ETV Bharat / technology

ଭାରତରେ Kia Syros SUVର ବୁକିଂ ଆରମ୍ଭ; କେବଳ 25ହଜାର ଦେଇ କରନ୍ତୁ ବୁକ୍‌ - KIA SYROS BOOKINGS OPEN

ନୂଆ Kia Syros SUVର ବୁକିଂ ଭାରତରେ ଆଜିଠୁ ଲାଇଭ୍‌ ହୋଇଛି । ଏହି କାରକୁ ଆଗ୍ରହୀ ଗ୍ରାହକ କିଆ ଅଫିସିଆଲ ୱେବସାଇଟ୍‌ ବା ନିକଟ ଶୋ'ରୁମରେ ଆଗୁଆ ବୁକ୍‌ କରିପାରିବେ ।

KIA SYROS BOOKINGS OPEN
KIA SYROS BOOKINGS OPEN (Photo Credit- Kia)
author img

By ETV Bharat Tech Team

Published : Jan 3, 2025, 2:24 PM IST

ହାଇଦ୍ରାବାଦ: Kia India ନିକଟରେ ଭାରତୀୟ ବଜାରରେ ନୂଆ କାର Kia Syrosକୁ ପରିଚିତ କରିଥିଲା । କମ୍ପାନୀ ଏହି କାରର ଦାମ ସମ୍ପର୍କରେ ଫେବୃଆରୀ 1 ତାରିଖରେ କରିବ । କିନ୍ତୁ ଏବେ କମ୍ପାନୀ ଏହି କାରର ବୁକିଂ ଆଜି (ଶୁକ୍ରବାର)ଠୁ ଆରମ୍ଭ କରିଛି । ଯଦି ଆପଣ ଏହି କାରକୁ କିଣିବାକୁ ଚାହୁଁଛନ୍ତି, ତେବେ ମାତ୍ର 25 ହଜାର ଟଙ୍କା ଦେଇ ଏହି କାରକୁ ଆଗୁଆ ବୁକ୍‌ କରିପାରିବେ । ଲଞ୍ଚ ହେବା ପରେ ଏହି କାର Kia ଲାଇନଅପ୍‌ର Sonet ଓ Seltos ସହ ସାମିଲ ହେବ ।

Kia Syros: ବୁକିଂ, ଡେଲିଭରି ଡେଟ୍‌ ଓ ଦାମ

ଆପଣ ଏହି କାରକୁ ଟୋକନ୍‌ ଏମାଉଣ୍ଟ ଭାବରେ 25 ହଜାର ଟଙ୍କା ଦେଇ ବୁକ୍‌ କରିପାରିବେ । ଏଥିଲାଗି ଆପଣଙ୍କୁ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ନଚେତ ନିକଟସ୍ଥ କିଆ ଶୋ'ରୁମକୁ ଯିବାକୁ ପଡ଼ିବ । ଏହି ସବକମ୍ପାକ୍ଟ SUVର ଡେଲଭରି ଆସନ୍ତା ମାସରୁ ଆରମ୍ଭ ହେବ । ଏହାର ଦାମର ଖୁଲାସା ଫେବୃଆରୀ 1, 2025ରେ ହେବ । ଏହି କାରର ପ୍ରାରମ୍ଭିକ ମୂଲ୍ୟ 10ଲକ୍ଷ (ଏକ୍ସ ଶୋ'ରୁମ) ଟଙ୍କା ହୋଇପାରେ ବୋଲି ଆଶା କରାଯାଉଛି । ଏହି କାରକୁ ଜାନୁଆରୀ 17ରେ ଭାରତ ମୋବିଲିଟି ଶୋ'ରେ ପ୍ରଦର୍ଶିତ କରାଯାଇପାରେ ।

Kia Syros: ଭାରିଏଣ୍ଟ ଓ କଲର

କିଆ ସାଇରସ୍‌ କାର ଭାରତରେ 6ଟି ଭାରିଏଣ୍ଟ: HTX, HTX+, HTX+ Optional, HTK, HTK Optional ଓ HTK+ରେ ଉପଲବ୍ଧ ହେବ । ଏହାସହିତ କାରଟି 8ଟି ସିଙ୍ଗଲ-ଟୋନ୍‌ ଏକ୍ସଟିରିଅର କଲର ଅପସନ ସହିତ ଆସିପାରେ । ଏହାସହିତ କାରଟି ବ୍ଲାକ୍‌ ଓ ଗ୍ରେ ଡୁଆଲ୍‌-ଟୋନ୍‌ ଥିମ ସହିତ ମଧ୍ୟ ଆସିବ ।

Kia Syros: ଫିଚର

ଏଥିରେ ଗ୍ରାହକଙ୍କୁ ଅନେକ ଅତ୍ୟାଧୁନିକ ଫିଚର ମିଳିବାକୁ ଯାଉଛି । ଏଥିରେ 30-ଇଞ୍ଚର ପାନୋରୋମିକ୍‌ ଡୁଆଲ ସ୍କ୍ରିନ୍‌ ସେଟଅପ୍‌, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଟଚସ୍କ୍ରିନ୍‌ ଇନଫୋଟେନମେଣ୍ଟ ସିଷ୍ଟମ ମିଳିପାରେ । ଏହା ୱେୟାରଲେସ୍‌ Apple CarPlay ଓ Android Autoକୁ ସପୋର୍ଟ କରିବ । ଏହାବ୍ୟତୀତ କାରରେ ୱେୟାରଲେସ୍‌ ଚାର୍ଜର, ଦୁଇଟି USB ଚାର୍ଜିଂ ପୋର୍ଟ, ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ, ରିଅର ସିଟ୍‌ ମିଳିବ । ଏହାସହିତ କାରରେ ଡୁଆଲ୍‌-ପ୍ୟାନେଲ ପାନାରୋମିକ୍‌ ସନରୁଫ୍‌ ମଧ୍ୟ ଅଫର କରିଛି କମ୍ପାନୀ ।

କଣ ମିଳିବ ସୁରକ୍ଷା ସମ୍ବନ୍ଧୀୟ ଫିଚର ?

ଯାତ୍ରୀଓ ଡ୍ରାଇଭରଙ୍କ ସୁରକ୍ଷା କଥା ଚିନ୍ତା କଲେ, କମ୍ପାନୀ ପକ୍ଷରୁ ଏହି କାରରେ Level 2 ADAS, ହିଲ୍‌ ଷ୍ଟାର୍ଟ ଆସିଷ୍ଟ, ଇଲେକଟ୍ରୋନିକ୍‌ ଷ୍ଟାବିଲିଟି କଣ୍ଟ୍ରୋଲ୍‌, 6ଟି ଏୟାରବ୍ୟାଗ୍‌, 360 ଡିଗ୍ରୀ ପାର୍କିଂ କ୍ୟାମେରା, ଫ୍ରଣ୍ଟ ପାର୍କିଂ ସେନ୍ସର ଓ ଅନେକ କିଛି ମିଳିବାକୁ ଯାଉଛି ।

Kia Syros: ସ୍ପେଶିଫିକେସନ

ଏଥିରେ କମ୍ପାନୀ ପକ୍ଷରୁ 2ଟି ଇଞ୍ଜିନ ଅପସନ ରହିବ । 1.0 ଲିଟର ଟର୍ବୋଚାର୍ଜଡ୍‌ ପେଟ୍ରୋଲ ଇଞ୍ଜିନ 118bhp ପାୱାର ଓ 172Nm ଟର୍କ ଉତ୍ପାଦନ କରୁଥିବା ବେଳେ 1.5 ଲିଟର ଇଞ୍ଜିନ 116bhp ପାୱାର ଓ 250Nm ଟର୍କ ଉତ୍ପାଦନ କରିଥାଏ । କାରର ପେଟ୍ରୋଲ ଭାରିଏଣ୍ଟ 6-ସ୍ପିଡ୍‌ ମ୍ୟାନୁଆଲ୍‌ ଓ 7-ସ୍ପିଡ୍‌ DCT ଟ୍ରାନ୍ସମିଶନ ସହ ଆସିବାକୁ ଥିବା ବେଳେ ଡିଜେଲ ଇଞ୍ଜିନ 6-ସ୍ପିଡ୍‌ ମ୍ୟାନୁଆଲ ଓ 6-ସ୍ପିଡ ଟର୍କ କନଭର୍ଟର ଗିଅରବକ୍ସ ସହ ଆସିବ ।

ଏହା ବି ପଢନ୍ତୁ
  1. ଭାରତୀୟ ବଜାରରେ Kia Syrosର ଖୁଲାସା; ଜାଣନ୍ତୁ କେବେଠୁ ବିକ୍ରି
  2. Kia Sonetର ସେଲ୍‌ରେ ରେକର୍ଡ; 1ଲକ୍ଷ ୟୁନିଟ ବିକ୍ରି ସଂଖ୍ୟା ପାର୍‌, ସନରୁଫ୍‌ର ଅଧିକ ଚାହିଦା
  3. ନୂଆବର୍ଷରେ ମାର୍କେଟରେ ଧମାକା; ଲଞ୍ଚ ହେବ ଏହି ଦମଦାର କାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.