ଓଡିଶା

odisha

By ETV Bharat Odisha Team

Published : Jun 4, 2024, 3:35 PM IST

ETV Bharat / snippets

ମଣିପୁରରେ ଫୁଟିଲା ପଦ୍ମ ନା ହାତ ଧରିଲେ ରାଜ୍ୟବାସୀ ? -MANIPUR ELECTION RESULTS 2024

ମଣିପୁରରେ ଫୁଟିଲା ପଦ୍ମ ନା ହାତ ଧରିଲେ ରାଜ୍ୟବାସୀ ?
ମଣିପୁରରେ ଫୁଟିଲା ପଦ୍ମ ନା ହାତ ଧରିଲେ ରାଜ୍ୟବାସୀ ? (ETV Bharat Odisha)

ଇମ୍ଫାଲ:ଜାରି ରହିଛି ଲୋକସଭା ନିର୍ବାଚନ 2024 ମତଗଣନା । ହିଂସାକାଣ୍ଡ ପାଇଁ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସୁଥିବା ମଣିପୁରରେ କିଏ ମାରିଲା ବାଜି ? ରାଜ୍ୟବାସୀ କାହା ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ରାଜ୍ୟର 2ଟି ଲୋକସଭା ଆସନରେ ଆଗୁଆ ଅଛି କଂଗ୍ରେସ । ମଣିପୁରରେ କଂଗ୍ରେସ ପ୍ରାର୍ଥୀ ବିମୋଲ ଅକୋଇଜାମ ବିଜେପି ପ୍ରାର୍ଥୀ ଟି ବସନ୍ତ କୁମାର ସିଂଙ୍କଠାରୁ ଆଗରେ ରହିଛନ୍ତି । ସେହିପରି ଆଉଟର ମଣିପୁର ଆସନରେ ମଧ୍ୟ କଂଗ୍ରେସ ଆଗରେ ରହିଛି । 2019ରେ ରାଜ୍ୟରେ ବିଜେପି ଓ ଆଉଟର ମଣିପୁରରେ ନାଗା ପିପୁଲ୍ସ ଫ୍ରଣ୍ଟ (NPF) ବିଜୟୀ ହୋଇଥିଲା । ହିଂସାକାଣ୍ଡ ଯୋଗୁଁ ଗତ ବର୍ଷ ମେ 3 ତାରିଖରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ବିବାଦ ଯୋଗୁଁ 50ହଜାର ଘର ପୋଡି ପାଉଁଶ ହୋଇଥିବା ବେଳେ 225 ଲୋକ ମୃତ୍ୟୁବରଣ କରିଥିଲେ ।

ABOUT THE AUTHOR

...view details