ଭୁବନେଶ୍ବର: ଚାଲି ପାରିଲାନି ଗୃହ । ଅପରାହ୍ନ 4ଟା ଯାଏଁ ଗୃହ ମୂଲତବୀ । ଚାଷୀ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗୃହ ବାରମ୍ବାର ମୁଲତବୀ । ବିରୋଧୀଙ୍କ ହଟଗୋଳ ଯୋଗୁ ପ୍ରଥମାର୍ଦ୍ଧରେ ଚାଲି ପାରିଲାନି ଗୃହ। 4ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଶୂନ୍ୟ କାଳରେ ବି ସମାନ ସ୍ଥିତି। ଚାଷୀ ମୃତ୍ୟୁକୁ ନେଇ ବିରୋଧୀ ବିଜେଡିର ହୋହଲ୍ଲା ପଦର୍ଶନ । ଗୃହ ମଧ୍ୟ ଭାଗକୁ ଆସି ଚାଷୀ ମାରଣ ନୀତି ଚଳିବ ନାହିଁ ନାରା ଦେଲେ ବିଜେଡି ବିଧାୟକ । ମିଲର ଓ ସରକାରଙ୍କ ମଧୁ ଚନ୍ଦ୍ରିକା ଚାଲିଥିବା କହି ପୋଡିୟମ ତଳେ ହଟ୍ଟଗୋଳ କଲା ବିଜେଡି ।
ସେପଟେ ନିଜ ଆସନରେ ବସିବାକୁ ବିଜେଡି ବିଧାୟକଙ୍କୁ ଅନୁରୋଧ କଲେ ବାଚସ୍ପତି । ସ୍ଥିତି ସମାନ ରହିବାରୁ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବି ଘୋଷଣା। ଗୃହ ଆରମ୍ଭରୁ ବିଜୁ ଜନତା ଦଳ ସଦସ୍ୟ ମାନେ ରାଜ୍ୟରେ ଚାଷୀ ସମସ୍ୟା ନେଇ ବିକ୍ଷୋଭ ପଦର୍ଶନ କରିଥିଲେ। ସେହିପରି ବିରୋଧୀ କଂଗ୍ରେସ ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ରାଜ୍ୟରେ ଚାଷୀ ଆଜି ହତାଶ, ଧାନ ମଣ୍ଡିରୁ ଧାନ ଉଠି ପାରୁନି। ମିଲର ମାନଙ୍କ ମନମାନି ଯୋଗୁ ଚାଷୀ କ୍ଷତିଗ୍ରସ୍ତ। ମଣ୍ଡିରେ ବ୍ୟାପକ କଟନୀ ଛଟନୀ ହେଉଛି । ସରକାର ଏହାକୁ ରୋକିବାରେ ବିଫଳ ହୋଇଛନ୍ତି ,ତେବେ ଏହାର ବିରୋଧ କରି ବିଜୁ ଜନତା ଦଳ ସଦସ୍ୟ ମାନେ ଗୃହରେ ଅସନ୍ତୋଷ ବ୍ୟକ୍ତ କରି ହୋହଲ୍ଲା କରିଥିଲେ । ଫଳରେ ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।
କଂଗ୍ରେସ ମଧ୍ୟ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ନେଇ କଡା ଅଭିମୁଖ୍ୟ ଗ୍ରହଣ କରିଥିଲା। ଆରମ୍ଭରୁ କଂଗ୍ରେସ ରାଜ୍ୟ ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ବୋଲି ଅଭିଯୋଗ କରି ବିରୋଧ ପଦର୍ଶନ କରିଥିଲା। ଫଳରେ ଗୃହ ଚାଲି ପାରିନଥିଲା। ଶୂନ୍ୟ କାଳରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରିଲା ନାହିଁ। ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
- 12ଟା ଯାଏଁ ଗୃହ ମୁଲତବୀ ହୋଇଥିଲା
ପୂର୍ବରୁ ବାଚସ୍ପତି 12 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଉ ପୁଣି 12 ଟାରେ ଆରମ୍ଭ ହେବା କ୍ଷଣି ବିରୋଧୀ ପୁଣି ହୋହଲ୍ଲା କରିଥିଲେ। ବାଚସ୍ପତି ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ। ହେଲେ ବିରୋଧୀ ନଶୁଣିବାରୁ ବାଚସ୍ପତି ଗୃହକୁ 4 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ। ସୂଚନା ଥାଉ କି କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ଚାଷୀ ସମସ୍ୟା, ମଣ୍ଡି ଅବ୍ୟବସ୍ଥାକୁ ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିଲା। ହେଲେ ବିରୋଧୀଙ୍କ ହଟଗୋଳ ଯୋଗୁ ଗୃହ ଚାଲିପରିଲା ନାହିଁ । ଫଳରେ ଆଲୋଚନା ବାଧାପ୍ରାପ୍ତ ହେଲା ଆଉ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।
- ବିଜେପି ବିଜେଡି ମିଶିଛନ୍ତି
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଜାମ କହିଛନ୍ତି ଯେ ‘‘ରାଜ୍ୟପାଳ ନିଜ ଅଭିଭାଷଣରେ ଚାଷୀଙ୍କ କଥା ଉଲ୍ଲେଖ କରିନଥିଲେ । ଆମେ ଚାଷୀଙ୍କ କଥା ଉଠାଇବା ବେଳେ ବିଜେଡି ଜାଣିଶୁଣି ହୋହଲ୍ଲା କରିଥିଲା । ବିଜେଡି କୁମ୍ଭୀର କାନ୍ଦଣା କରି ଆଲୋଚନା କରାଇ ଦେଲାନି। ବିଜେଡି ବିଜେପି ଦୁଇ ଦଳ ମିଶିକି ଅଛନ୍ତି । ଆମେ ମୁଲତବୀ ପ୍ରସ୍ତାବ ଆଣିଥିଲୁ ଅର୍ଥାତ ଆମେ ଆଲୋଚନା କରିବା ପାଇଁ ଚାହିଁଥିଲୁ । କିନ୍ତୁ ସେମାନେ ଜାଣିଶୁଣି କରେଇ ଦେଲେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ‘‘ଦେଶର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଉଭୟ ଆଦବାସୀ । କିନ୍ତୁ ଲକ୍ଷ୍ମୀପୁର ଗଣଦୁଷ୍କର୍ମ ମାମଲାରେ ଆଦିବାସୀ ବା ଦଳିତଙ୍କୁ କିଛି ନ୍ୟାୟ ମିଳିଲାନି’’ ।
ଏହା ମଧ୍ୟ ପଢନ୍ତୁ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ଖୋଲିବେ ବଜେଟ ପେଡ଼ି, ଏଥର ୩ ଲକ୍ଷ କୋଟି ଛୁଇଁପାରେ ଆକାର
ଏହା ମଧ୍ ପଢନ୍ତୁ ଶିକ୍ଷିତ ପତ୍ନୀ ଘରେ ବସି ଭରଣପୋଷଣ ଦାବି କରିପାରିବେ ନାହିଁ: ହାଇକୋର୍ଟ
- ଆଜିଠୁ ବଜେଟ ଅଧିବେଶନ
ଆଜିଠୁ ଆରମ୍ଭ ହୋଇଛି ଓଡିଶା ବିଧାନସଭାର ବଜେଟ ଅଧିବେଶନ । ଆସନ୍ତା ୧୭ ତାରିଖରେ 2025-26 ଆର୍ଥିକ ବର୍ଷ ଲାଗି ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ।