ETV Bharat / snippets

OPSC: ଓପିଏସସି OCS-୨୦୨୨ ପରୀକ୍ଷା ଫଳ ପ୍ରକାଶ; ୧୩୬୭ କୃତକାର୍ଯ୍ୟ, ଏହି ଦିନ ସାକ୍ଷାତକାର ପରୀକ୍ଷା

author img

By ETV Bharat Odisha Team

Published : Aug 29, 2024, 8:45 PM IST

Odisha Civil Services Main Exam Results
Odisha Civil Services Main Exam Results (ETV Bharat Odisha)

କଟକ: ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବାର ମୁଖ୍ୟ ଲିଖିତ ପରୀକ୍ଷା ଫଳ । ଏହି ପରୀକ୍ଷାରେ ମୋଟ ୧୩୬୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୩ ଜଣ ମହିଳା ଅଛନ୍ତି । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ସାକ୍ଷାତକାର ପାଇଁ ମଧ୍ୟ ତାରିଖ ନିର୍ଦ୍ଧାରିତ କରିଛି ଓପିଏସସି । ଆସନ୍ତା ୯ ତାରିଖରୁ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶା ଲୋକସଭା ଆୟୋଗ ପକ୍ଷରୁ ଗତ ଫେବ୍ରୁଆରୀ ୨୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩ ତାରିଖରେ ଶେଷ ହୋଇଥିଲା । ୨୦୨୨-୨୩ ବର୍ଷର ପ୍ରଶାସନିକ ସେବା ବର୍ଗର ବିଭିନ୍ନ ପଦବୀ ପୂରଣ ପାଇଁ ଏହି ପରୀକ୍ଷା କରାଯାଇଛି । ମୁଖ୍ୟ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ପରୀକ୍ଷା ପରେ ନିଯୁକ୍ତି ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.