ETV Bharat / snippets

ଗଣମାଧ୍ୟମ ସମ୍ମୁଖରେ ଅସୁସ୍ଥ ହୋଇପଡ଼ିଲେ ଏଚଡି କୁମାରସ୍ବାମୀ

author img

By ETV Bharat Odisha Team

Published : Jul 28, 2024, 10:22 PM IST

HD Kumaraswamy hospitalised
HD Kumaraswamy hospitalised (ETV Bharat Odisha)

ବେଙ୍ଗାଲୁରୁ: ଭାରୀ ଶିଳ୍ପ ମନ୍ତ୍ରୀ ଏଚଡି କୁମାରସ୍ବାମୀ ତଥା ଜେଡିଏସ ନେତା ଏଚଡି କୁମାରସ୍ବାମୀ ଅସୁସ୍ଥ । ମିଡିଆ ସହିତ କଥାବାର୍ତ୍ତା ସମ୍ମୁଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପୁଅ କୁମାରସ୍ବାମୀ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଜୟାନଗର ଅଞ୍ଚଳରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ତାଙ୍କ ପୁଅ ତଥା ଅଭିନେତାରୁ ରାଜନେତା ପାଲଟିଥିବା ନିଖିଲ କୁମାରସ୍ବାମୀ ଓ ଦଳର ଅନ୍ୟ ନେତା ହସ୍ପିଟାଲରେ ପହଞ୍ଚିଛନ୍ତି । ତାଙ୍କ ନାକରୁ ରକ୍ତସ୍ରାବ ହେବା ପରେ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଆଜି ସକାଳୁ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତେବେ ରକ୍ତସ୍ରାବ ହେବା ପରେ କେହି ଭୟଭୀତ ନ ହେବାକୁ ସେ କହିଥିଲେ । ଏହାପରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ମିଡିଆକୁ ସମ୍ବୋଧନ କରିବାକୁ କହି ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.