ETV Bharat / sports

ଚାମ୍ପିଅନ୍ସ ଟ୍ରଫି: ସର୍ବାଧିକ କ୍ୟାଚ୍‌ ନେଇଥିବା ୧୦ ଜଣଙ୍କ ମଧ୍ୟରେ ୩ ଭାରତୀୟ - CHAMPIONS TROPHY 2025

ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଅଧିକ କ୍ୟାଚ୍‌ ଧରିଥିବା କେଉଁମାନେ ବିଶ୍ବର ଶ୍ରେଷ୍ଠ ୧୦ ଖେଳାଳି ? କେଉଁ ୩ ଭାରତୀୟ ଖେଳାଳି ଏହି ତାଲିକାରେ ଅଛନ୍ତି ?

CHAMPIONS TROPHY 2025
CHAMPIONS TROPHY 2025 (IANS Photo)
author img

By ETV Bharat Odisha Team

Published : Feb 3, 2025, 10:26 AM IST

ନୂଆଦିଲ୍ଲୀ: ପାଖେଇ ଆସିଲାଣି ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୯ ତାରିଖରେ ଫାଇନାଲ ମ୍ୟାଚ୍ । ଏହା ଚାମ୍ପିଅନ୍ସ ଟ୍ରଫିର ୯ମ ସଂସ୍କରଣ, ଯାହା ଏକ ହାଇବ୍ରିଡ୍ ମଡେଲରେ ଖେଳାଯିବାକୁ ଯାଉଛି । ଭାରତୀୟ କ୍ରିକେଟ ଦଳ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନାହିଁ । ଭାରତ ତା’ର ମ୍ୟାଚ୍‌ଗୁଡ଼ିକ ଦୁବାଇରେ ଖେଳିବ । ଅନ୍ୟ ସମସ୍ତ ଦଳ ପାକିସ୍ତାନରେ ସେମାନଙ୍କର ମ୍ୟାଚ୍ ଖେଳିବେ ।

ବିଶ୍ବର ଶ୍ରେଷ୍ଠ ୮ଟି ଦିନିକିଆ ଦଳ ଏହି ମର୍ଯ୍ୟାଦାଜନକ ICC ଟ୍ରଫି ଜିତିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ । ଯେଉଁଥିରେ ପ୍ରଥମ ଥର ପାଇଁ ଖେଳୁଥିବା ଆଫଗାନିସ୍ତାନ ସାମିଲ ଅଛି । ଏହି ୮ଟି ଦଳକୁ ୨ଟି ଗ୍ରୁପରେ ରଖାଯାଇଛି । ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ କ୍ୟାଚ ନେଇଥିବା ଶ୍ରେଷ୍ଠ ୧୦ ଖେଳାଳି କେଉଁମାନେ ଜାଣିଛନ୍ତି କି ? ଯେଉଁଥିରେ ଭାରତରରୁ ଅଛନ୍ତି ୩ ଖେଳାଳି ।

CHAMPIONS TROPHY 2025
CHAMPIONS TROPHY 2025 (Getty Image)

ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ କ୍ୟାଚ୍ ନେଇଥିବା ୧୦ ଖେଳାଳି:

୧. ମହେଲା ଜୟବର୍ଦ୍ଧନେ:

ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ କ୍ୟାଚ୍ ନେଇଥିବା ଖେଳାଳିଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ମହେଲା ଜୟବର୍ଦ୍ଧନେ । ୨୦୦୦ରୁ ୨୦୧୩ ପର୍ଯ୍ୟନ୍ତ ୨୨ଟି ମ୍ୟାଚ୍‌ରେ ମୋଟ ୧୫ଟି କ୍ୟାଚ୍ ନେଇଛନ୍ତି ମହେଲା । ଯେଉଁଥିରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ୨ଟି କ୍ୟାଚ୍ ନେଇଛନ୍ତି ।

୨. ରସ୍ ଟେଲର:

ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ କ୍ୟାଚ୍ ନେବା ମାମଲାରେ ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଦ୍ବିତୀୟ ସ୍ଥାନରେ ଅଛନ୍ତି । ଟେଲର ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୧୨ଟି କ୍ୟାଚ ନେଇଛନ୍ତି । ସେ ଗୋଟିଏ ମ୍ୟାଚରେ ସର୍ବାଧିକ 3ଟି କ୍ୟାଚ ନେଇଛନ୍ତି ।

୩. ସୌରଭ ଗାଙ୍ଗୁଲି:

ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟସମ୍ୟାନ୍ ଏବଂ ଅଧିନାୟକ ସୌରଭ ଗାଙ୍ଗୁଲି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ କ୍ୟାଚ ନେବାରେ ତୃତୀୟ ଖେଳାଳି । ଗାଙ୍ଗୁଲି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍ ଖେଳି ମୋଟ ୧୨ଟି କ୍ୟାଚ୍ ନେଇଛନ୍ତି । ସେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ୨ଟି କ୍ୟାଚ୍ ନେଇଛନ୍ତି ।

CHAMPIONS TROPHY 2025
CHAMPIONS TROPHY 2025 (IANS Photo)

୪. ଡ୍ବେନ ବ୍ରାଭୋ:

ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ କ୍ୟାଚ୍ ନେଇଥିବା ଚତୁର୍ଥ ଖେଳାଳି ହେଉଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଲରାଉଣ୍ଡର ଡ୍ବେନ ବ୍ରାଭୋ । ସେ ୨୦୦୪ରୁ ୨୦୧୩ ପର୍ଯ୍ୟନ୍ତ ୧୫ଟି ମ୍ୟାଚ୍ ଖେଳି ୧୩ଟି କ୍ୟାଚ୍ ନେଇଛନ୍ତି । ବ୍ରାଭୋ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ 3ଟି କ୍ୟାଚ୍ ନେଇଛନ୍ତି ।

୫. ଜେପି ଡୁମିନି:

ଦକ୍ଷିଣ ଆଫ୍ରିକା ବାମହାତୀ ବ୍ୟାଟ୍ସମ୍ୟାନ ଜେପି ଡୁମିନି ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ କ୍ୟାଚ୍ ନେବାରେ ପଞ୍ଚମ ଖେଳାଳି । ସେ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳି ୯ଟି କ୍ୟାଚ୍ ନେଇଛନ୍ତି । ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ୩ କ୍ୟାଚ୍ ଧରିଛନ୍ତି ଡୁମିନି ।

୬. ଡାନିଏଲ୍ ଭିଟୋରୀ:

ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ କ୍ୟାଚ୍ ନେଇଥିବା ଷଷ୍ଠ ଖେଳାଳି ହେଉଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ବାମହାତୀ ସ୍ପିନର ଡାନିଏଲ୍ ଭିଟୋରୀ। ସେ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୭ଟି ମ୍ୟାଚ୍ ଖେଳି ୯ଟି କ୍ୟାଚ୍ ନେଇଛନ୍ତି । ଗୋଟିଏ ମ୍ୟାଚ୍‌ରେ ସେ ସର୍ବାଧିକ ୨ କ୍ୟାଚ୍ ନେଇଛନ୍ତି ।

୭. ସୋଏବ ମଲିକ:

ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ୍ ସୋଏବ ମାଲିକ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ କ୍ୟାଚ ନେବାରେ ସପ୍ତମ ଖେଳାଳି । ମାଲିକ ୨୦୦୨ରୁ ୨୦୧୩ ମଧ୍ୟରେ ୨୦ଟି ମ୍ୟାଚ ଖେଳି ୯ଟି କ୍ୟାଚ୍ ଧରିଛନ୍ତି । ସୋଏବ ଗୋଟିଏ ଇନିଂସରେ ସର୍ବାଧିକ 2ଟି କ୍ୟାଚ ନେବାର ରେକର୍ଡ ରଖିଛନ୍ତି।

୮. ସୁରେଶ ରାଇନା:

ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ କ୍ୟାଚ୍ ନେଇଥିବା ୮ମ ଖେଳାଳି ହେଉଛନ୍ତି ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ସେ ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫିରେ ୧୧ଟି ମ୍ୟାଚ୍ ଖେଳି ୮ଟି କ୍ୟାଚ୍ ନେଇଛନ୍ତି । ଏହି ସମୟ ମଧ୍ୟରେ, ସେ ଗୋଟିଏ ଇନିଂସରେ 3ଟି କ୍ୟାଚ ନେଇଛନ୍ତି ।

CHAMPIONS TROPHY 2025
CHAMPIONS TROPHY 2025 (IANS Photo)

୯. ଗ୍ରୀମ ସ୍ମିଥ:

ପୂର୍ବତନ ଦକ୍ଷିଣ ଆଫ୍ରିକା ଓପନର ଗ୍ରୀମ ସ୍ମିଥ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ କ୍ୟାଚ ନେବାରେ ୯ମ ଖେଳାଳି । ସ୍ମିଥ୍ ୨୦୦୨ରୁ ୨୦୦୯ ପର୍ଯ୍ୟନ୍ତ ୧୨ଟି ମ୍ୟାଚ୍ ଖେଳି ୮ଟି କ୍ୟାଚ ନେଇଛନ୍ତି । ଗୋଟିଏ ଇନିଂସରେ ସେ ସର୍ବାଧିକ ୨ଟି କ୍ୟାଚ ନେଇଛନ୍ତି ।

୧୦. ରାହୁଲ ଦ୍ରାବିଡ଼:

ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ମଧ୍ୟ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ କ୍ୟାଚ୍ ନେଇଥିବା ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ କ୍ୟାଚ୍ ନେବାରେ ଦଶମ ଖେଳାଳି । ରାହୁଲ ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ୧୯ଟି ମ୍ୟାଚ ଖେଳି ୮ଟି କ୍ୟାଚ ନେଇଛନ୍ତି । ସେ ଗୋଟିଏ ଇନିଂସରେ ସର୍ବାଧିକ ୨ କ୍ୟାଚ ନେଇଛନ୍ତି ।

CHAMPIONS TROPHY 2025
CHAMPIONS TROPHY 2025 (Getty Image)

ଇଟିଭି ଭାରତ, ବ୍ୟୁରୋ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.