ETV Bharat / bharat

ମହାକୁମ୍ଭରୁ ଫେରୁଥିଲେ, ଟ୍ରାଭେଲରକୁ ପିଟିଲା ଟ୍ରକ୍‌, ୭ ମୃତ - ROAD ACCIDENT

ମହାକୁମ୍ଭରୁ ଫେରୁଥିବା ବେଳେ ଜବଲପୁର ନିକଟରେ ଟ୍ରାଭେଲରକୁ ଧକ୍କା ଦେଲା ସିମେଣ୍ଟ ବୋଝେଇ ଟ୍ରକ୍‌ । ୭ ଜଣଙ୍କ ମୃତ୍ୟୁ ।

ମହାକୁମ୍ଭରୁ ଫେରୁଥିଲେ, ଦୁର୍ଘଟଣାରେ ୭ ମୃତ
ମହାକୁମ୍ଭରୁ ଫେରୁଥିଲେ, ଦୁର୍ଘଟଣାରେ ୭ ମୃତ (ETV Bharat)
author img

By ETV Bharat Odisha Team

Published : Feb 11, 2025, 11:33 AM IST

Updated : Feb 11, 2025, 2:26 PM IST

ଭୋପାଳ: ମହାକୁମ୍ଭରୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରାଭେଲର (ମିନି ବସ୍)କୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆଜି ପୂର୍ବାହ୍ନ ପ୍ରାୟ 9ଟା ବେଳେ ଜବଲପୁର ସହରରୁ ପ୍ରାୟ 30 କି.ମି ଦୂରରେ ଜବଲପୁର-ପ୍ରୟାଗରାଜ ଜାତୀୟ ରାଜପଥ 30 ରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

  • ଟ୍ରକ ଧକ୍କାରେ ଟ୍ରାଭେଲର ଚୂରମାର

ସୂଚନା ଅନୁସାରେ, ମଧ୍ୟ ପ୍ରଦେଶର ଜବଲପୁର-ପ୍ରୟାଗରାଜ ୩୦-ନମ୍ବର ଜାତୀୟ ରାଜପଥରେ ମହାକୁମ୍ଭରୁ ଶ୍ରଦ୍ଧାଳୁଙ୍କୁ ଧରି ଫେରୁଥିବା ଏକ ଟ୍ରାଭେଲରକୁ ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଛି । ଏଥିରେ ଟ୍ରାଭେଲରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ 7 ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସମସ୍ତେ ଆନ୍ଧ୍ର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି । ଅନ୍ୟ ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନି । ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଜବଲପୁର ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ROAD ACCIDENT
ROAD ACCIDENT (ETV Bharat)
  • ମୃତକମାନେ ଆନ୍ଧ୍ର ଓ ତେଲେଙ୍ଗାନାର ବାସିନ୍ଦା :

ଏନେଇ ସ୍ଥାନୀୟ ‘ଏସଡିଓପି’ ପାରୁଲ ଶର୍ମା କହିଛନ୍ତି," ଦୁର୍ଘଟଣାଟି ସକାଳ ପ୍ରାୟ ୯ଟାରେ ଘଟିଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିରେ ଆନ୍ଧ୍ର ପ୍ରଦେଶର ପରିବହନ ପଞ୍ଜିକରଣ ନମ୍ବର ‘AP29 W 1525’ ରହିଛି । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଆନ୍ଧ୍ର ଓ ତେଲେଙ୍ଗାନାର ବାସିନ୍ଦା ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରାଭେଲର ପଛରେ ଆଉ ଏକ ଟ୍ରାଭେଲର ଥିଲା । ଏହାକୁ ମଧ୍ୟ ଟ୍ରକ ଧକ୍କା ଦେଇଥିଲା । କିନ୍ତୁ ଏୟାରବ୍ୟାଗ ଖୋଲିଯିବାରୁ ଏଥିରେ ବସିଥିବା ସମସ୍ତ ଲୋକ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଛନ୍ତି । କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସିହୋରା ହସ୍ପିଟାଲ ଏବଂ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ:-

ଓଡ଼ିଶାରେ ହେବ ୩ ଟ୍ରେନିଂ ସେଣ୍ଟର, ବିମାନ ଉଡାଣ ପ୍ରଶିକ୍ଷଣ ନେବେ NCC କାଡେଟ

ତ୍ରୁଟିପୂର୍ଣ୍ଣ ରୋଡ୍‌ ଇଞ୍ଜିନିଅରିଂ ନେଉଛି ମୁଣ୍ଡ !ବ୍ରହ୍ମପୁରରେ ସମାଧାନ କରିବ IIT ମାଡ୍ରାସ ଟିମ୍‌

ଅଧାରେ ରହିଲା ମହାକୁମ୍ଭ ବୁଡ, କାର ଦୁର୍ଘଟଣାରେ ଚାଲିଗଲା 8 ଜୀବନ

ଦୁର୍ଘଟଣା ସମ୍ପର୍କରେ ଜବଲପୁର ଅତିରିକ୍ତ ଏସପି ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି, "ସିହୋରା ଥାନାଠାରୁ ୫ କିଲୋମିଟର ଦୂରରେ ଏକ ଟ୍ରକ ରଙ୍ଗ ସାଇଡକୁ ଯାଇ ଟ୍ରାଭେଲରକୁ ଧକ୍କା ଦେଇଥିଲା । ଟ୍ରାଭେଲରଟି ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନଙ୍କ ପରିଚୟ ମିଳିନାହିଁ ।"

ROAD ACCIDENT
ROAD ACCIDENT (ETV Bharat)

ପୁଣି ଏକ ଦୁର୍ଘଟଣା, ୨ ମୃତ୍ୟୁ:

ସେପଟେ ମଧ୍ୟ ପ୍ରଦେଶର ମୈହାର ଜିଲ୍ଲାର ଅମରପାଟନ ଜାତୀୟ ରାଜପଥ ୩୦ରେ ଆଉ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ କାର ଏକ ଡିଭାଇଡରକୁ ଧକ୍କା ଦେଇଛି । ଦୁର୍ଘଟଣାରେ କାରରେ ଥିବା ୨ ଜଣଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରରେ ଥିବା ସମସ୍ତ ଲୋକ ପ୍ରୟାଗରାଜ ମହାକୁମ୍ଭରେ ସ୍ନାନ କରି ଇନ୍ଦୋରକୁ ଫେରୁଥିଲେ । ମହାକୁମ୍ଭରୁ ଫେରିବା ସମୟରେ ନାଦାନ ଦେହାତ ଥାନା ଅଞ୍ଚଳର ଜାତୀୟ ରାଜପଥରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।

ଇଟିଭି ଭାରତ, ବ୍ୟୁରୋ

Last Updated : Feb 11, 2025, 2:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.