ETV Bharat / technology

ମହାକାଶ ଅନୁସନ୍ଧାନରେ ଶିଖର ଛୁଇଁବ ଇସ୍ରୋ; ବଜେଟ୍‌ରେ ମିଳିଲା 13,415 କୋଟି ଅନୁଦାନ - UNION BUDGET 2025

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାକାଶ ଅନୁସନ୍ଧାନ, ସାଟେଲାଇଟ୍‌ ଟେକନିକ୍‌କୁ ବୃଦ୍ଧି କରିବା ଲାଗି ବଜେଟ 2025-26ରେ ଇସ୍ରୋକୁ 13,416 କୋଟି ଟଙ୍କା ଆବଣ୍ଟନ କରିଛନ୍ତି ।

SPACE SECTOR ALLOCATION
SPACE SECTOR ALLOCATION (ETV Bharat)
author img

By ETV Bharat Tech Team

Published : Feb 3, 2025, 5:18 PM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶ ଅନୁସନ୍ଧାନରେ ଆହୁରି ଆଗକୁ ବଢିବ । କାରଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2025-26 ଲାଗି କେନ୍ଦ୍ର ବଜେଟ୍‌ରେ ଇସ୍ରୋକୁ 13 ହଜାର 416 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଗତ ଅନ୍ତରୀଣ ବଜେଟରେ ଏହି ରାଶି 13,042 କୋଟି ଥିଲା । ଇସ୍ରୋ ଅନେକ ଗୁରୁତ୍ବପୂର୍ଣ୍ଣ ମହାକାଶ ପ୍ରୋଗ୍ରାମ ପ୍ରସ୍ତୁତ କରୁଛି । ଏହି ବଜେଟରୁ ଉପଗ୍ରହ ଉତକ୍ଷେପଣ ଓ ମହାକାଶ ମିଶନର ବିଭିନ୍ନ ମହତ୍ତ୍ବାକାଂକ୍ଷୀ ଯୋଜନା ସୁଦୃଢ ହେବ ବୋଲି ଆଶା କରାଯାଉଛି ।

ବଜେଟରେ ସ୍ପେଶ ମିଶନକୁ ଗୁରୁତ୍ବ

ଇସ୍ରୋ ଅନେକ ମହତ୍ତ୍ବପୂର୍ଣ୍ଣ ମିଶନର ପ୍ରସ୍ତୁତିରେ ଅଛି । ଭାରତୀୟ ମହାକାଶ ଗବେଷଣାକୁ ଆହୁରି ମଜଭୁତ କରିବା ଲାଗି ଏଥର ବଜେଟରେ ଭାରତ ସରକାର ବିଶେଷ ଧ୍ୟାନ ଦେଇଛନ୍ତି । ପୁଞ୍ଜିଗତ ବ୍ୟୟ ଲାଗି 6103 କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜସ୍ବ ବ୍ୟୟ ଲାଗି 7312 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଯାହାଦ୍ବାରା ମହାକାଶର ଢାଞ୍ଚା ଓ ପରିଚାଳନା ଉଭୟକୁ ସହାୟତା ମିଳିବ । ଏହାସହିତ ସାଟେଲାଇଟ ସ୍ଥାପନା ଓ ଉତକ୍ଷେପଣ ଯାନର ନିର୍ମାଣରେ ବ୍ୟବହାର ହେଉଥିବା ମୁଖ୍ୟ ଉପକରଣଗୁଡ଼ିକର କଷ୍ଟମ ଡ୍ୟୁଟିକୁ ହଟାଯାଇଛି । ଯାହାଦ୍ବାରା ଉପଗ୍ରହ ନିର୍ମାଣ କରୁଥିବା କମ୍ପାନୀକୁ ଫାଇଦା ମିଳିବ ।

ଅନେକ ମିଶନ ପ୍ରସ୍ତୁତିରେ ଇସ୍ରୋ

ଏହି ଅଧିକ ବଜେଟ୍‌ ସେତେବେଳେ ଆସିଛି ଯେତେବେଳେ ଇସ୍ରୋ ଅନେକ ଗୁରୁତ୍ବପୂର୍ଣ୍ଣ ମିଶନର ପ୍ରସ୍ତୁତିରେ ଅଛି । ଏଥିରେ ଭାରତର ପ୍ରଥମ ମାନବ ମିଶନ ଗଗନ ଯାନ, ଭାରତୀୟ ମହାକାଶ କେନ୍ଦ୍ର ସ୍ଥାପନ ଓ ଚନ୍ଦ୍ରଯାନ-4 ମିଶନ ସାମିଲ । ଏହି ବର୍ଦ୍ଧିତ ବିନିଯୋଗ ଦ୍ବାରା ମହାକାଶରେ କୃଷି, ବିପର୍ଯ୍ୟୟ ପରିଚାଳନା ଏବଂ ସହରୀ ଯୋଜନା ଭଳି ଗୁରୁତ୍ତ୍ବପୂର୍ଣ୍ଣ କ୍ଷେତ୍ରଗୁଡିକରେ ଉପରେ ଇସ୍ରୋକୁ ଅଦ୍ଭୂତପୂର୍ବ ସଫଳତା ମିଳିବ ବୋଲି ଆଶା କରାଯାଉଛି । ପୂର୍ବ ବଜେଟ୍ ତୁଳନାରେ ଏହା ଏକ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ବେଳେ ଭାରତର ମହାକାଶ ଅଭିଳାଷକୁ ବଢାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ କରିଥାଏ ।

ପୂର୍ବରୁ ସ୍ପେଶ ବିଭାଗକୁ କେତେ ମିଳିଥିଲା ଅନୁଦାନ ?

ଆର୍ଥିକ ବର୍ଷ ଅନୁଦାନ ରାଶି
2026₹13,416.20 କୋଟି
2025₹13,042.75 କୋଟି
2024₹12,543.91 କୋଟି
2023₹13,700.00 କୋଟି
2022₹13,949.09 କୋଟି
2021₹13,479.47 କୋଟି
2020 ₹13,139.26 କୋଟି
2019 ₹12,473.26 କୋଟି
ଏହା ବି ପଢନ୍ତୁ
  1. କେନ୍ଦ୍ର ବଜେଟ୍‌ 2025: AI ଶିକ୍ଷାକୁ ଗୁରୁତ୍ବ; ସେଣ୍ଟର ସ୍ଥାପନ ପାଇଁ 500କୋଟିର ସ୍ବତନ୍ତ୍ର ବ୍ୟୟବରାଦ
  2. କେନ୍ଦ୍ର ବଜେଟ 2025; ଶସ୍ତା ହେବ ଟିଭି, ସ୍ମାର୍ଟଫୋନ ପରି ବୈଦ୍ୟୁତିକ ଉପକରଣ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.