ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଠିକଣା - CM complaint hearing program - CM COMPLAINT HEARING PROGRAM

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 20, 2024, 8:00 PM IST

ଭୁବନେଶ୍ବର: ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥାନ । ନୂଆ ଠିକଣାରେ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା 23 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣୀ କରିବେ । କିନ୍ତୁ ନୂଆ ଠିକଣାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ନୂଆ ଠିକଣା ହୋଇଛି VIIIMR-4 । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ସୂଚନା ମିଳିଛି । ନୂଆ ସରକାର ଆସିବାର ପ୍ରାୟ 2 ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ । ପୂର୍ବରୁ ଥିବା ଅଭିଯୋଗ ଶୁଣାଣି ସ୍ଥାନରେ ଅଭିଯୋଗ ଶୁଣାଣି ହୋଇଥିଲା । ସରକାରୀ ବାସଗୃହ ନମ୍ବର VIIIMR-3ରେ ଅଭିଯୋଗ ଶୁଣାଣୀ ଚାଲିଥିଲା । କିନ୍ତୁ ଅଭିଯୋଗ ଶୁଣାଣି ଠିକଣା ବଦଳେଇବା ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର ।    

ବିଜ୍ଞପ୍ତି ଅନୁସାରେ ପୂର୍ବ ସରକାରୀ ବାସଗୃହ ନମ୍ବର VIIIMR-3 ପାଖରେ ଥିବା VIIIMR-4ରେ ମୋହନ ସରକାର ଆଗାମୀ ଦିନରେ ଅଭିଯୋଗ ଶୁଣାଣି କରିବେ । ଏହି ବାସଗୃହ ଅଭିଯୋଗ ଶୁଣାଣୀ ଲାଗି ଆଲର୍ଟ ହୋଇଛି । ପୂର୍ବରୁ ଏହି ବାସଭବନରେ ସ୍ୱର୍ଗତ ରାଜନେତା ନବ କିଶୋର ଦାସଙ୍କ ସରକାରୀ ବାସଭବନ ଥିଲା । ପରେ ତାଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ରହୁଥିଲେ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସ୍ଥାନ ବଦଳିବା ପରେ ଏହି ବାସଭବନକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ସାମିଲ କରାଯାଇଛି । ଲୋୟର ପିଏମଜିରେ ଥିବା ପୂର୍ବ ବାସଭବନ ସହ ଏହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବାସଭବନ ଭାବେ ବ୍ୟବହାର କରିବେ । ଏହିପାଇଁ କାର୍ଯ୍ୟାଳୟର ବିଭିନ୍ନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ ...ମୁଁହ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ ରିପୋର୍ଟ ଅଧାରରେ ହେବ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ - Mohan Majhi reaction on Major case

ସେହିପରି ଆସନ୍ତା 23 ତାରିଖରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବେ । ବିଧାନସଭା କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଛୁଟି କାରଣରୁ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଲାଗି ଆଜି ପୂର୍ବାହ୍ନ 11ରୁ ଅନଲାଇନରେ ପଞ୍ଜିକରଣ ଆରମ୍ଭ ହୋଇଛି । 1000 ଜଣ ପଞ୍ଜିକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇପାରିବେ ।


ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.