ETV Bharat / state

'କେନ୍ଦ୍ରକୁ ପଠାଯିବ 'ଦାନା' କ୍ଷୟକ୍ଷତି ରିପୋର୍ଟ', ବାତ୍ୟାଞ୍ଚଳ ବୁଲିବା ପରେ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା - CM REVIEWED CYCLONE SITUATION

ଆକାଶ ମାର୍ଗରୁ ବାତ୍ୟା 'ଦାନା' କ୍ଷୟକ୍ଷତି ଆକଳନ ପରେ ବାଲେଶ୍ବରରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁନରୁଦ୍ଧାର ଏବଂ ବିଜୁଳି ସଂଯୋଗକୁ ଗୁରୁତ୍ବ ।

ଆକାଶମାର୍ଗରୁ ଅନୁଧ୍ୟାନ ପରେ ବାଲେଶ୍ୱରରେ ବାତ୍ୟା ‘ଦାନା’ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଆକାଶମାର୍ଗରୁ ଅନୁଧ୍ୟାନ ପରେ ବାଲେଶ୍ୱରରେ ବାତ୍ୟା ‘ଦାନା’ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Oct 29, 2024, 9:30 AM IST

ବାଲେଶ୍ବର: ଆକାଶମାର୍ଗରୁ ବାତ୍ୟା ଓ ଏହାର ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିବା ପରେ ବାଲେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମୀକ୍ଷା ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆକାଶମାର୍ଗରୁ ସଦର, ସିମୁଳିଆ, ସୋର, ଖଇରା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କରିଥିଲେ ।

ବାତ୍ୟା ମୁକାବିଲାକୁ ପ୍ରଶଂସା, ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ବ:-

ବୈଠକ ପ୍ରାରମ୍ଭରେ ଉପସ୍ଥିତ ଥିବା ସମସ୍ତ ବିଧାୟକ ନିଜ ନିଜ ନିର୍ବାଚନୀ ମଣ୍ଡଳୀରେ ବାତ୍ୟା ଓ ବନ୍ୟା ସମ୍ପର୍କିତ ପୁନଃରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ବାତ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ନେତୃତ୍ୱର ପ୍ରୟାସକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା କ୍ଷୟକ୍ଷତିକୁ ରୋକିବା ପାଇଁ ବ୍ୟାପକ ହେନ୍ତାଳ ବନ ପାଇଁ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଘରଭଙ୍ଗା କ୍ଷୟକ୍ଷତି ରିପୋର୍ଟ ଯଥାଶୀଘ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଯେଉଁ ଅଞ୍ଚଳରେ ବିଜୁଳି ସଂଯୋଗ ହୋଇପାରୁନାହିଁ, ସେଠାରେ ଦ୍ରୁତ ଗତିରେ ବିଜୁଳି ସଂଯୋଗର ପୁନରୁଦ୍ଧାର କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଆକାଶମାର୍ଗରୁ ଅନୁଧ୍ୟାନ ପରେ ବାଲେଶ୍ୱରରେ ବାତ୍ୟା ‘ଦାନା’ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-

ବାତ୍ୟା ଦାନା ସଂପର୍କିତ ଏସବୁ ଖବର ପଢ଼ନ୍ତୁ-

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ଆକଳନ କଲେ 'ଦାନା' କ୍ଷୟକ୍ଷତି

ବାତ୍ୟା ପରେ ବାଲେଶ୍ୱରରେ ବନ୍ୟା ସ୍ଥିତି, ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ

'ଦାନା' ଛଡାଇ ନେଲା ଚାଷୀଙ୍କ ବର୍ଷକ ଯାକର ଦାନା

ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

  • ୨ ଦିନ ଆକାଶମାର୍ଗରୁ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ‘ଦାନା’କୁ ନେଇ ଗତ ଦୁଇଦିନ ହେଲା ମୁଖ୍ୟମନ୍ତ୍ରୀ ଆକାଶମାର୍ଗକୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ରବିବାର ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଧୀ ପାରାଦ୍ବୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲି ଅଞ୍ଚଳର ବାତ୍ୟା ଓ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ତାଙ୍କ ସହ ଉପସ୍ଥିତ ଥିଲେ । ସେହିପରି ଗତକାଲି ସେ ଉତ୍ତର ଓଡିଶାରେ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିଥିଲେ । ବାଲେଶ୍ବର ସଦର, ସିମୁଳିଆ, ସୋର, ଖଇରା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ, ସ୍ଥାନୀୟ ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ହେଲିକପ୍ଟରରେ ଉପସ୍ଥିତ ଥିଲେ ।

ଆକାଶମାର୍ଗରୁ ଅନୁଧ୍ୟାନ ପରେ ବାଲେଶ୍ୱରରେ ବାତ୍ୟା ‘ଦାନା’ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଆକାଶମାର୍ଗରୁ ଅନୁଧ୍ୟାନ ପରେ ବାଲେଶ୍ୱରରେ ବାତ୍ୟା ‘ଦାନା’ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
  • ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ:

ବାତ୍ୟା ‘ଦାନା’ ପ୍ରଭାବରେ 14 ଜିଲ୍ଲାର ପ୍ରାୟ 36 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ପ୍ରାଥମିକ ରିପୋର୍ଟ ଆସିଛି । ତେବେ ନଭେମ୍ବର 2 ସୁଦ୍ଧା କ୍ଷୟକ୍ଷତି ଆକଳନ କରି ବିସ୍ତୁତ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ ପଠାଯିବ । କେନ୍ଦ୍ରୀୟ ଟିମ ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ଆସିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.