ହାଇଦ୍ରାବାଦ: ଟି ୨୦ ସିରିଜ ପରେ ଆଜିଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଆଉ ମାତ୍ର କିଛି ସମୟର ଅପେକ୍ଷା, ଦିନ ୧ଟା ୩୦ରେ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଆରମ୍ଭ ହୋଇଯିବ ମ୍ୟାଚ । ଟି ୨୦ ସିରିଜ କବଜା ପରେ ODI ସିରିଜ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ସେପଟେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଇଂଲଣ୍ଡ । ଆଗକୁ ଚାମ୍ପିଅନ୍ସ ଟ୍ରଫି ଥିବା ବେଳେ ଦୁଇ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ।
ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ:
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ଘରୋଇ ମାଟିରେ ୪-୧ରେ ଆଗୁଆ ରହି ସିରିଜକୁ ନିଜ ନାମରେ କରିଥିଲା ସୂର୍ଯ୍ୟ ବାହିନୀ । ଆଜି ଜସ୍ ବଟଲରଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଟିମ୍ ଟି-୨୦ ସିରିଜ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ସେହିପରି, ରୋହିତ ଶର୍ମାଙ୍କ ନେତୃତ୍ବରେ ଆଜି ପଡିଆକୁ ଓହ୍ଲାଇବ ଭାରତ । ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଛନ୍ତି । ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ପିଚ ଭାରତୀୟ ଦଳକୁ ସୁହାଇବ । ଏହି ଷ୍ଟାଡିୟମରେ ଦଳର ଭଲ ସ୍କୋର କରିଥିବା ରେକର୍ଡ ରହିଛି । ତଥାପି ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ହାଲୁକା ଭାବେ ନେଲେ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । କାରଣ ଅଧିନାୟକ ବଟଲର୍ ପୂରା ଫର୍ମରେ ଅଛନ୍ତି ଏବଂ ଜୋ ରୁଟ୍ଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ସେମାନଙ୍କ ବ୍ୟାଟିଂକୁ ଆହୁରି ମଜବୁତ କରିଛି । ଆଜି ଦୁଇ ଦଳ ମଧ୍ୟରେ ଏକ ଜୋରଦାର ମୁକାବିଲା ଦେଖିବାକୁ ମିଳିବ ।
SIX-FEST Part I 🇮🇳🏆
— Star Sports (@StarSportsIndia) February 5, 2025
SIX-FEST Part II ⏳
With the T20I series conquered, it's time for #TeamIndia to shine in the #INDvENG ODI series! 💙🔥
📺 Start watching FREE on Disney+ Hotstar!#INDvENGOnJioStar 1st ODI 👉 THU, 6th FEB | 12:30 PM on Disney+ Hotstar, Star Sports 2, Star… pic.twitter.com/deSPdTitZ6
ଫର୍ମକୁ ଫେରିବେ କି ରୋହିତ-ବିରାଟ?
ଆଜିର ମ୍ୟାଚରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ବର୍ଡର ଗାର୍ଭାସ୍କର ଟ୍ରଫି ଓ ରଣଜୀ ମ୍ୟାଚରେ ଉଭୟଙ୍କ ପ୍ରଦର୍ଶନ ନୈରଶ୍ୟଜନକ ରହିଥିଲା । ଯାହା ଫଳରେ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଦୁଇ ସିନିୟର ଖେଳାଳି ଫର୍ମକୁ ଫେରି ସମାଲୋଚକଙ୍କ ମୁହଁ ବନ୍ଦ କରୁଛନ୍ତି ନା ପୂର୍ବ ପରି ପୁଣି ଥରେ ନିରାଶ କରିବେ ତାଉପରେ ସମସ୍ତଙ୍କ ନଜର ।
If Mohammed Shami takes a 5-wicket haul in his upcoming ODI, he will become the joint fastest to reach 200 ODI wickets,alongside Mitchell Starc.
— Abba's Notebook (@AbbasNotebook) February 4, 2025
Fastest to 200 ODI wickets (by matches)
102 matches :🇦🇺 Mitchell Starc
104 matches :🇵🇰 Saqlain Mushtaq
107 matches :🇳🇿 Trent Boult. pic.twitter.com/YQ3bYbNEJ6
ରେକର୍ଡ ଅପେକ୍ଷାରେ ଶାମି:
ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ୧୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏବେ ଦିନିକିଆ ସିରିଜ ଖେଳିବାକୁ ଯାଉଛନ୍ତି । ଆଜିର ମ୍ୟାଚରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ଶାମି । ଦିନିକିଆରେ ଆଉ ମାତ୍ର ୫ଟି ଓ୍ବିକେଟ ନେଲେ ୨୦୦ ତମ ଓ୍ବିକେଟ ପୂରଣ କରି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ସମକକ୍ଷ ହେବେ । ଷ୍ଟାର୍କ ୧୦୨ ଦିନିକିଆ ମ୍ୟାଚ୍ରେ ୨୦୦ଟି ୱିକେଟ୍ ନେଇଥିବା ବେଳେ ଶାମି ବର୍ତ୍ତମାନ ୧୦୧ଟି ଦିନିକିଆରେ ୧୯୫ଟି ୱିକେଟ୍ ନେଇଛନ୍ତି।
IND vs ENG ପ୍ରଥମ ODI ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା :-
ଭାରତ ଓ ଇଂଲଣ୍ଡ ପ୍ରଥମ ODI ମ୍ୟାଚ୍ ଦିନ ୧:୩୦ ରେ ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଆରମ୍ଭ ହେବ
- ଅପରାହ୍ନ ୧ଟାରେ ଟସ ପଡିବ
- ପ୍ରଥମ ODI ମ୍ୟାଚ୍ ଷ୍ଟାର ସ୍ପୋର୍ଟସ୍ ନେଟୱାର୍କରେ ଟିଭିରେ ସିଧାପ୍ରସାରଣ କରାଯିବ
- ଲାଇଭ୍ ଷ୍ଟ୍ରିମିଂ Disney+ Hotstar ଆପ୍ ଏବଂ ୱେବସାଇଟରେ ମାଗଣାରେ ଜେଖିପାରିବେ ଦର୍ଶକ ।
ଇଂଲଣ୍ଡ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କେ.ଏଲ. ରାହୁଲ, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରିତ ବୁମରା, ମହମ୍ମଦ ଶାମି, ଅର୍ଶଦୀପ, ଯଶସ୍ବୀ ଜୟସ୍ବାଲ, ଋଷଭ ପନ୍ଥ ଏବଂ ରବୀନ୍ଦ୍ର ଜାଡେଜା ।