ETV Bharat / state

ଅର୍ଥ କମିଶନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦାବି: 12,59,148 କୋଟି ଏବଂ  SDRFରେ ଶତ ପ୍ରତିଶତ - 16TH FINANCE COMMISSION

ଷୋଡ଼ଶ ଅର୍ଥ କମିଶନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୈଠକ ଶେଷ । SDRFରେ ଶତ ପ୍ରତିଶତ ଓଡ଼ିଶାକୁ ଦେବାକୁ କଲେ ଦାବି ।

FINANCE COMMISSION MEETING
FINANCE COMMISSION MEETING (ETV BHARAT ODISHA)
author img

By ETV Bharat Odisha Team

Published : Feb 6, 2025, 4:07 PM IST

Updated : Feb 6, 2025, 4:16 PM IST

ଭୁବନେଶ୍ୱର: ଷୋଡ଼ଶ ଅର୍ଥ କମିଶନଙ୍କ ସହ ଓଡିଶା ସରକାରଙ୍କ ବୈଠକ ଶେଷ ହୋଇଛି । ଆଗାମୀ 5 ବର୍ଷ ଅର୍ଥାତ ୨୦୨୬-୩୧ ପାଇଁ କମିଶନ ନିକଟରେ ସର୍ବମୋଟ ୧୨ ଲକ୍ଷ ୫୬ ହଜାର କୋଟି ଟଙ୍କା ଦାବି ଉପସ୍ଥାପନ କରିଛି ଓଡିଶା । କମିଶନଙ୍କ ନିକଟରେ 12 ଲକ୍ଷ 59 ହଜାର 148 କୋଟି ଟଙ୍କା ଦାବି ରଖିଛନ୍ତି ଓଡିଶା ସରକାର । ସେହିପରି ଦେଶର ଟିକସ ରାଜସ୍ୱରୁ ରାଜ୍ୟ ଭାଗକୁ 41ରୁ 50 ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ କେନ୍ଦ୍ର ସରକାରଙ୍କ ଭାଗ 100 ପ୍ରତିଶତ କରିବାକୁ ମୋହନ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଫେବୃଆରୀ 4 ରୁ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟ ଗସ୍ତରେ ଆସିଛନ୍ତି ଷୋଡ଼ଶ ଅର୍ଥ କମିଶନ । ବିଶେଷ କରି ଓଡ଼ିଶାର ଅର୍ଥନୈତିକ ସ୍ଥିତି ସହ ଅଭିବୃଦ୍ଧି ଏବଂ ବିକାଶ କାମକୁ ଅନୁଧ୍ୟାନ କରିଛନ୍ତି ଷୋଡ଼ଶ ଅର୍ଥ କମିଶନ । ଏହା ସହ ଆଗାମୀ ଦିନରେ ଓଡ଼ିଶା କେମିତି ଗୁରୁତ୍ଵ ଦେବ, ସମୃଦ୍ଧ ଓଡ଼ିଶା କରିବା ପାଇଁ ଚିନ୍ତନ କରାଯାଇଛି । କମିଶନ 4 ତାରିଖ ଓଡିଶା ଗସ୍ତରେ ଆସିବା ପରେ ଜନଜାତି ସଂଗ୍ରହାଳୟ, କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ । 5 ତାରିଖ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ସେହିପରି ଭୁବନେଶ୍ୱର ଓ କୋଣାର୍କର ବିଭିନ୍ନ ଦର୍ଶନୀୟ ସ୍ଥାନ ଗସ୍ତ କରିଛନ୍ତି ।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "କମିଶନ ଓ ତାଙ୍କ ଟିମ ସହ ରାଜ୍ୟ ସରକାରଙ୍କର ଆଲୋଚନା ହୋଇଛି । ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ସହ ଗଠନ ମୂଳକ ପଦକ୍ଷେପ ଉପରେ ଆଲୋଚନା ହୋଇଛି । ବିକାଶ ମୂଳକ ଆବଶ୍ୟକତା ଓ ଆର୍ଥିକ କ୍ଷମତା ନେଇ ଆଲୋଚନା ହୋଇଛି । କମିଶନଙ୍କ ନିକଟରେ ବିକଶିତ ଓଡ଼ିଶା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । 2026-2031 ଯାଏଁ ପଞ୍ଚ ବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବ ବୋଲି ଆଶା ଅଛି । ଏହାକୁ ଆଧାର କରି କମିଶନ ନିକଟରେ ଦାବି ରଖାଯାଇଛି ।"
FINANCE COMMISSION MEETING
FINANCE COMMISSION MEETING (ETV BHARAT ODISHA)

ଷୋଡ଼ଶ ଅର୍ଥ କମିଶନରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା-

  • ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ
  • ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା
  • SDRFରେ ଶତ ପ୍ରତିଶତ କେନ୍ଦ୍ର ଦେବାକୁ ଦାବି ରଖିଛୁ କହିଲେ ମୁଖ୍ୟମନ୍ତ୍ରୀ
  • SDRFରେ କେନ୍ଦ୍ର ୭୫% ଓ ରାଜ୍ୟ ୨୫% ଦେଇଥାଏ
  • ବେଶୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ଶତ ପ୍ରତିଶତ ଦାବି
  • ରାଜ୍ୟକୁ ମିଳୁଥିବା ୪୧% ଟିକସ୍‌କୁ ୫୦% ବୃଦ୍ଧି ଦାବି

ଏହା ବି ପଢନ୍ତୁ- ଷୋଡ଼ଶ ଅର୍ଥ କମିଶନ ଓ ରାଜ୍ୟ ସରକାରଙ୍କ ବୈଠକ - FINANCE COMMISSION MEETING

ଟିକସ ରାଜସ୍ୱ 50 ପ୍ରତିଶତ ରାଜ୍ୟଙ୍କୁ ମିଳୁ-

ଅର୍ଥ କମିଶନଙ୍କ ନିକଟରେ ଓଡ଼ିଶାର ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଦେଶର ଟିକସ ରାଜସ୍ୱରୁ 59 ପ୍ରତିଶତ କେନ୍ଦ୍ର ସରକାର ରଖୁଥିବାବେଳେ 41 ପ୍ରତିଶତ ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଉଛି । ରାଜ୍ୟ ଭାଗକୁ 50 ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଓଡିଶା ଦାବି ରଖିଛି । ଉଭୟ ଲିଖିତ ଓ ବକ୍ତବ୍ୟ ମାଧ୍ୟମରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଟିକସର ରାଜ୍ୟ ମାନଙ୍କୁ ନିର୍ଦ୍ଧାରିତ ସୂତ୍ରରେ ବଣ୍ଟନ କରାଯାଏ । ଗତ କମିଶନରେ 4.528 ପ୍ରତିଶତ ଭାଗ ଓଡ଼ିଶା ପାଇଥାଏ । ଏହାକୁ 4.964 ପ୍ରତିଶତକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ମୋଟ ରାଜସ୍ୱ ପ୍ରାପ୍ତିର 2 ପ୍ରତିଶତ ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ସ୍ଥିର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ବାରା ଅର୍ଥ ପଞ୍ଚାୟତିରାଜ ଓ ପୌର ଅଞ୍ଚଳ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିପାରିବ ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ସମ୍ପୂର୍ଣ୍ଣ ଅର୍ଥ ଦେଉ କେନ୍ଦ୍ର-ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି 75 ପ୍ରତିଶତ କେନ୍ଦ୍ର ଦେଇଥାଏ । 25 ପ୍ରତିଶତ ରାଜ୍ୟ ଦିଏ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶା । ତେଣୁ ଏ କ୍ଷେତ୍ରରେ କେନ୍ଦ୍ର ସରକାର 100 ପ୍ରତିଶତ ଦେବା ପାଇଁ ଦାବି ରଖାଯାଇଛି । ସ୍ୱାସ୍ଥ୍ୟ, ଜଳ ଯୋଗାଣ, ପରିମଳ ଉପରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ବାବଦକୁ 9,88,422 କୋଟି ଟଙ୍କା ଦାବି କରିଛି ଓଡିଶା । ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ବାବଦରେ 1 ଲକ୍ଷ 10 ହାଜର 434 କୋଟି ଟଙ୍କା ଦାବି କରାଯାଇଛି । ସେହିପରି ସହରାଞ୍ଚଳ ବିକାଶ ପାଇଁ 1 ଲକ୍ଷ 36 କୋଟି ଟଙ୍କା ଦାବି କରିଛି ରାଜ୍ୟ । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବା SDRF ପାଇଁ 31 ହାଜର 4 କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ବା SDMF ପାଇଁ 29 ହାଜର 252 କୋଟି ଟଙ୍କା ଦାବି କରିଛି ଓଡିଶା । ମୋଟ 12 ଲକ୍ଷ 59 ହଜାର 148 କୋଟି ଟଙ୍କା କମିଶନ ନିକଟରେ ଦାବି ରଖିଛି ଓଡିଶା ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ପୂର୍ବ ଅପେକ୍ଷା ଅଧିକ ଆର୍ଥିକ ସହାୟତା ଆସିବ ବୋଲି ଆଶା ଅଛି । ସହରୀକରଣ, କୃଷି ଓ ଗ୍ରାମ୍ୟ ଉନ୍ନୟନ, ଏମ୍ଏସଏମ୍ଇ ଉପରେ ରାଜ୍ୟ ସରକାରଙ୍କର ଫୋକ୍ସ ରହିଛି । ସେହିପରି ବନ୍ଦର ଆଧାରିତ ଅର୍ଥନୀତି ଓ ଦକ୍ଷତା ବିକାଶ ଉପରେ ଫୋକ୍ସ କରାଯାଇଛି । ରାଜ୍ୟର 4 କୋଟି 70 ଲକ୍ଷ ଲୋକଙ୍କୁ ଆଧାର କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତର ଶ୍ରେଷ୍ଠ 5ଟି ରାଜ୍ୟ ଭିତରେ ରହିବା ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ।

ବୈଠକ ପରେ ଅର୍ଥ କମିଶନ ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଦବୋଧନ ଦେଇଥିଲେ । ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଅର୍ଥ କମିଶନ ଡ଼. ଅରବିନ୍ଦ ପାନଗାରିଆଙ୍କ ସହ କମିଶନ ସଦସ୍ୟ ଅଜୟ ନାରାୟଣ ଝା, ଆଣ୍ଣି ଜର୍ଜ ମାଥ୍ଯୁ, ଡ. ସୌମ୍ୟକାନ୍ତ ଘୋଷ, ଡ. ମନୋଜ ପଣ୍ଡା, ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ପଣ୍ଡା ଟିମ ସହ ରହିଥିଲେ । ସେହିପରି ଟିମର ସଚିବ ରିତ୍ଵିକ ପାଣ୍ଡେ, ଅର୍ଥନୈତିକ ପରାମର୍ଶଦାତା ଡ. ପ୍ରଶାନ୍ତ କୁମାର ପଣ୍ଡା, କମିଶନଙ୍କ ବ୍ୟକ୍ତିଗତ ସହାୟକ କୁମାର ବିବେକ, ଯୁଗ୍ମ ନିର୍ଦ୍ଦେଶକ ପ୍ରିୟା ସରଫ, ଉପ ନିର୍ଦ୍ଦେଶକ ମାନସୀ ଗୁପ୍ତା, ଉପ ନିର୍ଦ୍ଦେଶକ ଶିକ୍ଷା ସିଂ, ସଦସ୍ୟଙ୍କ ପିପିଏସ ଜି ଭି ସୁବ୍ରମଣ୍ୟମ, ଆସିଷ୍ଟାଣ୍ଟ ଅକାଉଣ୍ଟ ଅଫିସର ଗୌରବ କୁମାର ଦୌସା ପ୍ରମୁଖ ଉପସ୍ଥିତ ଅଛନ୍ତି । ଗତକାଲି ମହାପ୍ରଭୁଙ୍କ ଦର୍ଶନ କରିଥିଲେ କମିଶନଙ୍କ ଟିମ ।

Last Updated : Feb 6, 2025, 4:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.