ETV Bharat / lifestyle

ପର୍ସରେ ରଖନ୍ତୁ ଏହି ଗଛର ପତ୍ର, ଦୂର ହୋଇଯିବ ଅର୍ଥ ସମସ୍ୟା ! - RELIGIOUS SIGNIFICANCE OF SHAMI

ଏହି ଗଛକୁ ପୂଜା କରନ୍ତୁ । ମିଳିବ ଋଣରୁ ମିଳିବ ମୁକ୍ତି, ଆର୍ଥିକ ଲାଭ ଓ କ୍ୟାରିୟରରେ ସଫଳତା ।

RELIGIOUS SIGNIFICANCE OF SHAMI
RELIGIOUS SIGNIFICANCE OF SHAMI (GETTY IMAGE)
author img

By ETV Bharat Odisha Team

Published : Feb 3, 2025, 4:32 PM IST

ହାଇଦ୍ରାବାଦ: ସନାତନ ଧର୍ମରେ, ଗଛ-ଲତାକୁ ବିଶେଷ ମହତ୍ତ୍ବ ଦିଆଯାଇଛି । ସେମାନଙ୍କୁ ଦିବ୍ୟ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ । ଅନେକ ଗଛକୁ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଏ । ଏହି ଗଛ ଗୁଡ଼ିକ ମଧ୍ୟରୁ ଅନେକକୁ ପବିତ୍ର ବୋଲି ବିବେଚନା କରାଯାଏ । ସେହି ଗଛ ଗୁଡ଼ିକୁ ଘରେ ଲଗାଇବା ଓ ପୂଜା କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧ ମିଳିଥାଏ ଏବଂ ସମାଜରେ ସମ୍ମାନ, ସ୍ଥିତି ଏବଂ ପ୍ରତିଷ୍ଠା ମଧ୍ୟ ବଢ଼ିଥାଏ । ଯେଉଁଥିରେ ଶାମି ଗଛ ଅନ୍ତର୍ଭୁକ୍ତ । ଶାମି ଗଛ କେବଳ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ । ଏହି ଗଛଟି ଭଗବାନ ଶିବ ଏବଂ ଶନି ଦେବଙ୍କ ସହ ଜଡିତ, ତେଣୁ ଏହାକୁ ଘରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ପାଇଁ ଲଗାଯାଏ ।

ଜ୍ୟୋତିଷ ଆଦିତ୍ୟ ଝାଙ୍କ କହିବା ଅନୁସାରେ, ଶିବ ପୁରାଣରେ ଶାମି ଗଛର ଅନେକ ଉପଚାର ବିଷୟରେ ବର୍ଣ୍ଣିତ ହୋଇଛି, ଯାହାକୁ ଆପଣାଇ ଲୋକମାନେ ନିଜ ଜୀବନର ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଶାମି ଗଛ ସହିତ ଜଡିତ କିଛି ଚମତ୍କାରି ଉପଚାର ବିଷୟରେ ଜାଣିବା ।

ଋଣରୁ ମିଳିବ ମୁକ୍ତି:

ଯଦି ଆପଣ ବହୁତ ଦିନ ଧରି ଋଣ ସମସ୍ୟାରେ ବୁଡ଼ି ରହିଛନ୍ତି, ତେବେ ଶନିବାର ଦିନ ଶାମି ଗଛକୁ ବିଧିପୂର୍ବକ ପୂଜା କରନ୍ତୁ । ଏହି ସମୟରେ, ଶାମି ଗଛ ପାଖରେ କଳା ବିରି ଏବଂ ରାଶି ଅର୍ପଣ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଋଣରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।

ରୋଗରୁ ମୁକ୍ତି:

ଯଦି ଆପଣ ବହୁଦିନ ଧରି କୌଣସି ରୋଗରେ ପୀଡିତ ଅଛନ୍ତି, ତେବେ ପାଣିରେ କ୍ଷୀର ମିଶାଇ ଶାମି ଗଛକୁ ଅର୍ପଣ କରନ୍ତୁ । ଏହି ସମୟରେ 'ଅବଧୂତେଶ୍ବର ମହାଦେବ'ଙ୍କ ନାମ ଜପ କରନ୍ତୁ । ଏହି ଉପାୟ ଗ୍ରହଣ କରିବା ଦ୍ୱାରା ସମସ୍ତ ରୋଗ ଭଲ ହୁଏ ବୋଲି ବିଶ୍ୱାସ କରାଯାଏ ।

ଆର୍ଥିକ ଲାଭ ପାଇଁ:

ଶନିବାର ଦିନ, ସକାଳେ ସ୍ନାନ କରିବା ପରେ, ଶାମି ଗଛକୁ ପୂଜା କରନ୍ତୁ । ଏହାର ଗୋଟିଏ ପତ୍ର ଆଣି ଆପଣଙ୍କ ପର୍ସରେ ରଖନ୍ତୁ । ଏହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ ​​କରିବ ଏବଂ ଆର୍ଥିକ ଲାଭର ସମ୍ଭାବନା ସୃଷ୍ଟି କରିଥାଏ । ଏହାସହ ଟଙ୍କାର ଅଭାବ ହୋଇନଥାଏ ।

ଶନି ଦେବଙ୍କ ଆଶୀର୍ବାଦ:

ସୋମବାର କିମ୍ବା ଶନିବାର ଦିନ ଶାମି ଗଛର ଡାଳରେ ଲାଲ ଓ ହଲଦିଆ ରଙ୍ଗ ମିଶା ସୂତା ବାନ୍ଧନ୍ତୁ । ଏହି ଉପାୟ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ । ଏହା ବ୍ୟତୀତ, ଏହା ରାହୁଦୋଷ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ବିଶ୍ବାସ ରହିଛି ।

କ୍ୟାରିୟରରେ ସଫଳତା:

ଯଦି ଆପଣ କ୍ୟାରିୟର ଏବଂ ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ଶନିବାର ଦିନ ଶାମି ଗଛକୁ ଜଳ ଅର୍ପଣ କରନ୍ତୁ । ଏହା ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ମନ ମୁତାବକ ସଫଳତା ଆଣିଦେବ ।

ଏହା ମଧ୍ୟ ପଢ଼ନ୍ତୁ...

ଘରେ ଝଗଡ଼ା ଲାଗି ରହୁଛି କି ? ଆପଣାନ୍ତୁ ଏହି ବାସ୍ତୁ ଉପାୟ

ଲଭ୍ ନା ଆରେଞ୍ଜ ମ୍ୟାରେଜ ? କେମିତି ହେବ ବିବାହ, ହାତ ରେଖାରୁ ଜାଣନ୍ତୁ..

ମହିଳାମାନେ ଏହି ୩ ଦିନ କେଶ ଧୋଇବା ଅନୁଚିତ, ହେଇପାରେ ଅଶୁଭ..

ସାମି ଗଛ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ?

ସାମି ଗଛ ଏହାର ଧାର୍ମିକ ମହତ୍ତ୍ବ ସହିତ ଅନେକ ଔଷଧୀୟ ଗୁଣ ପାଇଁ ଜଣାଶୁଣା । ଏହା କେବଳ ପରିବେଶକୁ ଶୁଦ୍ଧ କରେ ନାହିଁ ବରଂ ଅନେକ ରୋଗରୁ ମୁକ୍ତି ପାଇଁ ମଧ୍ୟ ଲାଭଦାୟକ । ଶାମି ଗଛକୁ ପୂଜା କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବା ସହ ଏବଂ ସକାରାତ୍ମକତା ଉର୍ଜା ବ୍ୟାପିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ, ବାସ୍ତୁଶାସ୍ତ୍ର ଏବଂ ବିଦ୍ୱାନମାନଙ୍କ ମତ ଉପରେ ଆଧାରିତ । ETV Bharat ବ୍ୟକ୍ତିଗତ ଭାବରେ କୌଣସି ଦାବିକୁ ସମର୍ଥନ କରେନାହିଁ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.