ଭଦ୍ରକ: ମନ୍ତ୍ରୀଙ୍କ ତାଗିଦ ପରେ ଆକ୍ସନ ମୁଡରେ ଜିଲ୍ଲାପାଳ । ସକାଳୁ ସକାଳୁ ହାଫ୍ ପ୍ୟାଣ୍ଟକୁ ଟି-ସାର୍ଟ ପିନ୍ଧି, ବେକରେ ଗାମୁଛା ପକାଇ ଚାଷୀ ବେଶରେ ମଣ୍ଡି ବୁଲିଲେ ଜିଲ୍ଲାପାଳ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଶନିବାର ସକାଳୁ ସକାଳୁ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ସେବା ସମବାୟ ସମିତି ଦ୍ୱାରା ଖୋଲାଯାଇଥିବା ମଣ୍ଡିରେ ପହଞ୍ଚିଥିଲେ । ମଣ୍ଡିରେ ପହଞ୍ଚି କଟନୀ ଛଟନୀ ଅଭିଯୋଗର ଯାଞ୍ଚ କରିଥିଲେ ।
ମଣ୍ଡିଠାରୁ କିଛି ଦୂରରେ ଗାଡି ପାର୍କ କରି ଚାଲି ଚାଲି ମଣ୍ଡି ବୁଲିଥିଲେ ଜିଲ୍ଲାପାଳ । ମୁଣ୍ଡରେ ଟୋପି ଏବଂ ମୁଁହରେ ମାସ୍କ ପିନ୍ଧି ଚାଷୀବେଶରେ ଚାଷୀମାନଙ୍କ ସହିତ କଥା ହୋଇଥିଲେ ଜିଲ୍ଲାପାଳ । ଖାଲି ସେତିକି ନୁହେଁ, ଧାନ କିଣା ବିକା ପ୍ରକ୍ରିୟା ଦେଖିବା ସହିତ ଅନ୍ୟଜଣେ ଚାଷୀଙ୍କ ଟୋକନରେ ଧାନ ବିକ୍ରି କରିବାକୁ ଚେଷ୍ଟା ମଧ୍ୟ କରିଥିଲେ ଜିଲ୍ଲାପାଳ ।
ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ । ଘଟଣାର ସତ୍ୟତା ଜାଣିବା ପରେ ସମ୍ପୃକ୍ତ ସୋସାଇଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ସମ୍ପୃକ୍ତ ସୋସାଇଟି ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭଦ୍ରକ ଏଆରସିଏସ ।
ଦୁଇ ଦିନ ମଧ୍ୟରେ ଚିଠିର ଉତ୍ତର ସହିତ ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି ଏଆରସିଏସ । ଭଦ୍ରକ ଜିଲ୍ଲାରେ ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ ମଣ୍ଡିରେ ଚାଷୀଙ୍କୁ ଉଭୟ ମିଲର ଏବଂ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା ଅଭିଯୋଗ ଆସିଥିଲା । ଏଫଏକ୍ୟୁ ମାନ ଧାନ ସଂଗ୍ରହ ଆଳରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା 8 ରୁ 10 କିଲୋ ପର୍ଯ୍ୟନ୍ତ ଧାନ କଟନୀ ଛଟନୀ କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗର ସତ୍ୟତା ଜାଣିବାକୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଧାମନଗର ବ୍ଳକ ଅନ୍ତର୍ଗତ କଟସାହି ସେବା ସମବାୟ ସମିତି ଦ୍ୱାରା ଖୋଲା ଯାଇଥିବା ମଣ୍ଡିରେ ପହଂଚି ଯାଇଥିଲେ।
ଏହା ବି ପଢନ୍ତୁ- କଟନୀ ଛଟନୀକୁ ନା, କିନ୍ତୁ ମଣ୍ଡିରେ ଲୋଡ଼ା FAQ ମାନର ଧାନ : ଯୋଗାଣ ମନ୍ତ୍ରୀ - FAQ QUALITY PADDY
- ଧାନ କ୍ରୟ ରେ ସମବାୟ ସମିତି ବିରୋଧରେ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ଚାଷୀ ବେଶରେ ଭଦ୍ରକ ଜିଲ୍ଲାପାଳ
- ଚାଷୀ ବେଶରେ ମଣ୍ଡି ନତଖି କଲେ ଜିଲ୍ଲାପାଳ
- ମଣ୍ଡି ତନଖି କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ
- ଏଫ୍ଏକ୍ୟୁ ମାନର ଧାନ କିଣା ନେଇ କଲେ ତନଖି
- ମଣ୍ଡି ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଛାଟ
- ଭଦ୍ରକ ଧାମନଗର ବ୍ଲକ କଟସାହି ମଣ୍ଡି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ
- ଜଣେ ଚାଷୀ ପରିଚୟ ଦେଇ ଧାନ ବିକ୍ରି କଥା କହିଥିଲେ ଜିଲ୍ଲାପାଳ
"ଚାଷୀମାନେ ଯେପରି କୌଣସି କଟନୀ ଛଟନୀର ଶିକାର ନହେବେ ସେଥିପାଇଁ ଆମେ ଅନେକ ଥର ମଧ୍ୟ ମିଲର୍ସ ସୋସାଇଟ୍ ସେକ୍ରେଟାରୀ, ମଣ୍ଡି ନୋଡାଲ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଯେଉଁମାନେ ଧାନ କ୍ରୟ ପ୍ରକ୍ରିୟା ସହିତ ଜଡିତ ସମସ୍ତଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିଛୁ । ଚାଷୀମାନଙ୍କୁ ଦୀର୍ଘ ଦେଢ ମାସ ଧରି ମଧ୍ୟ ସୂଚନା ଦିଆଯାଇଛି କି ଏଫଏକ୍ୟୁ ମାନର ଧାନ କଣ, କଣ ପାଇଁ ଆପଣଙ୍କୁ ଏଫଏକ୍ୟୁମାନର ଧାନ ମଣ୍ଡକୁ ଆଣିବାକୁ ପଡିବ । ଚାଷୀମାନଙ୍କୁ ଏକ ପ୍ରକାର ଧମକାଯାଇ ରଖାଯାଉଛି ସତ ନ କହିବାକୁ । ଏହି ପରିପ୍ରେକ୍ଷୀରେ ଅଭିଯୋଗର ସତ୍ୟା ସତ୍ୟତା ଜାଣିବା ନିହାତି ଦରକାର । ଶେଷରେ ବାଧ୍ୟ ହୋଇ ଅଭିଯୋଗ ଆସିବା ପରେ ମୁଁ ଚାଷୀ ବେଶରେ ଶନିବାର ଯାଇକରି ପାଖାପାଖି 3 ଘଣ୍ଟା ଧରି ରହିଲି ମଣ୍ଡିରେ । ଧାନ କିଭଳି ଭାବରେ କ୍ରୟ ହେଉଛି ଦେଖିଲି । ମୁଁ ମାସ୍କ ଲଗାଇଥିବାରୁ କେହି ଜାଣି ପାରି ନଥିଲେ । ସମଗ୍ର ପ୍ରକ୍ରିୟା ଦେଖିଲା ପରେ ମୋର ହୃଦବୋଧ ହେଲା କି କିଛିଟା ଅଂଶରେ ସତ୍ୟତା ରହିଛି । ସେଥିପାଇଁ ମୁଁ ଏସଆରସିଙ୍କୁ ଡାକି ସମ୍ପୃକ୍ତ ମଣ୍ଡିର ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ କରିଛି, ବୋଲି କହିଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ।
ଜିଲ୍ଲାପାଳ ପୁଣି କହିଛନ୍ତି, ଚାଷୀମାନଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । ଚାଷୀଙ୍କ ଧାନ କିଣା ହେବ ହିଁ ହେବ । ଚାଷୀଙ୍କ ଟୋକନ ଲାପସ୍ କରିବାକୁ ଦିଆଯିବନାହିଁ । କଟନୀ-ଛଟନୀ ରୋକିବାକୁ ଆମେ ଚାଷୀଙ୍କ ସଚେତନ କରୁଛୁ । ମିଲର୍ସ ମାନଙ୍କୁ ମଣ୍ଡିରୁ ଧାନ ଖୁବଶୀଘ୍ର ଉଠାଇବାକୁ କହିଛୁ ।
କିଛି ଦିନ ତଳେ କଟନୀ-ଛଟନୀକୁ ନେଇ ଏମିତି କହିଥିଲେ ଯୋଗାଣ ମନ୍ତ୍ରୀ :
"FAQ ମାନ ଧାନ ସଂଗ୍ରହ ନାଁ ରେ କଟନୀ-ଛଟନୀ ହେଉଛି । ମଣ୍ଡିରେ ପ୍ରାୟ 4ରୁ 5 କେଜି ଧାନ କଟନୀ ଛଟନୀ ହେଉଥିବା ବେଳେ ଗୋଟେ ଅଧେ କାର୍ଯ୍ୟାନୁଷ୍ଠାନ ହେଉଥିବା ଅଭିଯୋଗ ହେଉଛି । ଫଳରେ ଚାଷୀଙ୍କ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସରକାର କଟନୀ ଛଟନୀକୁ ନା କହିଥିବା ବେଳେ FAQ ମାନର ଧାନ ଲୋଡ଼ା," ବୋଲି କହିଥିଲେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ: ଯୋଗାଣ ମନ୍ତ୍ରୀ
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, "କଟନୀ ଛଟନୀ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟନୀ ଛଟନୀ ଆଦୌ ନକରିବା ସରକାରଙ୍କ ଉଦ୍ଦେଶ୍ୟ । କିନ୍ତୁ FAQ ମାନର ଧାନ ଲୋଡ଼ା । FAQ ମାନର ଧାନ ଆଣିଲେ, କଟନୀ ଛଟନୀ ହେବନାହିଁ । FAQ ମାନର ଧାନ ନଆଣିବାରୁ ସମସ୍ୟା ହେଉଛି । ସେ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଉଛନ୍ତି । କିନ୍ତୁ କଟନୀ ଛଟନୀକୁ ଆମେ ସମ୍ପୂର୍ଣ୍ଣ ଭାବେ NO କହିଛୁ । ଯେଉଁଠି କଟନୀ ଛଟନୀ ଅଭିଯୋଗ ଆସୁଛି ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ । ଧାନ କାହାକୁ ବିକିବା ଲାଗି ସରକାର ମନା କରିପାରିବେ ନାହିଁ । ଯେଉଁ ମାନେ FAQ ମାନର ଧାନ ନେଇ ମଣ୍ଡି ଆସିବେ, ଆମେ 3100 ଟଙ୍କା ଦେବୁ ବୋଲି କହିଛୁ ।
ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, "ଯଦି କେହି ଧାନ ମଣ୍ଡି ବାହାରେ ଆଉ କାହାକୁ ବିକିବ ସେ କଥା ସରକାର ମନା କରିପାରିବେ ନାହିଁ । ଲୋକ ନିଜ ଇଚ୍ଛାରେ ବାହାରେ ଅଧିକ କିମ୍ବା କମ ଦାମରେ ଧାନ ବିକୁଛନ୍ତି । ସେଇଟା ତାଙ୍କ ସମ୍ପତ୍ତି, ସେ ବିକିଲା ଆମେ ମନା କରିପାରିବୁ ନାହିଁ । କଟନୀ ଛଟନୀ ପାଇଁ ବାଧ୍ୟ କରୁଥିବା ମିଲର କିମ୍ବା ଏହାକୁ ପ୍ରସୟ ଦେଉଥିବା ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।"