ETV Bharat / technology

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ ! ଆସିଗଲା ରେଲୱେର SuperApp; ଗୋଟିଏ ଜାଗାରେ ମିଳିବ ସବୁ ସୁବିଧା - HOW TO USE SWARAIL SUPERAPP

ରେଳ ମନ୍ତ୍ରଣାଳୟ ନୂଆ ସୁପରଆପ୍‌ SwaRail ଲଞ୍ଚ କରିଛି । ଏହି ଆପ୍‌ରେ ୟୁଜର ସବୁ କାମ କରିପାରିବେ । କେମିତି ବିସ୍ତୃତ ଭାବରେ ଜାଣନ୍ତୁ...

SwaRail SuperApp is currently in beta testing
SwaRail SuperApp is currently in beta testing (ETV Bharat via Google Play Store)
author img

By ETV Bharat Tech Team

Published : Feb 3, 2025, 3:53 PM IST

ହାଇଦ୍ରାବାଦ: ଭାରତୀୟ ରେଳ ମନ୍ତ୍ରଣାଳୟ ଶେଷରେ ବହୁ ପ୍ରତିକ୍ଷିତ ସୁପରଆପ୍‌ SwaRailକୁ ଲଞ୍ଚ କରିଛି । ଏହି ଆପ୍‌ରେ ଅନଲାଇନ ଟିକେଟ ବୁକିଂ, ଫୁଡ୍‌ ଅର୍ଡର ଓ PNR ଚେକ୍‌ ସହିତ ଅନ୍ୟ କାମ ମଧ୍ୟ କରିହେବ । ଏଯାବତ ଏହି ସମସ୍ତ ସୁବିଧା ଲାଗି ଭିନ୍ନ ଭିନ୍ନ ଆପ୍‌ ଓ ପୋର୍ଟାଲର ଆବଶ୍ୟକ ପଡୁଥିଲା, କିନ୍ତୁ ଏବେ ମାତ୍ର ଗୋଟିଏ ଆପ୍‌ରେ ସବୁ କିଛି ସମ୍ଭବ ହୋଇପାରିବ । ଏହି ଆପ୍‌ ଉଭୟ ଆଣ୍ଡ୍ରଏଡ୍‌ ଓ iOS ପ୍ଲାଟଫର୍ମର ବିଟାରେ ଉପଲବ୍ଧ କରାଯାଇଛି ।

SwaRail ଆପ୍‌ରେ କଣ ମିଳିବ ସୁବିଧା ?

  • ଏହି ଆପ୍‌କୁ ସେଣ୍ଟର ଫର୍‌ ରେଲୱେ ଇନଫର୍ମେସନ (CRIS) ବିକଶିତ କରିଛି । ଏହି ଆପ୍‌ରେ ୟୁଜର ଅନଲାଇନ ରିଜର୍ଭ ଓ ଅନରିଜର୍ଭ ଟିକେଟ୍‌ ବୁକିଂ କରିପାରିବେ ।
  • ଏହାସହ ପ୍ଲାଟଫର୍ମ ଟିକେଟର ମଧ୍ୟ ଅନଲାଇନ ବୁକିଂ କରିପାରିବେ ।
  • ଆପ୍‌ରେ ପାର୍ସଲ ଓ ଡେଲିଭରିରକୁ ଟ୍ରାକ୍‌ କରାଯାଇପାରିବ ।
  • ଏହାବାଦ ଟ୍ରେନରେ ଆପ୍‌ ସାହାଯ୍ୟରେ ଫୁଡ୍‌ ଅର୍ଡର କରିହେବ ।
  • ଆପ୍‌ର କୋଚ୍‌ ସ୍ଥିତି ଏବଂ ରିଫଣ୍ଡ୍‌ ଦାବି ସୁବିଧା ଉପଲବ୍ଧ ହେବ ।

SwaRail ଡାଉନଲୋଡ କିପରି କରିବେ ?

'ସ୍ବରେଲ୍‌' ଆପ୍‌ ଏବେ ବିଟା ଭର୍ସନରେ ଉପଲବ୍ଧ । ଆଣ୍ଡ୍ରଏଡ ଫୋନ ବ୍ୟବହାରକାରୀ ଏହାକୁ ଗୁଗଲ୍‌ ପ୍ଲେ ଷ୍ଟୋରରୁ ଓ iOS ଫୋନ ବ୍ୟବହାରକାରୀ ଏହାକୁ ଆପଲ୍‌ ଆପ୍‌ ଷ୍ଟୋରରୁ ଡାଉନଲୋଡ୍‌ କରିପାରିବେ । ଆପ୍‌ର ଡାଉନଲୋଡ କରିବା ପରେ ଏହାର ବ୍ୟବହାର କରିବା ଲାଗି ଫିଡବ୍ୟାକ୍‌ ଦେବା ପାଇଁ ରେଳ ମନ୍ତ୍ରଣାଳୟ ୟୁଜରଙ୍କୁ କହିଛି ।

  • ପ୍ରଥମେ ମୋବାଇଲ ଆପ୍‌ ଷ୍ଟୋରକୁ ଯାଆନ୍ତୁ, ସେଠାରେ 'SwaRail' ଚୟନ କରନ୍ତୁ । ରେଜଲ୍ଟ ଆସିବା ପରେ CRIS ସେୟାର କରିଥିବା ଆପ୍‌କୁ ଡାଉନଲୋଡ କରି ଇନଷ୍ଟଲ କରନ୍ତୁ ।
  • IRCTC RailConnect ଓ UTS ମୋବାଇଲ୍ ଆପ୍‌ର ୟୁଜରମାନେ ସେମାନଙ୍କର ପାସୱାର୍ଡ ସହିତ ସିଧାସଳଖ ଲଗ୍ ଇନ୍ କରିପାରିବେ । ଯଦି ଆପଣଙ୍କର ଏହା ମଧ୍ୟରୁ କୌଣସି ଏକ ଆକାଉଣ୍ଟ ନାହିଁ, ତେବେ ଆପଣ ଅନ୍-ସ୍କ୍ରିନ୍ ନିର୍ଦ୍ଦେଶାବଳୀ ଅନୁସରଣ କରି ଏକ ନୂତନ ଉପଭୋକ୍ତା ଭାବରେ ପଞ୍ଜିକରଣ କରିପାରିବେ ।
  • ପ୍ରଥମ ଲଗ୍‌ ଇନ୍‌ ସମୟରେ R-Wallet ସମସ୍ତ ୟୁଜରଙ୍କ ଲାଗି କ୍ରିଏଟ ହୋଇଥାଏ, ଯାହାଦ୍ବାରା ଟିକେଟ୍‌ ବୁକିଂ ହୋଇପାରିବ । ଯଦି ଆପଣଙ୍କ ନିକଟରେ ପୂର୍ବରୁ R-Wallet ଅଛି ତେବେ ଏହା ସ୍ବୟଂଚାଳିତ ଭାବେ ଲିଙ୍କ୍‌ ହୋଇଯିବ ।
  • ଆପଣ ଲଗ୍‌ ଇନ୍‌ ପ୍ରକ୍ରିୟାକୁ ସ୍କିପ୍‌ କରି ମୋବାଇଲ ନମ୍ବର ଓ OTP ମାଧ୍ୟମରେ ଅତିଥି ୟୁଜର ଭାବେ ଆପ୍‌କୁ ଖୋଲିପାରିବେ ।

କେମିତି ଦେବେ ଫିଡ୍‌ବ୍ୟାକ୍‌ ?

ବିଟା ସଂସ୍କରଣ ପରୀକ୍ଷା କରୁଥିବା ଯାତ୍ରୀମାନେ swarrail.support@cris.org.inକୁ ଇମେଲ୍‌ କରି ସିଧାସଳଖ CRISକୁ ସେମାନଙ୍କ ମତାମତ ପ୍ରଦାନ କରିପାରିବେ । ଏହାଦ୍ବାରା ଫୁଲ୍ ସ୍କେଲ୍ ରୋଲଆଉଟ୍ ପୂର୍ବରୁ ୟୁଜରମାନଙ୍କଠାରୁ ଇନପୁଟ୍ ଆପ୍କୁ ଅଧିକ ଉନ୍ନତ କରିବାରେ ସାହାଯ୍ୟ କରିବ ।

ଏହା ବି ପଢନ୍ତୁ
  1. ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର!
  2. ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ ! ଏବେ APPରୁ ବୁକ୍‌ କରିପାରିବେ କୁଲି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.