ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିଅର ଲିଗ (ଆଇପିଏଲ) ଆରମ୍ଭ ଅପେକ୍ଷାରେ ଫ୍ୟାନ୍ସ । ଗତ ନଭେମ୍ବରରେ ଆଇପିଏଲ 2025 ମେଗା ଅକ୍ସନ ଆୟୋଜିତ ହୋଇଥିଲା । 10ଟି ଫ୍ରାଞ୍ଚାଇଜି ନିଜ ନିଜର ଖେଳାଳୀଙ୍କ ନାଁ ବି ଫାଇନାଲ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲର ଆଗାମୀ ସିରିଜର ତାରିଖ ଘୋଷଣା ହୋଇନାହିଁ । ଆଇପିଏଲ ଆୟୋଜିତ କରୁଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବର୍ତ୍ତମାନ ସୁଦ୍ଧା ଆଇପିଏଲ 2025ର ସିଡ୍ୟୁଲ ଅଧିକାରିକ ଭାବେ ଘୋଷଣା କରି ନାହାନ୍ତି । କିନ୍ତୁ କ୍ରିକବଜ ରିପୋର୍ଟ ଅନୁସାରେ ବିସିସିଆଇ ମୁଖ୍ୟ ମ୍ୟାଚର ତାରିଖ ଫ୍ରାଞ୍ଚାଇଜି ସହ ସେୟାର କରିଛନ୍ତି ।
🚨 FIRST MATCH OF IPL 2025 🚨
— Johns. (@CricCrazyJohns) February 13, 2025
- KKR takes on RCB on March 22nd at Eden Gardens...!!!!! [Cricbuzz] pic.twitter.com/MOGV7puMsj
- ମାର୍ଚ୍ଚ 22ରୁ ଆଇପିଏଲ 2025
ଆସନ୍ତା ମାର୍ଚ୍ଚ 22ରେ ଆଇପିଏଲ 2025 ଆରମ୍ଭ ହେବ । ଆଇପିଏଲ 2025ର 18ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ 22 ରେ କୋଲକତାର ଇଡେନ ଗାର୍ଡେନରେ ଆରମ୍ଭ ହେବ । ଆଇପିଏଲ 2025ର ଓପନିଂ ମ୍ୟାଚରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ସେହିପରି ଆଇପିଏଲ 2025ରେ ଆଇପିଏଲ 2024 ରନର୍ସଅପ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ନିଜର ଅଭିଯାନ ଘରୋଇ ମଇଦାନ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରୁ କରିବ । ମାର୍ଚ୍ଚ 23ରେ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସ (ଆରଆର)କୁ ଟକ୍କର ଦେବ । ଏହି ମୁକାବିଲା ଚଳିତ ସିଜିନରେ ଏସଆରଏଚର ପ୍ରଥମ ହୋମ୍ ମ୍ୟାଚ୍ ହେବ ।
IPL 2025 UPDATES (Cricbuzz):
— Mufaddal Vohra (@mufaddal_vohra) February 13, 2025
- RCB Vs KKR on 22nd March.
- SRH Vs RR on 23rd March.
- RR Vs KKR on 26th and RR Vs CSK on 30th March in Guwahati.
- Dharamshala likely to host 3 matches.
- Qualifier 1 & Eliminator in Hyderabad.
- Final on 25th May in Kolkata. pic.twitter.com/Rp3vhkpi1w
- ଏଥର ବି ଆରଆର ର ହୋମ ଗ୍ରାଉଣ୍ଡ ଗୌହ୍ବାଟୀ
ସେପଟେ ଗତ ସିଜିନ ଭଳି ଆଇପିଏଲ 2025ରେ ରାଜସ୍ଥାନ ରୟାଲ୍ସ ପାଇଁ ଦ୍ବିତୀୟ ହୋମ ଗ୍ରାଉଣ୍ଡ ହେବ ଗୌହ୍ବାଟି । ରୟାଲ୍ସ ସେଠାରେ ଦୁଇଟି ମ୍ୟାଚ ଖେଳିବ । 26 ମାର୍ଚ୍ଚରେ କୋଲକତା ନାଇଟ ରାଇଡର୍ସ ଓ ମାର୍ଚ୍ଚ 30କୁ ଚେନ୍ନାଇ ସୁପର କିଙ୍ଗସ ସହ ମୁହାଁମୁହିଁ ହେବ ରାଜସ୍ଥାନ ରୟାଲ୍ସ । ହାଇଦ୍ରାବାଦ ଓ କୋଲକତାରେ ହେବ ପ୍ଲେଅଫ୍ ମ୍ୟାଚ । ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ ରେ କ୍ବାଲିଫାୟାର 1 ଓ ଏଲିମିନେଟର ମଧ୍ୟରେ ମ୍ୟାଚ ଖେଳାଯିବ । ସେହିପରି କ୍ବାଲିଫାୟାର 2 ଓ ଫାଇନାଲ ଟିମ ମଧ୍ୟରେ କୋଲକତାର ଇଡେନ ଗାର୍ଡେନରେ ମ୍ୟାଚ ଖେଳାଯିବ । ଆସନ୍ତା ମେ 25ରେ ଫାଇନାଲ ମୁକାବିଲା ଖେଳାଯିବ । ରିପୋର୍ଟ ଅନୁସାରେ କୋଲକତାର ଇଡେନ ଗାର୍ଡନରେ ଫାଇନାଲ ମ୍ୟାଚ ଖେଳାଯିବ ।
UPDATES ON IPL 2025. [Cricbuzz]
— Johns. (@CricCrazyJohns) February 13, 2025
First match - Kolkata.
Qualifier 1 - Hyderabad.
Eliminator - Hyderabad.
Qualifier 2 - Kolkata.
Final - Kolkata. pic.twitter.com/tx3mCLIKkO
ବିସିସିଆଇ ପ୍ରସାରକଙ୍କ ଅନୁରୋଧରେ ଆଇପିଏଲର ତାରିଖରେ ପରିବର୍ତ୍ତନ କରିଥିଲେ । 12 ଜାନୁଆରୀରେ ମୁମ୍ବାଇରେ ଏକ ବୈଠକ ପରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସଂକେତ ଦେଇଥିଲ ଯେ ଆଇପିଏଲ 2025 ଆସନ୍ତା 23 ମାର୍ଚ୍ଚରେ ଆରମ୍ଭ ହେବ । କିନ୍ତୁ ବିସିସିଆଇ ସେବେଠୁ ସିଡ୍ୟୁଲରେ ପରବର୍ତ୍ତନ କରିଛନ୍ତି । ସୁତ୍ର ଅନୁସାରେ ଆଇପିଏଲ ଶନିବାର ଦିନ ଆରମ୍ଭ କରିବାକୁ ପ୍ରସାରକ ମାନେ ଅନୁରୋଧ କରିଥିଲେ । ଆଗାମୀ କିଛି ଦିନ ମଧ୍ୟରେ ଆଇପିଏଲ 2025ର ସମ୍ପୂର୍ଣ୍ଣ ବିବରଣୀ ଜାରି କରିବାର ଆଶା କରାଯାଉଛି ।
🚨 BIG UPDATES ON IPL 2025: (Cricbuzz).
— Tanuj Singh (@ImTanujSingh) February 13, 2025
- First Match, RCB vs KKR.
- Second Match, SRH vs RR.
- Final on 25th May at Eden Gardens.
- Qualifier 1 in Hyderabad.
- Eliminator in Hyderabad.
- CSK vs RR at Guwahati. pic.twitter.com/i0uL7IEgSt
ଆଇପିଏଲ 2025 ଭେନ୍ୟୁ
- ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମ୍ମଦାବାଦ
- ୱାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
- ଏମଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
- ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
- ଇକାନା ଷ୍ଟାଡିୟମ, ଲକ୍ଷ୍ନୌ
- ମୁଲ୍ଲାମ୍ପୁର ଷ୍ଟାଡିୟମ, ମୋହାଲୀ
- ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ
- ସବାଇ ମାନ ସିଂହ ଷ୍ଟାଡିୟମ, ଜୟପୁର
- ଇଡେନ ଗାର୍ଡେନ, କୋଲକାତା
- ରାଜୀବ ଗାନ୍ଧୀ ଷ୍ଟାଡିୟମ, ହାଇଦ୍ରାବାଦ
- ବାରସାପରା ଷ୍ଟାଡିୟମ, ଗୌହ୍ବାଟୀ
- ଏଚପିସିଏସ ଷ୍ଟାଡିୟମ, ଧର୍ମଶାଳା
ଏହା ମଧ୍ୟ ପଢନ୍ତୁ ଆଇପିଏଲ 2025: RCBର ନୂଆ ଅଧିନାୟକ ରଜତ ପଟିଦାର
ଏହା ମଧ୍ୟ ପଢନ୍ତୁ ପୁଣି କମ୍ପିବ ବାରବାଟୀ, ଫେବୃଆରୀ 16ରୁ ସେଲିବ୍ରିଟି କ୍ରିକେଟ ଲିଗ୍