ହାଇଦ୍ରାବାଦ: ସିଡନୀ ଟେଷ୍ଟର ପ୍ରଥମ ଦିନରେ ପ୍ରଥମ ଇନିଂସ ଶେଷ କଲା ଟିମ୍ ଇଣ୍ଡିଆ । କଙ୍ଗାରୁ ଦଳର ଘାତକ ବୋଲିଂ ଆଗରେ ଚିତ୍ପଟାଙ୍ଗ ଭାରତୀୟ ବ୍ୟାଟର । କାମ ଦେଲାନି ବୁମରାଙ୍କ ରଣନୀତି । ସ୍କଟ ବୋଲାଣ୍ଡ ଓ ମିଚେଲ ଷ୍ଟାର୍କଙ୍କ ବଲରେ ଘାଇଲା ହୋଇ ଆଉଟ ହେଲେ ଜଣଙ୍କ ପରେ ଜଣେ ବ୍ୟାଟର । ରନ୍ କରିବାରେ ଟପ୍ ଅର୍ଡର, ମିଡିଲ ଅର୍ଡର ଫେଲ । ସର୍ବାଧିକ ୪୦ ରନ କରିଛନ୍ତି ଋଷଭ ପନ୍ତ । ୭୨.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୮୫ ରନରେ ଅଲଆଉଟ ହେଲା ଭାରତ । ଏବେ କେବଳ ବୋଲରଙ୍କ ଉପରେ ଭାରତୀୟ ଦଳର ଭାଗ୍ୟ । ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୩ ଓଭର ବ୍ୟାଟିଂ କରି ଗୋଟିଏ ଓ୍ବିକେଟ ହରାଇ ୯ ରନ କରିଛି । ବୁମରା ନେଲେ ପ୍ରଥମ ଓ୍ବିକେଟ ।
କଙ୍ଗାରୁ ଦଳର ବୋଲିଂରେ ଚିତପଟାଙ୍ଗ ଭାରତୀୟ ଖେଳାଳି:
Australian pacers with a commanding display to restrict India on the first day 🙌#WTC25 | Follow #AUSvIND live ➡️ https://t.co/KKLsgkcy4j pic.twitter.com/xACwqkWsWb
— ICC (@ICC) January 3, 2025
ଆଜି ସକାଳ ୫ଟା ସମୟରେ ସିଡନୀ ଗ୍ରାଉଣ୍ଡରେ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଥିଲା । ଏକାଦଶରୁ ବାଦ ପଡିଥିଲେ ରୋହିତ ଶର୍ମା, ଦଳର ଅଧିନାୟକ ହୋଇଥିଲେ ବୁମରା। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ବୁମରା ବାହିନୀ । ଆଶା କରାଯାଉଥିଲା ଏଥର ଦଳର ବ୍ୟାଟିଂରେ ସୁଧାର ଆସିବ। କିନ୍ତୁ ପୂର୍ବ ପରି ସମାନ ସ୍ଥିତି ରହିଥିଲା । ଦଳୀୟ ରନ ୫୭ ହୋଇଥିବା ବେଳେ ୩ ଟି ଓ୍ବିକେଟ ହରାଇଥିଲା ଭାରତ । କଙ୍ଗାରୁ ଦଳର ବୋଲିଂକୁ ସାମ୍ନା କରିପାରିନଥିଲେ ଭାରତୀୟ ଦଳର ଟପ ଅର୍ଡର ଓ ମିଡିଲ ଅର୍ଡର । କୌଣକିବି ଖେଳାଳି ବଡ ଇନିଂସ ଖେଳିପାରିନଥିଲେ । ଋଷଭ ପନ୍ତ ସର୍ବାଧିକ ୯୮ ବଲରେ ୪୦ ରନ କରିଥିଲେ । ଜୟସ୍ବାଲ ୧୦, ରାହୁଲ ୪, ଶୁବମନ ଗିଲ ୨୦, କୋହଲି ୧୭, ଜାଡେଜା ୨୬, ନୀତିଶ୦, ଓ୍ବାସିଂଟନ ସୁନ୍ଦର ୧୪, ପ୍ରଶିଦ୍ଧ କ୍ରିଷ୍ଣା ୩, ବୁରା ୨୨ ଓ ସିରାଜ ୩ ରନ କରି ଆଉଟ ହୋଇଥିଲେ । କଙ୍ଗାରୁ ଦଳ ସ୍କଟ ବୋଲଣ୍ଡ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୩ ଓ ପ୍ୟାଟ କମିନ୍ସ ୨ଟି ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ-ସିଡନୀ ଟେଷ୍ଟ: କାମ ଦେଉନି ବୁମରାଙ୍କ ରଣନୀତି, ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ - AUS VS IND |
ଏବେ କେବଳ ଭରସା ଭାରତୀୟ ବୋଲର:
Jasprit Bumrah removes Usman Khawaja to hand India a breakthrough on the final ball of the day 👊#WTC25 | 📝 #AUSvIND: https://t.co/KKLsgkcy4j pic.twitter.com/DIYWhpPOIp
— ICC (@ICC) January 3, 2025
ବ୍ୟାଟରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ସିରିଜରେ ମ୍ୟାଚ୍ ଜିତିବାକୁ ବୋଲରଙ୍କ ଉପରେ ଚାପ ପୁଣି ଥରେ ଆସିଛି। ଏହି ମ୍ୟାଚରେ ବିଜୟୀ ହେବାକୁ ହେଲେ ବୋଲରଙ୍କୁ ଘାତର ବୋଲିଂ କରିବାକୁ ପଡିବ । ପୁରା ସିରିଜରେ ବୁମରାଙ୍କ ପ୍ରଦର୍ଶନ ଭଲ ରହିଛି । ଆଜି କଙ୍ଗାରୁ ଦଳ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ସେ ପ୍ରଥମ ଓ୍ବିକେଟ ନେଇଛନ୍ତି । ବୁମରା, ନୀତିଶ କୁମାର, ମହମ୍ମଦ ସିରାଜ ଓ କ୍ରିଷ୍ଣାଙ୍କ ବୋଲିଂ ଉପରେ ଭାରତୀୟ ଦଳର ଭାଗ୍ୟ ନିର୍ଦ୍ଧାରଣ କରୁଛି ।