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୮୨ ରନରେ ସୀମିତ ରଖିପାରିଥିଲା ଭାରତୀୟ ମହିଳା ଟିମ୍ । ଏହାପରେ ଓପନର ତ୍ରିଶା ଗୋଙ୍ଗାଡି ଓ ସାନିକା ଚାଲକେ ଯଥାକ୍ରମେ ୩୩ ବଲ ଖେଳି ୪୪ ରନ୍ ଓ ୨୨ ବଲ ଖେଳି ୨୬ ରନ କରି ମାତ୍ର ୧୧.୨ ଓଭରରେ ୮୪ ରନ ସଂଗ୍ରହ କରି ଟିମକୁ ଜିତ ଦେଇଥିଲେ ।
- ଲଗାତର ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କଲା ଟିମ ଇଣ୍ଡିଆ
ନିକି ପ୍ରସାଦଙ୍କ ଅଧିନାୟତ୍ୱରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଲଗାତର ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାସଲ କରିଛି । ଏହାପୂର୍ବରୁ ୨୦୨୩ରେ ପ୍ରଥମ ଥର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଶେଫାଳି ବର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏହି ଟାଇଟଲ ହାସଲ କରି ଇତିହାସ ରଚିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ