ପ୍ରୟାଗରାଜ(ୟୁପି): ମହାକୁମ୍ଭରେ ବସନ୍ତ ପଞ୍ଚମୀରେ ଆଜି ତୃତୀୟ ଅମୃତ ସ୍ନାନ ଜାରି ରହିଛି । ଆଖଡ଼ାଗୁଡିକର ସନ୍ଥମାନେ ଭୋରରୁ ମାହାର୍ଘ୍ୟ ମୁହୂର୍ତ୍ତରୁ ସ୍ନାନ ଆରମ୍ଭ କରିଛନ୍ତି । ତ୍ରିବେଣୀ ସଙ୍ଗମ କୂଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଅମୃତ ସ୍ନାନ ପାଇଁ ବିଭିନ୍ନ ଆଖାଡାରୁ ସନ୍ଥମାନେ ପାରମ୍ପରିକ ପଟୁଆରରେ ଆସି ସଙ୍ଗମରେ ପହଞ୍ଚି ସ୍ନାନ କରିଛନ୍ତି । ସାଧୁ ଏବଂ ସନ୍ନ୍ୟାସୀମାନେ ହାତରେ ଖଣ୍ଡା, ବର୍ଚ୍ଛା, ତ୍ରୀଶୂଳ ଆଦି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧାରଣ କରି ପାରମ୍ପରିକ ଶୋଭାଯାତ୍ରାରେ ସଙ୍ଗମରେ ପ୍ରବେଶ କରିଥିଲେ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
- ପ୍ରଥମେ ପଞ୍ଚାୟତି ନିରଞ୍ଜନୀ ଆଖଡ଼ାର ସାଧୁସନ୍ଥ ପକାଇଲେ ବୁଡ
ଭୋର 3ଟା 30 ମିନିଟରୁ ସଙ୍ଗମରେ ଅମୃତ ସ୍ନାନ ଆରମ୍ଭ ହୋଇଛି । ଏଥିରେ ସକାଳ 8ଟା ସୁଦ୍ଧା ପ୍ରାୟ 62.25 ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ପଞ୍ଚାୟତି ନିରଞ୍ଜନୀ ଆଖଡ଼ାର ସାଧୁସନ୍ଥମାନେ ପ୍ରଥମେ ବୁଡ଼ ପକାଇଲେ । ଏହା ପରେ, ଜୁନା ଆଖଡ଼ା ଏବଂ କିନ୍ନର ଆଖଡ଼ା ସହିତ ଜଡିତ ସନ୍ଥ ଏବଂ ମୁନିମାନେ ସ୍ନାନ କରିଥିଲେ । ଏବେ ପଛକୁ ପଛ ମୋଟ ୧୩ଟି ଆଖଡ଼ାର ସନ୍ଥମାନେ ଅମୃତ ସ୍ନାନ କରିସାରିଲେଣି । ସନ୍ଥମାନଙ୍କ ପରେ ସାଧାରଣ ଶ୍ରଦ୍ଧାଳୁ ମଧ୍ୟ ସ୍ନାନ କରୁଛନ୍ତି ।
![ମହାକୁମ୍ଭ 2025](https://etvbharatimages.akamaized.net/etvbharat/prod-images/03-02-2025/23462644_1-1.jpg)
![ମହାକୁମ୍ଭ 2025](https://etvbharatimages.akamaized.net/etvbharat/prod-images/03-02-2025/23462644_1-2.jpg)
- ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ହେଲିକପ୍ଟରରୁ ସ୍ଥିତି ଉପରେ ନଜର
ମୌନୀ ଅମାବାସ୍ୟାରେ ଘଟିଥିବା ଦଳାଚକଟାକୁ ଦୃଷ୍ଟିରେ ରଖି ଭିଡ଼ ପରିଚାଳନା ଉପରେ ପୂର୍ଣ୍ଣ ଗୁରୁତ୍ୱ ଦିଆଯାଉଛି । ହେଲିକପ୍ଟର ମାଧ୍ୟମରେ ଭିଡ଼ ଉପରେ ନଜର ରଖାଯାଇଛି । ଏହା ବ୍ୟତୀତ ୨ ହଜାରରୁ ଅଧିକ ସିସିଟିଭି ମଧ୍ୟ ଲଗାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ 90ରୁ ଅଧିକ ଆଇପିଏସ୍ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ସେହିପରି ପୂର୍ବ ଅପେକ୍ଷା ଫୋର୍ସ ମୁତୟନକୁ ମଧ୍ୟ ବୃଦ୍ଧି କରାଯାଇଛି । ପାର୍କିଂ, ଟ୍ରାଫିକ୍ ଓ ଅନ୍ୟ ଜରୁରୀ ବ୍ୟବସ୍ଥାକୁ ମଧ୍ୟ କ୍ରିୟାଶୀଳ କରାଯାଇଛି । ଫେବୃଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୃତୀୟ ଅମୃତ ସ୍ନାନ ସମ୍ପର୍କିତ ବ୍ୟବସ୍ଥା ତଦାରଖ କରିବା ସହ ଶୂନ୍ୟତ୍ରୁଟି ମନ୍ତ୍ର ଉପରେ ଗୁରୁତ୍ବ ଦେଇଥିଲେ ।
![ମହାକୁମ୍ଭ 2025](https://etvbharatimages.akamaized.net/etvbharat/prod-images/03-02-2025/23462644_1-3.jpg)
![ମହାକୁମ୍ଭ 2025](https://etvbharatimages.akamaized.net/etvbharat/prod-images/03-02-2025/23462644_1-5.jpg)
ଏହା ମଧ୍ୟ ପଢନ୍ତୁ:- ସାମ୍ନାକୁ ଆସିଲା ମହାକୁମ୍ଭ ଦଳାଚକଟାର କାରଣ: 30 ମୃତ, 60ରୁ ଊର୍ଦ୍ଧ୍ବ ଆହତ କାଲି ମହାକୁମ୍ଭରେ ବସନ୍ତ ପଞ୍ଚମୀ ଅମୃତ ସ୍ନାନ, ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ବ୍ଯବସ୍ଥା ପାଇଁ ଯୋଗୀଙ୍କ ନିର୍ଦ୍ଦେଶ |
- 22 ଦିନରେ ମହାକୁମ୍ଭ
ଆଜି ମହାକୁମ୍ଭ ମେଳାର 22 ତମ ଦିନ । ଉତ୍ତର ପ୍ରଦେଶ ସୂଚନା ବିଭାଗର ତଥ୍ୟ ଅନୁଯାୟୀ, ସକାଳ 8ଟା ମଧ୍ୟରେ 62.25 ଲକ୍ଷରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିସାରିଛନ୍ତି । ମେଳା ଆରମ୍ଭ (ଜାନୁଆରୀ ୧୩ ତାରିଖ)ରୁ ଫେବୃଆରୀ 3 ତାରିଖ ମଧ୍ୟରେ ମୋଟ ୩୪.୯୭ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିସାରିଛନ୍ତି । ଆଜି ବସନ୍ତ ପଞ୍ଚମୀ ଅବସରରେ ମୋଟ 3 କୋଟି ଲୋକ ବୁଡ଼ ପକାଇବେ ବୋଲି ଆଶା କରାଯାଉଛି ।
![ମହାକୁମ୍ଭ 2025](https://etvbharatimages.akamaized.net/etvbharat/prod-images/03-02-2025/23462644_1-7.jpg)
![ମହାକୁମ୍ଭ 2025](https://etvbharatimages.akamaized.net/etvbharat/prod-images/03-02-2025/23462644_1-6.jpg)
ଇଟିଭି ଭାରତ, ବ୍ୟୁରୋ