ETV Bharat / sports

ଅଷ୍ଟ୍ରେଲିଆକୁ ଚାମ୍ପିଆନ୍ସ ଟ୍ରଫି ପୂର୍ବରୁ ବଡ ଝଟକା; ଷ୍ଟାର ଅଲରାଉଣ୍ଡର ନେଲେ ଅବସର - MARCUS STOINIS RETIREMENT

ଚାମ୍ପିଅନ୍ସ ଟ୍ରଫି 2025 ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଟେନସନ୍ । ଚାମ୍ପିଅନ୍ସ ଟ୍ରଫି ଦଳରେ ଅନ୍ତର୍ଭୁକ୍ତ ଷ୍ଟାର ଅଲ ରାଉଣ୍ଡରଙ୍କ ହଠାତ୍ ଅବସର ଘୋଷଣା।

MARCUS STOINIS
MARCUS STOINIS (AFP Photo)
author img

By ETV Bharat Odisha Team

Published : Feb 6, 2025, 1:55 PM IST

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ମାତ୍ର 12 ଦିନ ପରେ ଆରମ୍ଭ ହେବ । ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବ ମେଗା ଆଇସିସି ଟୁର୍ଣ୍ଣାମେଣ୍ଟ । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆର ଟେନସନ ଥମିବାର ନାଁ ଧରୁନି । କ୍ୟାପଟେନ କୁମିନ୍ସ, ପେସର ହେଜେଲଉଡଙ୍କ ଆହତ ସମସ୍ୟା ଲାଗିରହିଥିବା ବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆର ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ODI କ୍ରିକେଟରୁ ତୁରନ୍ତ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ତାଙ୍କୁ ଆଗାମୀ ଚାମ୍ପିଅନ୍ସ ଟ୍ରଫି 2025 ରେ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ । ଷ୍ଟୋଇନିସଙ୍କୁ ଚାମ୍ପିଆନ୍ସ ଟ୍ରଫି ଦଳରେ ମିଳିଥିଲା ସ୍ଥାନ । ଏହା ପୂର୍ବରୁ ମିଚେଲ ମାର୍ସ ମଧ୍ୟ ଚାମ୍ପିଆନ୍ସ ଟ୍ରଫି ଖେଳିବାରୁ ଆହତ ପାଇଁ ବାଦ ପଡିଛନ୍ତି ।

ମାର୍କସ୍ ଷ୍ଟୋଇନିସଙ୍କ ODI ରୁ ଅବସର-

ଅଷ୍ଟ୍ରେଲିଆର ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ODI କ୍ରିକେଟରୁ ତୁରନ୍ତ ଅବସର ଘୋଷଣା କରି ବିଶ୍ୱକୁ ଚକିତ କରିଛନ୍ତି । ଆଗାମୀ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଦଳ ତାଙ୍କ ବିନା ଫିଲ୍ଡକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ପକ୍ଷରୁ ଘୋଷଣା ହୋଇଥିବା ଦଳରେ ତାଙ୍କୁ ସ୍ଥାନ ମିଳିଥିଲା ।

ମୁଁ ପାକିସ୍ତାନରେ ଖେଳାଳିଙ୍କ ପାଇଁ ଚିଅର କରିବି-

ODI କ୍ରିକେଟରୁ ଅବସର ଘୋଷଣା କରି ଷ୍ଟୋଇନିସ କହିଛନ୍ତି, "ଅଷ୍ଟ୍ରେଲିଆ ପାଇଁ ODI କ୍ରିକେଟ୍ ଖେଳିବା ଏକ ଅବିଶ୍ୱସନୀୟ ଯାତ୍ରା । ମୁଁ ଟିମ୍ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ପାଇଁ କୃତଜ୍ଞ । ମୋ ଦେଶକୁ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ୱ କରିବା ମୋତେ ଗର୍ବିତ କରେ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏହା ଏକ ସହଜ ନିଷ୍ପତ୍ତି ନୁହେଁ, କିନ୍ତୁ ମୋର ବିଶ୍ୱାସ ଯେ ODI ରୁ ଦୂରେଇ ରହିବା ଏବଂ ମୋ କ୍ୟାରିୟରର ପରବର୍ତ୍ତୀ ଅଧ୍ୟାୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ମୋ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ମୋର ରୋନ୍ (ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ) ଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି ଏବଂ ମୁଁ ତାଙ୍କ ସମର୍ଥନକୁ ବହୁତ ପ୍ରଶଂସା କରୁଛି ।" ଷ୍ଟୋନିସ୍ କହିଛନ୍ତି, 'ମୁଁ ପାକିସ୍ତାନରେ ଟିମର ଖେଳାଳିଙ୍କ ପାଇଁ ଚିଅର କରିବି'।

ଏହା ବି ପଢନ୍ତୁ :-୧୦ ବର୍ଷ ପରେ ବର୍ଡର ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ, ପ୍ରଥମ ଥର WTC ଫାଇନାଲରୁ ଭାରତ ବାଦ୍‌ - AUSTRALIA INTO THE WTC FINAL

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.