ETV Bharat / state

ମାର୍କେଟରେ ଏବେ ମାଳମାଳ ନକଲି ସମ୍ବଲପୁରୀ ଶାଢୀ, ଜିଏସଟି ମାଡରେ ଘାଇଲା ଅସଲି ବୁଣାକାର - SAMBALPURI SAREE

ଅନଲାଇନ ହେଉ କି ଅଫଲାଇନ ସମ୍ବଲପୁରୀ ଶାଢୀର ଏବେ ବଜାର ଦର ମାତ୍ର 200 ରୁ 300 ଟଙ୍କା ଆରମ୍ଭ ହେଉଛି । ଯେଉଁଥିପାଇଁ ଚିନ୍ତାରେ କାରିଗର। ସମ୍ବଲପୁରରୁ ବାଦଶାହା ଜୁଶମନ ରାଣାଙ୍କ ରିପୋର୍ଟ

ବୁଣା ଚାଲିଛି ସମ୍ବଲପୁରୀ ଶାଢୀ
ବୁଣା ଚାଲିଛି ସମ୍ବଲପୁରୀ ଶାଢୀ (ETV Bharat)
author img

By ETV Bharat Odisha Team

Published : Feb 6, 2025, 1:57 PM IST

Updated : Feb 6, 2025, 2:53 PM IST

ସମ୍ବଲପୁର: ରାତି ପାହିଲେ ପ୍ରତି ଘରୁ ଶୁଭେ ତନ୍ତର ଖଟଖଟ ଶବ୍ଦ । ଚଳଚଞ୍ଚଳ ହୋଇ ଉଠେ କରଡୋଲା ଗାଁ। କୌଣସି ପର୍ବ ପର୍ବାଣୀ ନୁହେଁ ଏହା ଏମାନଙ୍କ ନିତଦିନିଆ କାହାଣୀ କହିଲେ ଚଳେ । ଘରର ମୂରବୀ ଠୁ ସର୍ବକନିଷ୍ଠ ପର୍ଯ୍ୟନ୍ତ ପ୍ରତିଟି ସଦସ୍ୟ ଏହି ତନ୍ତ ସାମନାରୁ ନିଜର ଦିନଚର୍ଯ୍ୟା ଆରମ୍ଭ କରିଦିଅନ୍ତି । ନିଜର ନିଶା ଆଉ ପେସା ସବୁକିଛି ଏହି ତନ୍ତରୁ ଆରମ୍ଭ ହୋଇ ତନ୍ତରେ ସରିଯାଏ। ବିବାହ ଠୁ ନେଇ ମଲାକାର୍ଯ୍ୟ ପରିବାରର ସଦସ୍ୟ ଭାବେ ଏ ତନ୍ତ ହିଁ ସବୁଥିରେ ହୁଏ ମୂକସାକ୍ଷୀ। ପରିବାରର ଆର୍ଥିକ ମେରୁଦୁଣ୍ଡକୁ ସବଳ କରିଥିବା ଏହି ତନ୍ତ ଆଜି କିନ୍ତୁ କାରିଗରର ଦୁର୍ବଳ ଆର୍ଥିକ ସ୍ଥିତିକୁ ଦେଖି ବେଶ୍‌ ମର୍ମ୍ମାହତ । ନା ସେ ବୁଣାକାରର ଲୁହ ପୋଛିପାରୁଛି ନା ଏ ଦୁଃଖ ସହିପାରଛି । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର କରଡୋଲା ଗାଁ କଥା ।

ବୁଣା ଚାଲିଛି ସମ୍ବଲପୁରୀ ଶାଢୀ (ETV Bharat)

ଯେଉଁଠି ଦେଶ ବିଦେଶରେ ପ୍ରସିଦ୍ଧି ପାଇଥିବା ସମ୍ବଲପୁରୀ ଶାଢ଼ୀର ବୁଣାକାରଙ୍କ ସମସ୍ୟା ବହୁ ମାତ୍ରାରେ ବଢ଼ି ଯାଇଛି। ଦିନକୁ ଦିନ ସେମାନେ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ଫଳରେ ବୁଣାକାର ମାନଙ୍କ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିବା ସହ ବ୍ୟବସାୟ ମଧ୍ୟ ଭଲ ହେଉନଥିବା ଅଭିଯୋଗ ହୋଇଛି । ଅନଲାଇନ ସପିଂ, ସୁତା, ରଙ୍ଗ ଉପରେ ଜିଏସଟି ସହ ସମ୍ବଲପୁରୀ ଶାଢ଼ୀ ରେ ମଧ୍ୟ ଜିଏସଟି ଲାଗୁଥିବାରୁ ଏହି ବ୍ୟବସାୟ ପ୍ରଭାବିତ ହୋଇଛି । ସେପଟେ ନକଲି ସମ୍ବଲପୁରୀ ପ୍ରିଣ୍ଟ ଶାଢ଼ୀ ବା ଛାପା ଶାଢ଼ୀ ଅତି କମ ଦାମରେ ମିଳୁଥିବାରୁ ଅଧିକ ଦାମ ଦେଇ ସମ୍ବଲପୁରୀ ଶାଢ଼ୀ କିଣିବାକୁ ଲୋକେ ପସନ୍ଦ କରୁ ନାହାଁନ୍ତି । ନକଲି ଛାପା ଶାଢୀ ପାଇଁ ସମ୍ବଲପୁରୀ ହସ୍ତତନ୍ତ ନିଜର ଅସ୍ତିତ୍ବ ହରାଇବା ସହ ଏବେ ଚିନ୍ତାରେ କାରିଗର ।

  • ମାର୍କେଟରେ ମାଳମାଳ ନକଲି ଶାଢୀ

ବଜାରରେ ଏବେ ଭଳିକି ଭଳି ସମ୍ବଲପୁର ଶାଢୀ । ଆକାଶଛୁଆଁ ଦରରେ ବିକ୍ରି ହେଉଥିବା ଏହି ଶାଢୀ ଏବେ ମହିଳାଙ୍କ ପ୍ରଥମ ପସନ୍ଦ ପାଲଟିଛି । ଅନଲାଇନ ହେଉ କି ଅଫଲାଇନ ଏ ଶାଢୀର ଏବେ ବଜାର ଦର ମାତ୍ର 200 ରୁ 300 ଟଙ୍କା । ଯେଉଁଥିପାଇଁ ପ୍ରତିବର୍ଗର ମହିଳାଙ୍କ ପାଖରେ ଏବେ ସମ୍ବଲପୁରୀ ଶାଢୀ ରହିଛି। ହେଲେ ବଜାରରେ ବିକ୍ରି ହେଉଥିବା ସମ୍ବଲପୁରୀ ଶାଢୀ ମଧ୍ଯରେ ରହିଛି ମାଳମାଳ ନକଲି ସମ୍ବଲପୁରୀ ଛାପା ଶାଢୀ । ଗୋଟିଏ ସମ୍ବଲପୁରୀ ଶାଢ଼ୀର ଦାମ ସର୍ବନିମ୍ନ 5000 ଟଙ୍କା ଥିବା ବେଳେ ସେହି ଡିଜାଇନର ଛାପା ଶାଢ଼ୀ ମାତ୍ର 300 ଟଙ୍କା ରେ ମିଳିଯାଉଛି । ଆଉ ଏହି ନକଲି ଡିଜାଇନର ଶାଢ଼ୀ ଉପରେ କାହାରି ରୋକ ନାହିଁ । ଏହା ଦ୍ୱାରା ବୁଣାକାରଙ୍କ ବ୍ୟବସାୟ ବହୁ ମାତ୍ରାରେ ପ୍ରଭାବିତ ହେଉଛି । ଧୀରେ ଧୀରେ ବୁଣାକାର ପରିବାର ଏହି କୂଳ ବେଉସା ଛାଡି ଅନ୍ୟ ବେଉସା ଆପଣାଉଥିବା ଦେଖିବାକୁ ମିଳୁଛି । ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକର କରଡୋଲା ଗାଁରେ ପ୍ରାୟ 40 ଟି ବୁଣାକାର ପରିବାର ଅଛନ୍ତି । ସେମାନଙ୍କ ମୁଖ୍ୟ ବେଉସା ହେଉଛି ଏହି ସମ୍ବଲପୁରୀ ଶାଢ଼ୀ ବୁଣିବା । ଏଥିରେ ତାଙ୍କ ପରିବାର ପ୍ରତିପୋଷଣ ହେବା ସହ ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ତୁଲାଇଥାନ୍ତି । ତେବେ ବର୍ତ୍ତମାନ ବିଭିନ୍ନ କାରଣରୁ ଏମାନଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେଉଛି ।

ବୁଣା ଚାଲିଛି ସମ୍ବଲପୁରୀ ଶାଢୀ
ବୁଣା ଚାଲିଛି ସମ୍ବଲପୁରୀ ଶାଢୀ (ETV Bharat)

କରଡୋଲା ଗାଁର ବୁଣାକାର ରିତୁ ମେହେର କହିଛନ୍ତି ‘‘ବଜାରରେ ଏବେ ଯେଉଁ ଛାପା ଶାଢ଼ୀ ଆସୁଛି ତାହାକୁ ପ୍ଲେନ ଧଳା କପଡା ଉପରେ ଛାପା ମାରିକି ତିଆରି ହେଉଛି । ଆମେ ଯେଉଁ ସମ୍ବଲପୁରୀ କପଡାରେ ହାତୀ,ଘୋଡା,ଫୁଲ ଡିଜାଇନ କରୁଛୁ ତାକୁ ଗୋଟିଏ ଗୋଟିଏ ସୂତାରେ ବୁଣୁଛୁ । ଗୋଟିଏ ସମ୍ବଲପୁରୀ ଶାଢ଼ୀ କୁ ସମ୍ପୂର୍ଣ୍ଣ ରୂପେ ତିଆରି କରିବାକୁ ଗୋଟିଏ ମାସ ଲାଗୁଛି। ଲୋକେ ତାହା ବୁଝିବା କଥା । ଯେଉଁ ସମ୍ବଲପୁରୀ ଶାଢ଼ୀ କିଣିବାକୁ ଗ୍ରାହକ ମାନେ ଆସନ୍ତି ସେମାନେ କହୁଛନ୍ତି ଯେ ସମ୍ବଲପୁରୀ ଶାଢ଼ୀ ବହୁତ ଦାମ। ଏହି ଡିଜାଇନର ଛାପା ଶାଢ଼ୀ ତ 200/300 ଟଙ୍କାରେ ମିଳୁଛି କିନ୍ତୁ ସେମାନେ ସମ୍ବଲପୁରୀ ଶାଢ଼ୀର ଗୁରୁତ୍ବ ବୁଝିବା କଥା । ଗୋଟିଏ ସମ୍ବଲପୁରୀ ଶାଢ଼ୀ ତିଆରି କରିବାକୁ ଗୋଟିଏ ମାସ ଲାଗୁଥିବା ବେଳେ ଛାପା ଶାଢ଼ୀ ଗୋଟିଏ ଦିନରେ ଶହ ଶହ ମାତ୍ରାରେ ତିଆରି ହୋଇ ଯାଉଛି । ଏହା ଦ୍ୱାରା ଆମର କୂଳ ବେଉସା ଉପରେ ପ୍ରଭାବ ପଡୁଛି ।’’

ବୁଣା ଚାଲିଛି ସମ୍ବଲପୁରୀ ଶାଢୀ
ବୁଣା ଚାଲିଛି ସମ୍ବଲପୁରୀ ଶାଢୀ (ETV Bharat)

ଏହା ମଧ୍ୟ ପଢନ୍ତୁ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ବହିଷ୍କୃତ CRPF ଯବାନ

ଏହା ମଧ୍ୟ ପଢନ୍ତୁ ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବାକୁ ବ୍ୟାପକ ବ୍ୟବସ୍ଥା

  • 10 ବର୍ଷ ପୂର୍ବେ ଭଲ ବିକ୍ରି ଥିଲା

ସେହିପରି ଗାଁର ଜଣେ ପ୍ରମୁଖ ବୁଣାକାର କୁତାର୍ଥ ମେହେର କୁହନ୍ତି ‘‘ପୂର୍ବରୁ ଆମ ବ୍ୟବସାୟରେ କୌଣସି ସମସ୍ୟା ନଥିଲା। ତେବେ ଛାପା ଶାଢ଼ୀ ବାହାରିବା ଦିନ ଠାରୁ ଆମର ସମସ୍ୟା ବଢିଗଲା । ତାପରେ ସରକାର ଜିଏସଟି ଲଗେଇ ଦେବାରୁ ସୁତା ରେଟ ବଢିଗଲା । ସୁତା ରେଟ ବଢିବାରୁ ଶାଢ଼ୀ ରେଟ ମଧ୍ୟ ବଢିଗଲା । ତାହା ସହିତ ଛାପା ସମ୍ବଲପୁରୀ ଶାଢ଼ୀ ବାହାରିଗଲା ଯାହା 200ରୁ 300 ଟଙ୍କା ରେ ମିଳିଯାଉଛି । ଅନ୍ୟପଟେ ଗୋଟିଏ ସମ୍ବଲପୁରୀ ଶାଢ଼ୀ ସର୍ବନିମ୍ନ 5000 ଟଙ୍କା ନହେଲେ ମିଳୁନାହିଁ । ଫଳରେ 5000 ଟଙ୍କାରେ ସମସ୍ତେ ଏହାକୁ କିଣି ପାରୁ ନାହାଁନ୍ତି । ସେଥିପାଇଁ ବର୍ତ୍ତମାନ ଆମକୁ ବିକ୍ରି କରିବା ପାଇଁ ସମସ୍ୟା ହେଉଛି । 10 ବର୍ଷ ପୂର୍ବେ ଯେମିତି ବିକ୍ରି ହେଉଥିଲା ଏବେ ସେମିତି ବିକ୍ରି ନାହିଁ । ପୂର୍ବରୁ ବ୍ୟବସାୟୀ ମାନେ ଘରକୁ ଆସୁଥିଲେ ବର୍ତ୍ତମାନ ଆମକୁ ତାଙ୍କ ଘରକୁ ଯିବାକୁ ପଡୁଛି । କପଡା ଦେଲା ପରେ ମାସେ ଦେଢ଼ ମାସ ପର୍ଯ୍ୟନ୍ତ ସେମାନେ ଆମକୁ ଟଙ୍କା ଦେଉ ନାହାଁନ୍ତି ଫଳରେ ପରିବାର ଚଳେଇବାକୁ ବହୁତ କଷ୍ଟ ହେଉଛି। ଶାଢ଼ୀକୁ ବୁଣିବାକୁ ଗୋଟିଏ ସପ୍ତାହ ଲାଗୁଥିବା ବେଳେ ଡିଜାଇନ ପ୍ରସ୍ତୁତ କରିବାକୁ ମାସ ମାସ ଲାଗି ଯାଉଛି’’ ବୋଲି କହିଛନ୍ତି କୁତାର୍ଥ ମେହେର l

ସମ୍ବଲପୁରୀ ଶାଢୀ
ସମ୍ବଲପୁରୀ ଶାଢୀ (ETV Bharat)
  • ବୁଣାକାରଙ୍କ ଗାଁ କରଡୋଲା

କରଡୋଲା ଗାଁରେ ପ୍ରାୟ 40ରୁ 45 ବୁଣାକାର ପରିବାର ରୁହନ୍ତି । ଅଧିକାଂଶ ବୁଣାକାରଙ୍କ ଚାଷବାସ,ଜମି ବାଡ଼ି କିଛି ନାହିଁ। ସବୁ ଏହି ବ୍ୟବସାୟରୁ ହିଁ ଚାଲିଥାଏ । ପିଲାଙ୍କ ପାଠପଢ଼ା ହେଉକି ଘର ଖର୍ଚ୍ଚ ସବୁ ଏହି ବ୍ୟବସାୟ ଉପରେ ନିର୍ଭର କରେ । ସମସ୍ତଙ୍କ ମୁଖ୍ୟ ପେସା ଏହା ହିଁ ଅଟେ । ପରିବାରର ପ୍ରାୟ ସମସ୍ତେ ଲୁଗା ବୁଣି ନିଜର ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଏବେ ବଜାରରେ ଶହଶହ ଛାପା ଶାଢୀ ବିକ୍ରି ହେଉଥିବାରୁ ବୁଣାକାର ମାନେ କମ ଦାମରେ ଶାଢୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ବୁଣାକାରଙ୍କ ଗାଁ କରଡୋଲା
ବୁଣାକାରଙ୍କ ଗାଁ କରଡୋଲା (ETV Bharat)
  • କାହିଁକି ସମ୍ବଲପୁରୀ ଶାଢୀ ମହଙ୍ଗା ?

ସମ୍ବଲପୁରୀ ବୁଣାକାରଙ୍କ ସମସ୍ୟାର ପ୍ରଭାବ ବ୍ୟବସାୟୀଙ୍କ ଉପରେ ମଧ୍ୟ ପଡୁଛି । ଏହି ସମସ୍ୟା ନେଇ ବ୍ୟବସାୟୀ ସଞ୍ଜୟ ମେହେର କୁହନ୍ତି ‘‘ବର୍ତ୍ତମାନ ଆମର ବ୍ୟବସାୟୀ ମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଅନଲାଇନ କାରବାର । ଆମେ ଦୋକାନୀ ମାନେ ବିନା ଜିଏସଟିରେ କାରବାର କରି ପାରୁନୁ କିନ୍ତୁ ଅନଲାଇନ ରେ ବିନା ଜିଏସଟି ରେ କାରବାର ହେଉଛି । ଅନଲାଇନରେ ମନମୁଖୀ ରେଟରେ କାରବାର ଚାଲୁଛି । ଯାହାଫଳରେ ଏହାର ଗୁଣାବତ୍ତ ହରାଉଛି ସମ୍ବଲପୁର ଶାଢୀ । ଅନଲାଇନରେ କେହି ଗୁଣାବତ୍ତା ଦେଖୁ ନାହାଁନ୍ତି । ଲୋକେ କେବଳ ଦାମ୍‌ ଦେଖୁଛନ୍ତି । ଫଳରେ ଦୋକାନ ମାନଙ୍କରେ ସମ୍ବଲପୁରୀ କପଡାର ବ୍ୟବସାୟ 50% କମିଯାଇଛି । ପ୍ରଥମେ ସୁତାରେ ଜିଏସଟି ଲାଗୁଛି ଆଉ ପରେ ରେଡ଼ିମେଡ଼ ଶାଢ଼ୀ ଉପରେ ଜିଏସଟି ଲାଗୁଛି ଫଳରେ ସମ୍ବଲପୁରୀ ଶାଢ଼ୀର ଦର ବୃଦ୍ଧି ହେଉଛି । ଗୋଟିଏ ଶାଢ଼ୀରେ 1000 ଟଙ୍କାର ସୁତା ତା ଉପରେ 4000 ଟଙ୍କାର ପାରିଶ୍ରମିକ ଲାଗୁଛି। ଫଳରେ ରେଡ଼ିମେଡ଼ ଶାଢ଼ୀ ପ୍ରାୟ 6000 ଟଙ୍କା ପଡିଯାଉଛି । ସେହି 6000 ହଜାର ଉପରେ ଜିଏସଟି ଲାଗୁଛି । ଆଉ ସେଥିପାଇଁ ଦୋକାନୀ ବିକିଲା ବେଳକୁ ଶାଢ଼ୀ ମହାଙ୍ଗା ହୋଇ ଯାଉଛି ’’। କିନ୍ତୁ ଅନଲାଇନରେ ଜିଏସଟି ଲାଗୁନି ତେଣୁ ଦୋକାନୀ ମାନଙ୍କ ବ୍ୟବସାୟ ପ୍ରଭାବିତ ହେଉଛି । ସୂଚନାଯୋଗ୍ୟ ଯେ ସୁତାରେ ଜିଏସଟି ଲାଗିବା ସହ ଶାଢ଼ୀ ଉପରେ 5 % ଜିଏସଟି ଲାଗୁଛି ।

ବୁଣାକାରଙ୍କ ଗାଁ କରଡୋଲା
ବୁଣାକାରଙ୍କ ଗାଁ କରଡୋଲା (ETV Bharat)

ସେପଟେ ବୁଣାକାର ମାନଙ୍କ ସମସ୍ୟା ନେଇ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି ଯେ ‘‘କରଡୋଳା ଗାଁରେ ଥିବା ବୁଣାକାର ମାନଙ୍କୁ ତାଲିମ ଦିଆଯାଇଥିଲା । ସେମାନେ କିପରି ନୂଆ ନୂଆ ଡିଜାଇନର ସମ୍ବଲପୁରୀ ଶାଢ଼ୀ ତିଆରି କରିବେ । ସେଥିପାଇଁ ସେହି ଗାଁରେ ଜଣେ ମାଷ୍ଟର ଟ୍ରେନରଙ୍କୁ ନିଯୁକ୍ତ କରାଯାଇଥିଲା । ସେ ସେଠାରେ ଟ୍ରେନିଂ ଦେଉଛନ୍ତି। ସେଠାରେ ବୁଣାକାର ମାନଙ୍କୁ ନୂଆ ଡିଜାଇନ ବିଷୟରେ ଅବଗତ କରାଯାଇଛି । ଆଗକୁ ସେଠାରେ ଏକ ଟ୍ରେନିଂ ସେଣ୍ଟରର ଯୋଜନା ପ୍ରସ୍ତୁତ ହୋଇଛି । ଏହାର କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ’’ ।

  • କେମିତି ପ୍ରସ୍ତୁତ ହୁଏ ସମ୍ବଲପୁରୀ ଶାଢୀ ?

କାରିଗର ମାନେ ସାଧାରଣତଃ ଧଳା ସୁତା ଆଣି ଏଥିରେ ରଙ୍ଗ ବୋଳି ଗୋଟିଏ ଗୋଟିଏ ସୁତା କରି ବୁଣିଥାନ୍ତି। ଏହାପରେ ଗୋଟିଏ ଗୋଟିଏ ସୂତାରେ ବାନ୍ଧ ପ୍ରସ୍ତୁତ ହୋଇଥାଏ । ଗୋଟିଏ ସମ୍ବଲପୁରୀ ଶାଢ଼ୀକୁ ସମ୍ପୂର୍ଣ୍ଣ ରୂପେ ତିଆରି କରିବାକୁ ଗୋଟିଏ ମାସ ଲାଗିଥାଏ । ଗୋଟିଏ ସମ୍ବଲପୁରୀ ଶାଢ଼ୀ ତିଆରି କରିବା ପାଇଁ ଜଣେ ବୁଣାକାର ପରିବାରର ସମସ୍ତ ସଦସ୍ୟ ନିଜର ପାରିଶ୍ରମିକ ଦେଇଥାନ୍ତି । ଏହା ସହ ଏଥିରେ ସୁତା, ରଙ୍ଗ ଆଦି ଜିନିଷ ଲାଗୁଥିବା ବେଳେ ଏହାକୁ ଡିଜାଇନ କରିବାକୁ ଗୋଟିଏ ଗୋଟିଏ ସୁତା କୁ ବୁଣି ଏହାର ଡିଜାଇନ କରାଯାଏ ।

Last Updated : Feb 6, 2025, 2:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.