ETV Bharat / snippets

ସେପ୍ଟେମ୍ବର 9କୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ- Nuakhai Holiday

author img

By ETV Bharat Odisha Team

Published : Aug 29, 2024, 7:39 PM IST

CM Mohan Majhi
CM Mohan Majhi (ETV Bharat Odisha)

ଭୁବନେଶ୍ବର: ନୂଆଖାଇ ପାଇଁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆସନ୍ତା 9 ତାରିଖକୁ ଛୁଟି ଘୋଷଣା କରାଯାଇଛି । ସେପ୍ଟେମ୍ବର 8ରେ ପଡୁଛି ନୂଆଖାଇ । ହେଲେ ସେଦିନ ରବିବାର ପଡୁଥିବାରୁ ତା ପରଦିନ ଅର୍ଥାତ 9 ତାରିଖରୁ ଛୁଟି ଘୋଷଣା କରାଯାଇଛି । ସେଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେପଟେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇସାରିଥିବା ବେଳେ ଉତ୍ସବ ମୁଖର ପୂରା ପଶ୍ଚିମ ଓଡିଶା । ନୂଆଖାଇ ପାଳିବାକୁ ସମସ୍ତେ ଚାତକ ଭଳି ଚାହିଁ ରହିଥିବା ବେଳେ ଘରେ ଘରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ନୂଆ ଖାଇବେ ସମସ୍ତେ, ଆଉ ପରସ୍ପରକୁ କହିବେ ନୂଆଖାଇ ଜୁହାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.