ETV Bharat / bharat

କେରଳ ମନ୍ଦିରରେ ଚାଲିଥିଲା ଉତ୍ସବ, ବାଣ ଦେକାନରେ ନିଆଁ ଲାଗି ବଡ଼ ବିସ୍ଫୋରଣ, ୧୫୦ ଗୁରୁତର - FIRECRACKER EXPLOSION IN TEMPLE

କେରଳ ନୀଲେଶ୍ବରମ ଭେରାର୍କାଭୁ ମନ୍ଦିରରେ ଉତ୍ସବ ସମୟରେ ବାଣ ବିସ୍ଫୋରଣ । ୧୫୦ରୁ ଅଧିକ ଆହତ, ମନ୍ଦିର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ।

firecracker Explosion during temple festival in kerala
firecracker Explosion during temple festival in kerala (ETV BHARAT ODISHA)
author img

By ETV Bharat Odisha Team

Published : Oct 29, 2024, 10:24 AM IST

ଥିରୁଅନନ୍ତପୁରମ(କେରଳ): ମନ୍ଦିରରେ ଚାଲିଥିଲା ପୂଜାର୍ଚ୍ଚନା । ଆଧ୍ୟତ୍ମିକ ପରିବେଶରେ ବୁଡି ରହିଥିଲେ ଭକ୍ତ । ସୁଖ କାମନା ପାଇଁ ଭଗବାନଙ୍କୁ ଆରଧନା କରୁଥିବା ବେଳେ ହଠାତ ମାଡି ଆସିଲା ଦୁଃଖ । କେରଳର କଶରଗୋଡର ନିକଟ ନୀଲେଶ୍ବରମରେ ଥିବା ଏକ ମନ୍ଦିରରେ ବାଣ ବିସ୍ଫୋରଣ ଘଟିଛି । ଏଥିରେ 150ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପୁରୁଷ ଥିବା ବେଳେ 8 ଜଣ ଗୁରୁତର ରହିଛନ୍ତି ।

ବାଣ ଦୋକାନରେ ନିଆଁ ଲାଗି ବିସ୍ଫୋରଣ:

ନୀଲେଶ୍ବରମ ନିକଟରେ ଥିବା ଭେରାର୍କାଭୁ ମନ୍ଦିର ନିକଟରେ ଏକ ବାଣ ଦୋକାନ ରହିଛି । ଗତକାଲି ବିଳମ୍ବିତ ରାତିରେ ଏଠାରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଥିଲା । ଜୀବନ ବଞ୍ଚାଇବାକୁ ମନ୍ଦିରରେ ଥିବା ଲୋକେ ଜୀବନ ବିକଳରେ ଦୌଡିବା ଆରମ୍ଭ କରି ଦେଇଥିଲେ । ସ୍ଥାନୀୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ମନ୍ଦିରରେ ଚାଲିଥିବା ପର୍ବକୁ ବାତିଲ କରି ତଦନ୍ତ ଆରମ୍ଭ କରିଥିଲେ । ପୋଲିସର କହିବା ଅନୁଯାୟୀ, 154 ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ଖବର ବର୍ତ୍ତମାନ ସୁଦ୍ଧା ଆସିନାହିଁ । ଗତକାଲି ବିଳମ୍ବିତ ରାତିରେ ମନ୍ଦିରରେ ପର୍ବ ଚାଲିଥିବା ବେଳେ ପ୍ରବଳ ଜନସମାଗମ ହୋଇଥିଲା । ଏହି ସମୟରେ ବାଣ ବିସ୍ଫୋରଣ ହୋଇଥିଲା ।

firecracker Explosion during temple festival in kerala (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଜିନ୍ଦଲ ଷ୍ଟିଲପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ଜଳିଲା ବ୍ଲାଷ୍ଟ ଫରନେସ୍‌

ଏହା ମଧ୍ୟ ପଢନ୍ତୁ-Safety Precautions: LPG ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିଲେ ସାବଧାନ ! ସତର୍କ ନହେଲେ ହେବେ ଅଘଟଣର ଶିକାର - LPG Gas Cylinder Safety Precautions

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବାଣ ରଖାଯାଇଥିବା ସ୍ଥାନ ଓ ବାଣ ଫୁଟାଉଥିବା ସ୍ଥାନ ମଧ୍ୟରେ ଯଥେଷ୍ଟ ଦୂରତା ନଥିବାରୁ ବାଣ ବିସ୍ଫୋରଣ ହୋଇଥିଲା । ଏକ ଲମ୍ବା ବାଣ ମାଳରେ ନିଆଁ ଲାଗିଯିବାରୁ ତାହା ବ୍ୟାପୀ ଯାଇଥିଲା । ଫଳରେ ବାଣ ଦୋକାନରେ ବିସ୍ଫୋରଣ ହୋଇଥିଲା । ଏହା ପରେ ସେଠାରେ ଥିବା ବହୁ ସଂଖ୍ୟକ ଲୋକ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନେକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଥାନାରେ ଅଟକ ମନ୍ଦିର ସଚିବ ଓ ସଭାପତି:

ଏହି ଦୁଃଖ ଘଟଣା ପରେ ମନ୍ଦିର 2ଦିନ ଧରି ଚାଲିବାକୁ ଥିବା ପର୍ବକୁ ବାତିଲ କରାଯାଇଛି । ସ୍ଥାନୀୟ ୱାର୍ଡ ସଦସ୍ୟମାନେ କହିଛନ୍ତି, ଏହି ପର୍ବରେ ଦୀର୍ଘ ସମୟ ପର୍ଯ୍ୟନେତ ଆତସବାଜି କରିବାର ପ୍ରଥା ନାହିଁ । ଯାହା ଫଳରେ ବିସ୍ଫୋରଣ ଘଟିଛି । ଏହି ଘଟଣାରେ ନୀଲେଶ୍ୱରମ୍ ପୋଲିସ ମନ୍ଦିର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ମନ୍ଦିରର ସଚିବ ଏବଂ ସଭାପତିଙ୍କୁ ପୋଲିସ ଅଟକ ରଖିଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ବିନା ଅନୁମତି ଏବଂ ନିରାପତ୍ତା ଉପରେ ଦୃଷ୍ଟି ଦିଆନଯାଇ ଆତସବାଜି କରାଯାଇଥିଲା। କଲେକ୍ଟର ତଥା ଜିଲ୍ଲା ପୋଲିସ୍ ମୁଖ୍ୟଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.