ETV Bharat / sports

IND vs ENG 1st ODI: ଓ୍ବାର୍ଲ୍ଡ ରେକର୍ଡ ଲକ୍ଷ୍ୟରେ ଓହ୍ଲାଇବେ ଶାମି, ମାତ୍ର 5 ଓ୍ବିକେଟ ନେଲେ 200 ଓ୍ବିକେଟ କ୍ଲବରେ ଏଣ୍ଟ୍ରି - MOHAMMED SHAMI RECORD

ନାଗପୁରରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମହମ୍ମଦ ଶାମିଙ୍କର ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି ।

Mohammed Shami
File Photo ((IANS))
author img

By ETV Bharat Odisha Team

Published : Feb 6, 2025, 1:45 PM IST

ନାଗପୁର: ଭାରତୀୟ କ୍ରିକେଟ ଚିମର ଷ୍ଟାର ପେସର ମହମ୍ମଦ ଶାମି 14 ମାସ ବ୍ୟବଧାନରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି -20 ସିରିଜରେ କମବ୍ୟାକ୍ କରିଥିଲେ ଶାମି । ଭାରତ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଆଜିଠୁ ଖେଳିବ । ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଦିନିକିଆ ଫର୍ମାଟରେ ଏହି ସିରିଜରେ ନିଜକୁ ପରଖିବ ଭାରତୀୟ ଦଳ । ଦୁର୍ଘଦିନ ପରେ ଦିନିକିଆ ଫର୍ମାଟରେ ଭାରତର ଫୋକସରେ ରହିବ ବୋଲିଂ । କାରଣ ବୋଲିଂ ୟୁନିଟରେ ଅନୁପସ୍ଥିତ ଅଛନ୍ତି ବର୍ତ୍ତମାନ ସମୟରେ ବିଶ୍ୱ କ୍ରିକେଟ ଜଗତର ସବୁୁଠୁ ବଡ ଖେଳାଳି ଯଶପ୍ରୀତ ବୁମରା । ତେବେ ବୋଲିଂ ୟୁନିଟରେ ଶାମି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ | ବୁମରାଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ୱିକେଟ୍ ନେଇଥିବା ଶାମି ଦିନିକିଆ ସିରିଜରେ ଭାରତୀୟ ଦ୍ରୁତ ବୋଲିଂ ୟୁନିଟର ନେତୃତ୍ୱ ନେବେ ।

ରେକର୍ଡଠାରୁ ଶାମି ମାତ୍ର 5 ୱିକେଟ୍ ଦୂରରେ-

ପ୍ରଥମ ODIରେ ମହମ୍ମଦ ଶାମି ଐତିହାସିକ ସଫଳତା ହାସଲ କରିପାରନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଦ୍ରୁତତମ 200 ଟି ODI ୱିକେଟ୍ ନେଇଥିବା ରେକର୍ଡକୁ ସମାନ କରିବା ପାଇଁ ଶାମିଙ୍କୁ କେବଳ 5 ୱିକେଟ୍ ଦରକାର । 102 ଟି ମ୍ୟାଚରେ ଷ୍ଟାର୍କ 200 ଟି ODI ୱିକେଟ୍ ନେଇଥିବାବେଳେ ଶାମି ବର୍ତ୍ତମାନ 101 ଟି ODI ମ୍ୟାଚ୍ ରେ ତାଙ୍କ ନାମରେ 195 ୱିକେଟ୍ ନେଇଛନ୍ତି । ଆଜି ନାଗପୁରରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ODI ରେ ଯଦି ଶାମି 5 ୱିକେଟ୍ ନେବେ, 200 ଟି ODI ୱିକେଟ୍ ନେବାରେ ଦ୍ରୁତତମ ବୋଲର ଭାବେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ସହ ସମକକ୍ଷ ହେବେ ।

ଏହା ବି ପଢନ୍ତୁ- ଚାମ୍ପିଅନ୍ସ ଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ: ରୋହିତ କ୍ୟାପଟେନ, ସାମି ବ୍ୟାକ୍ - CHAMPIONS TROPHY 2025

ODI ରେ 200 ୱିକେଟ୍ କ୍ଲବରେ ଦ୍ରୁତତମ ବୋଲର -

ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ): 200 ୱିକେଟ୍ ହାସଲ କରିବାକୁ 102 ମ୍ୟାଚ୍

ସାକଲେନ୍ ମୁସ୍ତାକ (ପାକିସ୍ତାନ): 200 ୱିକେଟ୍ ହାସଲ କରିବାକୁ 104 ମ୍ୟାଚ୍

ଟ୍ରେଣ୍ଟ ବୋଲ୍ଟ (ନ୍ୟୁଜିଲ୍ୟାଣ୍ଡ): 200 ୱିକେଟ୍ ହାସଲ କରିବାକୁ 107 ଟି ମ୍ୟାଚ୍

ବ୍ରେଟ୍ ଲି (ଅଷ୍ଟ୍ରେଲିଆ): 200 ୱିକେଟ୍ ହାସଲ କରିବାକୁ 112 ମ୍ୟାଚ୍

ଆଲାନ୍ ଡୋନାଲ୍ଡ (ଦକ୍ଷିଣ ଆଫ୍ରିକା): 200 ୱିକେଟ୍ ହାସଲ କରିବାକୁ 117 ମ୍ୟାଚ୍

କଠିନ ପରିଶ୍ରମ ପରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍-

ମହମ୍ମଦ ଶାମି ଗତ 2023 ଦିନିକିଆ ବିଶ୍ୱକପ ଫାଇନାଲ ଖେଳିବା ପରେ ଏକ ବର୍ଷରୁ ଅଧିକ ସମୟ ପ୍ରତିଯୋଗୀତାପୂର୍ଣ୍ଣ କ୍ରିକେଟ୍ ଠାରୁ ଦୂରରେ ରହିଥିଲେ । ଫେବୃଆରୀ 2024ରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ପରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ଶାମିଙ୍କୁ ଫିଟ୍ ଘୋଷଣା କରିଥିଲା । ଭାରତୀୟ ଦଳକୁ କମବ୍ୟାକ୍ ପାଇଁ ଶାମି କଠିନ ପରିଶ୍ରମ କରିଥିଲେ । ଦ୍ରୁତ ବୋଲର ଟି -20 ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫି ଏବଂ 50 ଓଭର ବିଜୟ ହଜାରେ ଟ୍ରଫିରେ ଖେଳିବା ପୂର୍ବରୁ ରଣଜୀ ଟ୍ରଫିରେ ଖେଳିଥିଲେ ।

ଶାମି ଇଂଲଣ୍ଡ ବିପକ୍ଷ ପ୍ରଥମ ODIରେ ଖେଳିବେ କି ନାହିଁ ?

34 ବର୍ଷୀୟ ଶାମି ଆଜି ଇଂଲଣ୍ଡ ବିପକ୍ଷ ପ୍ରଥମ ODI ରେ ପ୍ଲେ -11 ରେ ସ୍ଥାନ ପାଇବେ ନା ନାହିଁ ତାହା ଏଯାଏଁ ସୁନିଶ୍ଚିତ ହୋଇନାହିଁ । ତେବେ ଯଦି ସେ ପ୍ଲେଇଁ -11 ର ଅଂଶ ହେବାର ସୁଯୋଗ ପାଆନ୍ତି, ତେବେ ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.