ETV Bharat / state

‘କେନ୍ଦୁଝରରେ ଇସ୍ପାତ କାରଖାନା’ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା - CM Mohan Majhi - CM MOHAN MAJHI

Mega steel plant in Kedujhar: କେନ୍ଦୁଝର ପାଇଁ ଖୁସି ଖବର । ଜିଲ୍ଲାରେ ହେବ ମେଗା ଇସ୍ପାତ କାରଖାନା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିକ ପଢନ୍ତୁ

mega steel plant in Keonjhar
mega steel plant in Keonjhar (ETV Bharat Odisha)
author img

By ETV Bharat Odisha Team

Published : Sep 20, 2024, 7:35 PM IST

Updated : Sep 20, 2024, 8:11 PM IST

କେନ୍ଦୁଝର: "ଜିଲ୍ଲାର ବିକାଶ ପାଇଁ ବହୁ ଦିନର ଦାବି ବୃହତ୍ ଇସ୍ପାତ କାରଖାନା ନିଶ୍ଚିତ ଭାବରେ ପ୍ରତିଷ୍ଠା ହେବ । ଏଥିପାଇଁ ଜିଲ୍ଲାବାସୀଙ୍କୁ ଏକତ୍ରିତ ହୋଇ ସହଯୋଗ କରିବାକୁ ଅନୁରୋଧ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିବା ବିକଶିତ ଭାରତ ଲକ୍ଷ୍ୟରେ ଓଡ଼ିଶା ଏକ ନମ୍ୱର୍ ହେବ ।" ଶୁକ୍ରବାର ୩ ଦିନିଆ ନିଜ ଜିଲ୍ଲା କେନ୍ଦୁଝର ଗସ୍ତ ଅବସରରେ, କେନ୍ଦୁଝର ଅଡିଟୋରିୟମ ଠାରେ ଅନୁଷ୍ଠିତ ଲାଇଫ ସେଭର୍ଶ ଗ୍ରୁପ ଟ୍ରଷ୍ଟ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏଭଳି ଦୃଢୋକ୍ତି ପ୍ରକାଶ କରିଥିଲେ ମୋହନ ଚରଣ ମାଝୀ। ଏହାପରେ ଜୟ କେନ୍ଦୁଝର ସ୍ଲୋଗାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସ୍ଲୋଗାନ ପରେ ଅଡିଟୋରିୟମରେ ମଧ୍ୟ ଜୟ କେନ୍ଦୁଝର ନାରା କମ୍ପି ଉଠିଥିଲା । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ମା’ଙ୍କ ପାଇଁ ଗଛଟିଏ ଲଗାଇବା ପାଇଁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

3 ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ:

ଆଜି ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ଥାନୀୟ ରାଇସୁଆଁ ଏଆରଷ୍ଟ୍ରିପ ଠାରେ ପହଞ୍ଚିବା ପରେ ପୋଲିସ ପକ୍ଷର ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଏକ ହଜାରରୁ ଊର୍ଦ୍ଧ୍ବ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମ୍ବର୍ଦ୍ଧନା ଜଣାଇ ରାଇସୁଆଁରୁ କେନ୍ଦୁଝର ଅଡିଟୋରିୟମକୁ ଆଣିଥିଲେ । କେନ୍ଦୁଝର ଅଡିଟୋରିୟମ ଠାରେ ଅନୁଷ୍ଠିତ ଲାଇଫ ସେଭର୍ଶ ଗ୍ରୁପ ଟ୍ରଷ୍ଟ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

CM ON KENDUJHAR VISIT (ETV Bharat Odisha)

କେନ୍ଦୁଝର ମାଟି କେବଳ ଦେଇ ଶିଖିଛି:

ତାଙ୍କ ସହ କେନ୍ଦୁଝର ସାଂସଦ ଅନନ୍ତ ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ତେଲକୋଇ ବିଧାୟକ ଡ଼ ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ନାଏକ, କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଓ ଜିଲ୍ଲାପାଳ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାପରେ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସାଂସଦ ଅନନ୍ତ ନାୟକ ଜିଲ୍ଲାର ବିକାଶରେ ମୋହନ ମାଝୀଙ୍କ ଅବଦାନକୁ ମନେ ପକେଇବା ସହ କଂଗ୍ରେସ ଦଳ ପକ୍ଷରୁ କଳା ପତାକା ପ୍ରଦର୍ଶନକୁ ଘୋର ନିନ୍ଦା କରିଥିଲେ । ସିନେ ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ କେନ୍ଦୁଝର ମାଟି କେବଳ ଦେଇ ଶିଖିଛି । ଏହାର ମାଟିର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ଆକାଶ ଦାସ ନାୟକ । ସେହିପରି ତେଲକୋଇ ଓ ପାଟଣା ବିଧାୟକ ସାଧାରଣ ଲୋକଙ୍କ ସହ ମୋହନ ସରକାର ସବୁବେଳେ ଥିବା ନେଇ ନିଜ ଅଭିଭାଷଣ ପ୍ରଦାନ କରିଥିଲେ ।

mega steel plant in kendujhar (ETV Bharat Odisha)

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ:

ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ ପ୍ରଥମେ ଲାଇଫ ସେଭର୍ଶ ଗ୍ରୁପ ଦ୍ଵାରା ଚାଲିଥିବା ସମାଜ ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟ ଜାରି ରଖିବାକୁ ଆହ୍ବାନ ଦେଇଥିଲେ । ଏହା ସହ ମଜାମଜାରେ ଗ୍ରୁପର ସଦସ୍ୟତା ନେବା ପାଇଁ ଅନୁରୋଧ କରିଥିଲେ । "ପ୍ରାଚୂର୍ଯ୍ୟତା ମଧ୍ୟରେ ଦାରିଦ୍ର୍ୟତା କେନ୍ଦୁଝର ଜିଲ୍ଲାରେ ଭରି ରହିଥିବା ବେଳେ ଆଗାମୀ ଦିନରେ ଏହାକୁ ଦୂର କରିବା ସହ କେନ୍ଦୁଝର ଜିଲ୍ଲାକୁ ସୁନାର ଜିଲ୍ଲା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ," ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ସଙ୍ଗଠନ ପକ୍ଷରୁ ବଛା ଯାଇଥିବା କିଛି ସ୍ଵେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ନିଜ ଗ୍ରାମ ନିକଟରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ପାଇଁ ବାହାରି ଯାଇଥିଲେ ମୁଖ୍ୟମନ୍ତ୍ରୀ ।

  • ତିନି ଦିନିଆ କେନ୍ଦୁଝର ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ମା ପାଇଁ ଗଛଟିଏ ଲଗାଇବା ପାଇଁ ଆହ୍ବାନ
  • କେନ୍ଦୁଝର ଠାରେ ନିଶ୍ଚୟ ହେବ ମେଗା ଇସ୍ପାତ ପ୍ରକଳ୍ପ
  • କେନ୍ଦୁଝର ଜିଲ୍ଲା ହେବ ସୁନାର ଜିଲ୍ଲା

ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିମାନରୁ ଅବତରଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ନିଜ ସଦର ନିର୍ବାଚନୀ ମଣ୍ଡଳୀର ଫୁଟବଲ ଫାଇନାଲ ମ୍ୟାଚ ସହ ସ୍ଵେଚ୍ଛାସେବୀ ସଙ୍ଗଠନ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ନିଜ ଜନ୍ମମାଟି ରାଇକଳା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତିନି ଦିନିଆ କେନ୍ଦୁଝର ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜନ୍ମମାଟି ରାଇକଳା ସମେତ ବିଭିନ୍ନ କାର୍ଯ୍ୟକ୍ରମ

ମୋହନ ମାଝୀ ସରକାର ଦେବେ ୩୬ ହଜାର ନିଯୁକ୍ତି, ୧୦୦ ଦିନରେ ୪୫ ହଜାର କୋଟି ନିବେଶ

ମୋହନ ସରକାରଙ୍କ 100 ଦିନ, ରିପୋର୍ଟ କାର୍ଡ କେତେ ସଫଳ ?

Last Updated : Sep 20, 2024, 8:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.