ଭୁବନେଶ୍ବର: ଝାରପଡା ଜେଲରେ ଉଦିତ ପ୍ରଧାନଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକ । ଆଜି ଝାରପଡା ଜେଲରେ ପହଞ୍ଚି ଉଦିତ୍ଙ୍କୁ ଭେଟିଛନ୍ତି କଂଗ୍ରେସର ବରିଷ୍ଠ ନେତା ।
- ଛାତ୍ରନେତାଙ୍କୁ ଜେଲରେ ଭେଟିଲେ
ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ବିରୋଧ କରି ଜେଲରେ ଅଛନ୍ତି ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ । ଉଦିତଙ୍କୁ ସମବେଦନା ଜଣାଇବା ପାଇଁ ଝାରପଡା ଜେଲରେ ପହଞ୍ଚିଲେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା । ଜୟଦେଵ ଜେନା, ଦେବାଶିଷ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଆଜି ଝାରପଡା ଜେଲରେ ପହଞ୍ଚି ଛାତ୍ର ନେତା ଉଦିତ ପ୍ରଧାନଙ୍କୁ ଭେଟିଛନ୍ତି।
‘‘ଗଣତନ୍ତ୍ର ପାଇଁ ରାଜ୍ୟ ସରକାରଙ୍କ ସମ୍ମାନ ନାହିଁ । ଅନ୍ୟାୟ ବିରୋଧରେ ଛାତ୍ର କଂଗ୍ରେସ ସ୍ବର ଉଠାଇଥିଲା । କିନ୍ତୁ ଏ ସରକାରଙ୍କ ନ୍ୟାୟ କଥା ଶୁଣିବାର ଶକ୍ତି ନାହିଁ। ଅର୍ଥାତ ଏ ସରକାର ଗଣତନ୍ତ୍ର ସପକ୍ଷବାଦୀ ନୁହେଁ । ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଅଗଣାତାନ୍ତ୍ରିକ ପଦ୍ଧତିରେ ଗିରଫ କୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ। ଗଣତନ୍ତ୍ରକୁ ମାନୁ ନାହାଁନ୍ତି ଏ ସରକାର। ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ ପ୍ରଦର୍ଶନ କରିବାର ଅଧିକାର ସମସ୍ତଙ୍କର ରହିଛି। ହେଲେ ଅଗଣତାନ୍ତ୍ରିକ ଉପାୟରେ ଗିରଫ କରିବା ଠିକ ନୁହେଁ। ଉଦିତଙ୍କ ସହ ଅନ୍ୟ ଛାତ୍ରମାନଙ୍କୁ ଭେଟିଲୁ। ସମସ୍ତଙ୍କର ମାନସିକତା ମଜବୁତ ଅଛି। ପୋଲିସ ମିଛସତ କରି ବିଭିନ୍ନ ଧାରା ତାଙ୍କ ବିରୋଧରେ ଲଗାଇଛି । ଯିଏ ଗଣତନ୍ତ୍ର ମାଧ୍ୟମରେ ଶାସନ କରିବାକୁ ଚାହେଁନି ସେ ଏଭଳି କାମ କରେ । ମୁଖ୍ୟମନ୍ତ୍ରୀ ମାନଙ୍କୁ ଜେଲରେ ଭର୍ତ୍ତି କରିଛନ୍ତି ଆଉ ଛାତ୍ରମାନେ କଣ ? ’’ ବିଜେପିକୁ କଡ଼ା ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ।
ସେହିପରି ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ୟସୀର ନବାଜ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରି କହିଛନ୍ତି ‘‘ପୂର୍ବ ସରକାର ଯାହା କରିଥିଲା ଏବେ ଏମାନେ ମଧ୍ୟ ସେହି କାର୍ଯ୍ୟ କରୁଛନ୍ତି। ଇଂରେଜ ଯେମିତି ଏକଛତ୍ରବାଦ ଶାସନ ଚଳାଇଥିଲା ତାହା ଏବେ ବିଜେପି ସରକାର କରୁଛି । ଦିନ ଦ୍ବିପ୍ରହରରେ ଏଠି ଅପରାଧ ଘଟୁଛି । ଅପରାଧୀ ବିଚ୍ ରାସ୍ତାରେ ମୁଣ୍ଡ କାଟୁଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେଉଛି । ରାଜଧାନୀ ଏବେ ବି ଅସୁରକ୍ଷିତ ଅଛି’’ । ସେଠି ସୁରକ୍ଷା ଦେଇ ପାରୁ ନାହାନ୍ତି କିନ୍ତୁ ଛାତ୍ର ନେତାଙ୍କୁ ମିଛ ମାମଲାରେ ଫସାଉଛି’’ ।
ଏହା ମଧ୍ୟ ପଢନ୍ତୁ କଟନୀ-ଛଟନୀ ଟେନସନ୍; ଚାଷୀ ବେଶରେ ମଣ୍ଡି ତନଖି କଲେ ଜିଲ୍ଲାପାଳ
ଏହା ମଧ୍ୟ ପଢନ୍ତୁ କାହିଁକି ହୋଇଥିଲା ଆଇନଜୀବୀଙ୍କୁ ଏସିଡ଼ ମାଡ଼ ? ସାମ୍ନାକୁ ଆସିଲା କାରଣ
ସେ ଆହୁରି କହିଛନ୍ତି ‘‘ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବାଭିମାନ ପାଇଁ ସେମାନ କଳା ପତାକା ଦେଖାଇଥିଲେ । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ବିଜୁ ପଟ୍ଟନାୟକଙ୍କୁ ଛାତ୍ରମାନେ କଳା ପତାକା ଦେଖାଇ ଥିଲେ । କିନ୍ତୁ ଛାତ୍ରମାନଙ୍କୁ ସେମାନେ କ୍ଷମା କରିଦେଇଥିଲେ । ହେଲେ ବିଜେପି ସରକାର ଛାତ୍ରଙ୍କ କଣ୍ଠରୋଧ କରୁଛି । ବିରୋଧ ପ୍ରଦର୍ଶନ କରିଲେ କଣ ଏଭଳି ଦଫା ଲଗାଇ ଗିରଫ କରିବ ବିଜେପି ସରକାରର ଏଭଳି ମନମାନି ଠିକ ନୁହେଁ ,ଆଗକୁ ଏହାର ଜୋରଦାର ବିରୋଧ କରିବ କଂଗ୍ରେସ ’’।
- 6 ଦିନ ହେବ ଝାରପଡା ଜେଲରେ ଉଦିତ୍
ସୂଚନା ଥାଉ କି ଗତ ମାସରେ ମୋହନ ଭାଗବତ 2014 ପରେ ଦେଶ ସ୍ୱାଧୀନତା ପାଇଲା ବୋଲି କହିଥିଲେ। ତେବେ ଛାତ୍ର କଂଗ୍ରେସ ଏହାର ବିରୋଧ କରିଥିଲା। ଯଦି 2014 ପରେ ଦେଶ ସ୍ୱାଧୀନତା ପାଇଲା ତାହେଲେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନେ କଣ କରୁଥିଲେ ? ଏହି ଟିପ୍ପଣୀ ତାଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ ଆଣି ୨୯ ତାରିଖରେ ଭୁବନେଶ୍ୱରରେ ଆରଏସଏସ ନେତା ମୋହନ ଭାଗବତଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲା ଛାତ୍ର କଂଗ୍ରେସ। ଏହାକୁ ବିରୋଧ କରି ଗିରଫ ହୋଇଥିଲେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନଙ୍କ ସମେତ ୭ ଜଣ ଛାତ୍ର କଂଗ୍ରେସ କର୍ମୀ। ସମସ୍ତ ଛାତ୍ର ନେତା ଦୀର୍ଘ 6 ଦିନ ହେବ ଝାରପଡା ଜେଲରେ ଅଛନ୍ତି। ଆଜି ବରିଷ୍ଠ ନେତା ସୁରେଶ ରାଉତରାୟ ମଧ୍ୟ ଝାରପଡା ଜେଲରେ ଉଦିତଙ୍କୁ ଭେଟି ସମବେଦନା ଜଣାଇଛନ୍ତି।