ETV Bharat / state

ଓଡ଼ିଶାକୁ ୧୦,୫୯୯ କୋଟି ରେଳ ବଜେଟ, କେନ୍ଦ୍ର ଦେଲା ରେକର୍ଡ ଟଙ୍କା - RAIL BUDGET 2025

ଓଡ଼ିଶାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ପ୍ୟାକେଜ । ୧୦ ବର୍ଷରେ ରାଜ୍ୟରେ ୨୦୪୬ କିଲୋମିଟର ନୂଆ ରେଳ ଟ୍ରାକ ନିର୍ମାଣ । ଗଡୁଛି ୬ ବନ୍ଦେ ଭାରତ ଏକ୍ରପ୍ରେସ ଟ୍ରେନ ।

Railway Budget 2025
Railway Budget 2025 (ETV Bharat Odisha)
author img

By ETV Bharat Odisha Team

Published : Feb 3, 2025, 4:14 PM IST

Updated : Feb 3, 2025, 5:07 PM IST

ଭୁବନେଶ୍ବର: ରେଳ ବଜେଟ ୨୦୨୫-୨୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ । ରେଳବାଇ କ୍ଷେତ୍ରରେ ଚଳିତ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୫୯୯ କୋଟି ଟଙ୍କା । ପୂର୍ବ ବଜେଟ ଅପେକ୍ଷା ରହିଛି ସର୍ବାଧିକ ବଜେଟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି ।

ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୫୯୯ କୋଟି

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ମିଳିଛି । ଗତ ୩ ବର୍ଷ ହେଲା ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର କୋଟି ଉପରେ ମିଳୁଛି । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୨ ହଜାର ୪୬ କିଲୋମିଟର ନୂଆ ରେଳ ଟ୍ରାକ ତିଆରି ହୋଇଛି । ଓଡ଼ିଶାରେ ଏବେ ୧୮୯୮ କିଲୋମିଟର କବଚ କାମ ସରିଛି । ୬ ବର୍ଷ ମଧ୍ୟରେ ପୁରା ଦେଶରେ କବଚ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିଭଳି ରାଜ୍ୟରେ ଅମୃତ ଭାରତ ଯୋଜନାରେ ୫୯ ନୂଆ ଷ୍ଟେସନ ନିର୍ମାଣ ହେଉଛି । ଓଡ଼ିଶାରେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ଗତ ଜୁଲାଇରୁ ଆଜି ପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି । ଏବେ ରାଜ୍ୟରେ ୬ଟି ବନ୍ଦେ ଭାରତ ଟ୍ରେନ ଚାଲିଥିବା ବେଳେ ଖୁବଶୀଘ୍ର ନୂଆ ଟ୍ରେନ ଚାଲିବ । ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ଏସବୁ ଟ୍ରେନ ଚାଲୁଛି । ସଂପୂର୍ଣ୍ଣ ୪ ଲେନ ହେବ କୋଲକାତାରୁ ଚେନ୍ନାଇ ରେଳପଥ । ଏବେ ବିଶାଖାପାଟଣା ପର୍ଯ୍ୟନ୍ତ ୩ ଲେନ କାମ ଚାଲିଛି । ଯେଉଁଥିରୁ କୋଲକାତାରୁ ଭଦ୍ରକ କାମ ଖୁବ ଶୀଘ୍ର କାମ ସମାପ୍ତ ହେବ ।"

Railway Minister Ashwini Vaishnaw VC (ETV Bharat Odisha)

ଓଡିଶାରେ ୧,୮୯୮ କିମି ରେଳ ଲାଇନରେ ଚାଲିଛି 'କବଚ' କାର୍ଯ୍ୟ:

ରାଜ୍ୟରେ ୧,୮୯୮ କିମି ରେଳ ଲାଇନରେ କବଚ ଇନଷ୍ଟଲେସନ ଚାଲିଛି । ଚଳିତ ବର୍ଷ ବଜେଟରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା କେବଳ ରେଳବାଇ କ୍ଷେତ୍ରରେ ସୁରକ୍ଷା ପାଇଁ ବ୍ୟୟ ବରାଦ ହୋଇଛି । ୨୬୪ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି । ରାଜ୍ୟରେ ଶହେ ପ୍ରତିଶତ ବୈଦ୍ୟୁତିକରଣ କାମ ସମାପ୍ତ ହୋଇଛି । ଏହା ସହ ରେଲୱେ ସୁରକ୍ଷା ପାଇଁ ୧.୪୧ ଲକ୍ଷ କୋଟି ଟଙ୍କା ବଜେଟରେ ରହିଛି ।

ଦଶ ବର୍ଷ ମଧ୍ୟରେ ରେଲୱେର କଣ କାମ ହୋଇଛି:

୨୦୦୯-୧୪ ଆର୍ଥିକ ବର୍ଷରେ ୮୦୦ କୋଟି ଟଙ୍କା ବଜେଟରେ ମଞ୍ଜୁରୀ ମିଳିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ମଞ୍ଜୁରୀ ମିଳିଛି । ସେହିପରି ଭାବରେ ନୂଆ ଟ୍ରେନ ଲାଇନ ପାଇଁ ୨୦୧୯-୧୪ ରେ ଥିଲା ମାତ୍ର ୫୩ କିଲୋମିଟର, ବର୍ତ୍ତମାନ ୨୦୨୪-୨୫ରେ ୧୮୬ କିଲୋମିଟରର ନୂଆ ରେଳ ଲାଇନ ଶେଷ କରାଯାଉଛି । ଏହା ସହ ରାଜ୍ୟରେ ବିଦ୍ୟୁତିକରଣ ପାଇଁ ୨୦୧୯-୧୪ ମସିହାରେ ୩୯ କିଲୋମିଟର କାମ ସରିଥିବା ବେଳେ ବର୍ତ୍ତମାନ ୧୩୮ କିଲୋମିଟର କାମ ଶେଷ କରାଯାଇଛି । ଏହା ସହ ୨୦୨୪-୨୫ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥକୁ ୮୧% ପ୍ରତିଶତ ଖର୍ଚ୍ଚ ହୋଇଛି ।

ରେଳ ବଜେଟ
ରେଳ ବଜେଟ(GFX) (ETV Bharat Odisha)

ଓଡ଼ିଶାକୁ ରେଳ ବଜେଟରେ କେଉଁ ବର୍ଷ କେତେ ଅନୁଦାନ :

  1. ୨୦୧୯-୨୦: ୪,୫୬୮ କୋଟି
  2. ୨୦୨୦-୨୧: ୫,୨୯୬ କୋଟି
  3. ୨୦୨୧-୨୨: ୬,୪୭୧ କୋଟି
  4. ୨୦୨୨-୨୩: ୯,୭୩୪ କୋଟି
  5. ୨୦୨୩-୨୪: ୧୦,୦୧୨ କୋଟି
  6. ୨୦୨୪-୨୫ ଅନ୍ତରୀଣ ବଜେଟ୍ ୧୦,୫୩୬ କୋଟି
  7. ୨୦୨୫-୨୦୨୬: ୧୦,୫୯୯ କୋଟି

ଏହାମଧ୍ୟ ପଢନ୍ତୁ...

୨.୫୨ ଲକ୍ଷ କୋଟି ରେଳ ବଜେଟ, ଏଥର ଓଡ଼ିଶାକୁ କେତେ ?

ରେଳବାଇ ବଜେଟକୁ ଓଡ଼ିଶାର ଅପେକ୍ଷା: ବଢ଼ିବ କି ଆବଣ୍ଟନ ରାଶି, ମିଳିବ କି ନୂଆ ରେଳ ପ୍ରକଳ୍ପ ?

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 3, 2025, 5:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.