ETV Bharat / technology

WhatsApp ୟୁଜର ସାବଧାନ; ତଥ୍ୟ ଚୋରି କରୁଛି ଇସ୍ରାଏଲର ସ୍ପାଏୱେୟାର, କେମିତି ବର୍ତ୍ତିବେ ଜାଣନ୍ତୁ - SPYWARE ATTACK ON WHATSAPP USER

ଇସ୍ରାଏଲର ଗୁପ୍ତଚର କମ୍ପାନୀ ପାରାଗନ୍‌ ବିନା କୌଣସି କ୍ଲିକରେ ହ୍ୟାକିଂ କରିଥିବା ଅଭିଯୋଗ ଆଣିଛି ହ୍ବାଟ୍ସଆପ୍ । କେମିତି ସାବଧାନ ରହିବେ..

WhatsApp confirms Spyware attack
WhatsApp confirms Spyware attack (File Photo)
author img

By ETV Bharat Tech Team

Published : Feb 3, 2025, 1:14 PM IST

ହାଇଦ୍ରାବାଦ: ହ୍ବାଟ୍ସଆପ୍‌ ସର୍ବଦା ନିଜର କୋଟି କୋଟି ୟୁଜରଙ୍କ ଗୋପନୀୟତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ଆଲର୍ଟ ରହିଥାଏ । ଆପଣ ବି ଯଦି ଏହି ମେସେଜିଂ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଏବେ ସାବଧାନ ରହିବା ଜରୁରୀ । କାରଣ କମ୍ପାନୀ ନିକଟରେ ଇସ୍ରାଏଲର ଗୁପ୍ତଚର କମ୍ପାନୀ ପାରାଗନ୍‌ (Paragon Solutions) ଉପରେ ଗମ୍ଭୀର ଅଭିଯୋଗ ଆଣିଛି । ଏହି କମ୍ପାନୀର ଗ୍ରାଫାଇଟ୍‌ ନାମକ ଗୁପ୍ତଚର ସହିତ ସାମ୍ବାଦିକ ଓ କିଛି ସିଭିଲ ସୋସାଇଟି ସଦସ୍ୟଙ୍କୁ ଟାର୍ଗେଟ କରିଛି । ପ୍ରାୟ ଦୁଇ ଡର୍ଜନ ଦେଶର ୟୁଜରଙ୍କୁ ଟାର୍ଗେଟ କରିଥିବା ହ୍ବାଟ୍ସଆପ୍‌ କହିଛି ।

90 ୟୁଜରଙ୍କୁ ଟାର୍ଗେଟ୍‌

ଏହି ଘଟଣାରେ ଇସ୍ରାଏଲ କମ୍ପାନୀ ପାରାଗନ୍‌ ଏଯାବତ କୌଣସି ପ୍ରତିକ୍ରିୟା ଦେଇନାହିଁ । ହ୍ବାଟ୍ସଆପ୍‌ ଅଧିକାରୀ ଦାବି କରିଛନ୍ତି ଯେ ଦୁଇ ଡର୍ଜନ ଦେଶର ପ୍ରାୟ 90 ୟୁଜରଙ୍କ ଆକାଉଣ୍ଟକୁ ଟାର୍ଗେଟ କରିଛି । ଏଥିରେ ଅଧିକାଂଶ ୟୁଜର ସାମ୍ବାଦିକ ଓ ସିଭିଲ ସୋସାଇଟିର ସଦସ୍ୟ । କିନ୍ତୁ ମେଟା କୌଣସି ନିର୍ଦ୍ଦିଷ୍ଟ ୟୁଜରଙ୍କ ସମ୍ପର୍କରେ ତଥ୍ୟ ସେୟାର କରିନାହିଁ । ଇସ୍ରାଏଲ ସ୍ପାଏୱେୟାର କମ୍ପାନୀ ୟୁଜରଙ୍କ ବିନା କୌଣସି ପାରସ୍ପରିକ ପ୍ରତିକ୍ରିୟାରେ ଅନେକ ସ୍ପାଏୱେୟାର ଯୁକ୍ତ ଇଲେକ୍ଟ୍ରୋନିକ୍ସ ଡକ୍ୟୁମେଣ୍ଟ ସେୟାର କରିଛି, ଯାହାକୁ 'ଜିରୋ କ୍ଲିକ୍‌ ହ୍ୟାକ୍‌' ବୋଲି କୁହାଯାଏ । ଏହି ଠକେଇ ଉପାୟକୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ, କିନ୍ତୁ ମେଟାର ଦାବି ଅନୁସାରେ ହ୍ବାଟ୍ସଆପ ହ୍ୟାକରଙ୍କ ପ୍ରୟାସକୁ ଅଧାରେ ରୋକିବାରେ ସକ୍ଷମ ହୋଇଛି । ଏହାସହ ହ୍ବାଟ୍ସଆପ୍‌ ଆଇନ ଶୃଙ୍ଖଳା ଅଧିକାରୀଙ୍କୁ ସୂଚିତ କରିଛି ।

କଣ କରିଥାଏ ପାରାଗନ କମ୍ପାନୀ ?

କାନାଡା ସ୍ଥିତ ଇଣ୍ଟରନେଟ୍‌ ୱାଚଡଗ୍‌ ଗ୍ରୁପ ସିଟିଜେନ ଲ୍ୟାବ୍‌ କହିଛି ଯେ ଇସ୍ରାଏଲର ସ୍ପାଏୱେୟାର ପାରାଗାନ ହ୍ବାଟ୍ସଆପ୍‌ ୟୁଜରମାନଙ୍କୁ ରିମାଇଣ୍ଡର ଆଦି ପଠାଇ ଟାର୍ଗେଟ କରିଥାଏ । ଇସ୍ରାଏଲ କମ୍ପାନୀ ସରକାରଙ୍କୁ ନିଜର ସର୍ଭିଲାନ୍ସ ସଫ୍ଟୱେୟାର ପଠାଇଥାଏ, ଯାହାଦ୍ବାରା ଅପରାଧ ଓ ଜାତୀୟ ସୁରକ୍ଷାକୁ ରକ୍ଷା କରାଯାଇପାରିବ । କିନ୍ତୁ ଏପରି ଟୁଲ୍‌ର ବ୍ୟବହାର କରାଯାଇ ସାମ୍ବାଦିକ ଓ ସିଭିଲ ସୋସାଇଟିର ୟୁଜରଙ୍କୁ ଟାର୍ଗେଟ କରାଯାଉଛି । କହି ରଖୁଛୁ କି, ଏହା ପୂର୍ବରୁ ମଧ୍ୟ ଇସ୍ରାଏଲ କମ୍ପାନୀ ପେଗାସସ୍‌ ସ୍ପାଏୱେୟାର ମାଧ୍ୟମରେ ହ୍ବାଟ୍ସଆପ୍‌ ୟୁଜରଙ୍କୁ ଟାର୍ଗେଟ କରିଛି ।

କେମିତି କ୍ଷତି ପହଞ୍ଚାଏ ସ୍ପାଏୱେୟାର ?

ପାରାଗନ୍‌ର କମ୍ପାନୀ ବିନା କୌଣସି କ୍ଲିକ୍‌ରେ ୟୁଜରଙ୍କ ଡିଭାଇସରେ ଗ୍ରାଫାଇଟ୍‌ ସ୍ପାଏୱେୟାରକୁ ଇନଷ୍ଟଲ କରିପାରେ । ଡିଭାଇସରେ ଇନଷ୍ଟଲ ହେବା ପରେ ସ୍ପାଏୱେୟାର ଆପଣଙ୍କ ସିଷ୍ଟମକୁ ନିଜ ନିୟନ୍ତ୍ରଣକୁ ଆଣିଥାଏ । ଏହାପରେ ଆପଣଙ୍କ ମୋବାଇଲରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ, ଭିଡିଓ ଆଦିକୁ ଚୋରି କରିଥାଏ । ଯେଉଁମାନେ ହ୍ୟାକରଙ୍କ ଶିକାର ହୋଇଛନ୍ତି ସେହି ୟୁଜରଙ୍କୁ ହ୍ବାଟ୍ସଆପ୍‌ ନୋଟିଫାଏ କରିଛି । ଏପରି ସ୍ପାଏୱେୟାରରୁ ୟୁଜରଙ୍କୁ ସୁରକ୍ଷା ଦେବା ଲାଗି କମ୍ପାନୀ ଏହାର ସିକ୍ୟୁରିଟିକୁ ଆହୁରି ମଜଭୁତ କରିବା ଉପରେ କାମ କରୁଛି ।

କେମିତି ଏଥିରୁ ବର୍ତ୍ତିବେ ?

ଏପରି ସ୍ପାଏୱେୟାରରୁ ବର୍ତ୍ତିବା ଲାଗି ନିମ୍ନରେ ଦିଆଯାଇଥିବା କିଛି ସହଜ ପଦକ୍ଷେପର ଅନୁସରଣ କରନ୍ତୁ:

  • ସର୍ବଦା ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଆପ୍ ଏବଂ ଫୋନର ସଫ୍ଟୱେୟାରକୁ ଲାଟେଷ୍ଟ ଭର୍ସନ ସହିତ ଅପଡେଟ୍‌ କରନ୍ତୁ ।
  • ଯଦି ଆପଣ ଅଜ୍ଞାତ ନମ୍ବରରୁ କୌଣସି ଲିଙ୍କ୍ କିମ୍ବା ଫାଇଲ୍ ପାଆନ୍ତି, ତେବେ କୌଣସି ପ୍ରତିକ୍ରିୟା ଦିଅନ୍ତୁ ନାହିଁ । ଏପରିକି ସର୍ବୋତ୍ତମ ଉପାୟ ହେଉଛି ଉକ୍ତ ନମ୍ବରକୁ ବ୍ଲକ୍‌ କରିବା ।
  • ଅତିରିକ୍ତ ସୁରକ୍ଷା ପାଇଁ 2-ଫ୍ୟାକ୍ଟର୍ ପ୍ରାମାଣିକିକରଣ (Two-factor authentication) ଟର୍ଣ୍ଣ ଅନ୍ କରିବା ନିଶ୍ଚିତ କରନ୍ତୁ ।
  • ଆପଣଙ୍କର App Permission ଏବଂ Device Settingsକୁ ନିୟମିତ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ ।
ଏହା ବି ପଢନ୍ତୁ
  1. ଇସ୍ରାଏଲର ସ୍ପାଇଓୟାରର ଗୁଇନ୍ଦାଗିରି: ହ୍ବାଟ୍ସଆପକୁ ଜବାବ ମାଗିଲେ କେନ୍ଦ୍ର ସରକାର
  2. ପେଗାସସ ସ୍ପାଇ ୱେର: ଟାର୍ଗେଟରେ VVIP, 50 ହଜାରରୁ ଊର୍ଦ୍ଧ୍ବ ଫୋନ ହ୍ୟାକ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.